ନୂଆଦିଲ୍ଲୀ, ୧ା୯ (ଏଜେନ୍ସି) : ଚେନ୍ନାଇ ସୁପର କିଙ୍ଗ୍ସର ୧୩ଜଣ ସଦସ୍ୟ ଗତ ସପ୍ତାହରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଅନ୍ୟ ସଦସ୍ୟଙ୍କ ପୁଣି କରୋନା ଟେଷ୍ଟ କରାଯାଇଛି । ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଏନେଇ ମଙ୍ଗଳବାର ଫ୍ରାଞ୍ଚାଇଜ ସିଇଓ ବିଶ୍ୱନାଥନ ସୂଚନା ଦେଇଛନ୍ତି । ସୋମବାର ୧୩ ଜଣ ପଜିଟିଭ ଥିବା ଖେଳାଳି ଓ ଅଫିସିଆଲ୍ଙ୍କ ପୁନଃ କରୋନା ସାମ୍ପଲ ସଂଗ୍ରହ କରାଯାଇଥିଲା । ସଭିଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଏଥିରେ ଭାରତୀୟ ଦ୍ରୁତ ବୋଲର ଦୀପକ ଚହର ଏବଂ ଇଣ୍ଡିଆ-ଏ ବ୍ୟାଟ୍ସମ୍ୟାନ୍ ରିତୁରାଜ ଗାଏକ୍ୱାର୍ଡ଼ ଅଛନ୍ତି । ସେପେଫମ୍ବର ୩ ଗୁରୁବାର ଦିନ ଆଉ ଥରେ ୧୩ଜଣଙ୍କର କରୋନା ପରୀକ୍ଷା ହେବ । ଯଦି ରିପୋର୍ଟ ନେଗେଟିଭ ଆସେ, ତେବେ ଶୁକ୍ରବାର ଠାରୁ ଚେନ୍ନାଇ ସୁପର୍ କିଙ୍ଗ୍ସ’ର ପ୍ରଶିକ୍ଷଣ ଆରମ୍ଭ ହେବ । ଦୀପକ ଏବଂ ରିତୁରାଜ ୧୪ ଦିନିଆ ଏକାନ୍ତ ବାସରେ ଅଛନ୍ତି । ନିୟମ ଅନୁଯାଇ ରିପୋର୍ଟ ନେଗେଟିଭ୍ ଆସିବା ପରେ ସେମାନେ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବେ ।