ତାଳଚେର ତା ୧୦/୦୭ ଆଜି ମହାନ୍ ଏକାଦଶୀ ତିଥିରେ ରଥ ଉପରେ ସୁନାବେଶରେ ଦର୍ଶନ ଦେଲେ ଚର୍ତୁର୍ଦ୍ଧା ମୂରତୀ । ପ୍ରାତଃ ସମୟରୁ ପୂଜକ ଚତୁର୍ଦ୍ଧାମୂରତୀଙ୍କ ବିଧିବିଧାନରେ ପୂଜା ସମାପ୍ତି କରିବସାରିବା ପରେ ଠାକୁୁରଙ୍କୁ ସୁନାବେଶ କରାଯାଇଥିଲା । ସୁନାବେଶରେ ଆଜି ଚତୁର୍ଦ୍ଧା ମୂରତୀ ଅତି ସୁନ୍ଦର ଦେଖାଯାଉଥିଲେ । ଦର୍ଶନ କରିବା ପାଇଁ ଆଜି ସକାଳୁ ବହୁ ଭକ୍ତଙ୍କ ଭିଡ଼ ଲାଗିଥିଲା, ଭକ୍ତ ନିଜର ମନସ୍କାମନା ପୂରଣ କରିବା ନେଇ ଚତୁର୍ଦ୍ଧା ମୂରତୀଙ୍କ ଦର୍ଶନ କରି ଆଶିର୍ବାଦ ଲାଭ କରିଥିଲେ । ଉକ୍ତ ଅଂଚଳଟି ଜନସମାଗମ ହୋଇପଡ଼ିଥିଲା । ସନ୍ଧ୍ୟା ଆଳତୀ ସମ୍ପୂର୍ଣ୍ଣ ହେବାପରେ ରାତ୍ରୀ ପ୍ରାୟ୧୦ଘଟିକା ସମୟରେ ଲକ୍ଷ୍ମୀ ନାରାୟଣଙ୍କ ସାକ୍ଷାତ୍ ହେବା ସହ ମା’ଲକ୍ଷ୍ମୀ ଠାକୁରଙ୍କୁ ନିଜସ୍ଥାନକୁ ଯିବାକୁ ପ୍ରବର୍ତାଇବେ । ପରିବେଶ ସୁନ୍ଦର ଓ ସରସ କରିବାକୁ କାଲିଠାରୁ ଅସ୍ଥାୟୀ ମଂଚ ନିର୍ମାଣ କରାଯାଇ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ମାନଙ୍କୁ ଆଣି ଭଜନ ସନ୍ଧ୍ୟା ସମାରୋହ ମହାଆଡ଼ମ୍ବର ସହକାରେ ପାଳନ କରାଯାଉଛି । ତେବେ ପୋଲିସ୍ ପକ୍ଷରୁ ଜନଗହଳିକୁ ନଜରରେ ରଖି ସେଠାରେ ଆବଶ୍ୟକ ପୋଲିସ୍ ମୂତୟନ କରାଯାଇଥିବା ଜଣାପଡ଼ିଛି ।