ଯେଭଳି ଭାବରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ହେବାରେ ଲାଗିଛି, ଖରାଦିନ ହେଉ କିମ୍ବା ଶୀତଦିନ ସବୁ ଋତୁରେ ସନ୍ ଗ୍ଲାସ ଧାରଣ କରିବାକୁ ପଡୁଛି l କାହିଁକି ନା ବିନା ସନ୍ ଗ୍ଲାସ ରେ ବାହାରକୁ ଚାହିଁ ହେଉନାହିଁ l ପୂର୍ବରୁ କେବଳ ଖରାଦିନେ ସନ୍ ଗ୍ଲାସ ପିନ୍ଧିବା ଦେଖିବାକୁ ମିଳୁଥିଲା l ବିଶେଷ ଭାବରେ ଯୁବକ ମାନେ ଅଧିକ ସନ୍ ଗ୍ଲାସ ପିନ୍ଧିବାକୁ ପସନ୍ଦ କରି ଥାଆନ୍ତି l ଆମେ ସାଧାରଣ ଭାବରେ ଦେଖିବାକୁ ସୂର୍ଯ୍ୟ ନ୍କ ଆଲୋକ ଓ ଅଲଟ୍ରାଭାଓଲେଟ ରୁ ଆକ୍ଷି କୁ ରକ୍ଷା କରିବା ପାଇଁ ସନ୍ ଗ୍ଲାସ ପିନ୍ଧିଥାଉ ଓ ଆଉ କେହି କେହି ଷ୍ଟାଇଲ କାରଣରୁ ସବୁ ସମୟରେ ସନ୍ ଗ୍ଲାସ ପିନ୍ଧିବା ପାଇଁ ପସନ୍ଦ କରି ଥାଆନ୍ତି l କିନ୍ତୁ ପ୍ରତ୍ୟେକ ଜିନିଷ ର ଖରାପ ଓ ଭଲ ପ୍ରଭାବ ମଧ୍ୟ ରହିଛି l ଆଜି ଆସନ୍ତୁ ଜାଣିବା ସନ୍ ଗ୍ଲାସ ଧାରଣ କରିବା ର କଣ ରହିଛି ସ୍ୱାସ୍ଥ୍ୟ ଗତ କ୍ଷତି l
– ଗବେଷଣା କହୁଛି ସବୁ ସମୟରେ ସନ୍ ଗ୍ଲାସ ଧାରଣ କରିବା ଦ୍ୱାରା ଶରୀର ର ସରକେଡ଼ିଆନ ରୀଦମ୍ ବିଗିଡି ଯାଇଥାଏ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖା ଯାଇଥାଏ l ଏହାଛଡା ହର୍ମୋନ ଡ଼ିସବାଲାନ୍ସ ସମସ୍ୟା ଓ ଇନୋସମୀୟା ଡିପ୍ରେସନ ଭଳି ସମସ୍ୟା ଦେଖା ଯାଇଥାଏ l
– ଆମେରିକାର ଗୋଟିଏ ଗବେଷକ ମତ ଅନୁସାରେ ସବୁ ସମୟରେ ସନ୍ ଗ୍ଲାସ ପିନ୍ଧିବା ଦ୍ୱାରା ପିନୀୟଲ ଗ୍ରନ୍ଥି ଉପରେ ଖରାପ ପ୍ରଭାବ ପଡିଥାଏ l ଯାହାଦ୍ୱାରା ମସ୍ତିଷ୍କ କୁ ଏହି ସିଗନାଲ ଯାଇ ଥାଏ ଯେ ତ୍ୱଚାକୁ ଏକ୍ସ ପୋଜ ହେବାକୁ ପି[ଵାସ୍ତୁତ ରହିବାକୁ ସୂଚାଇ ଦେଇଥାଏ l ସନ୍ ଗ୍ଲାସ ସରକେଡିଆନ ରିଦିମ କୁ ବିଗାଡିବାକୁ ଚେଷ୍ଟା କରିଥାଏ, ଯାହାଦ୍ୱାରା ଷ୍ଟ୍ରେସ, ଇନସୋମିୟା ଓ ଏମିତି ମଧ୍ୟ ଡିପ୍ରେସନ ସ୍ଥିତି ଆସି ଯାଇଥାଏ l
– ଗବେଷଣା ଅନୁସାରେ ସୂର୍ଯ୍ୟଙ୍କ କିରଣ ଦ୍ୱାରା ବ୍ରେନ ରେ ହାଇପୋଥେଲେମସ କୁ ସ୍ଟିମୁଲେଟ କରି ଆପଣଙ୍କ ହର୍ମୋନ କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l କିନ୍ତୁ ଯଦି ଆମେ ସୂର୍ଯ୍ୟ ଙ୍କ ଆଲୋକ ରୁ ରକ୍ଷା ପାଇବାକୁ ସବୁବେଳେ ଚାହୁଁଛନ୍ତି ସନ୍ ଗ୍ଲାସ ପିନ୍ଧୁଛନ୍ତି ତେବେ ଏହା ଆପଣଙ୍କ ମସ୍ତିଷ୍କ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ l