Odisha news

ସୂର୍ଯ୍ୟାସ୍ତ ପରେ ଏହିସବୁ କାର୍ଯ୍ୟ କରିବା ଉଚିତ୍ ନୁହେଁ, ଆସିଥାଏ ଜୀବନ ରେ ବାଧାବିଘ୍ନ

0
ଆମ ଜୀବନ ରେ ବୟସ୍କ ଓ ଗୁରୁଜନ ମାନଙ୍କର ଖୁବ୍ ଗୁରୁତ୍ଵ ରହିଥାଏ । ଗୁରୁଜନ ମାନଙ୍କ ବାଣୀ ଜୀବନକୁ ଜୀବନ କୁ ସଠିକ୍ ଦିଗ୍ ଦର୍ଶନ କରାଇ ଥାଏ । ହିନ୍ଦୁ ଧର୍ମରେ ଆମେ ଜାଣିଛୁ ଯେ କିଛିଟା କାର୍ଯ୍ୟ କୁ ସନ୍ଧ୍ୟା ସମୟରେ ବା ସୂର୍ଯ୍ୟାସ୍ତ ପରେ କରିବା ଠିକ୍ ନୁହେଁ । ଯାହାଦ୍ଵାରା ଜୀବନ ରେ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ ।
* ନଖ କାଟିବା -:
ସୂର୍ଯ୍ୟାସ୍ତ ପରେ କଦାପି ନଖ କାଟିବା ଠିକ୍ ନୁହେଁ । ଏହାଦ୍ବାରା ଆର୍ଥିକ ଅନାଟନ ଦେଖା ଦେଇଥାଏ । ଏହାଦ୍ବାରା ଘରକୁ ନକାରାତ୍ମକ ଶକ୍ତି ର ଆଗମନ ମଧ୍ୟ ହୋଇଥାଏ ।
* ଗଛକୁ ଛୁଇଁବା ଉଚିତ୍ ନୁହେଁ :-
ହିନ୍ଦୁ ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ ବା ସୂର୍ଯ୍ୟାସ୍ତ ପରେ ଗଛ ଛୁଇଁବା ଉଚିତ୍ ନୁହେଁ । କୁହାଯାଏ ଯେ ଏହି ସମୟରେ ଗଛ ଶୋଇ ଥାଆନ୍ତି ଓ ପାଣି ଦେବା ଅଶୁଭ ଅଟେ ।
* ଭୋଜନ ଅଘୋଡା ରଖିବା ଉଚିତ୍ ନୁହେଁ :-
ଯଦି ଆପଣ ରାତ୍ରି ଭୋଜନ ପାଇଁ ଖାଦ୍ୟ ପ୍ରସ୍ତୁତ କରିଛନ୍ତି ତେବେ ତାହାକୁ ଅଘୋଡ଼ା ରଖନ୍ତୁ ନାହିଁ । ଏହା ଶାସ୍ତ୍ର ଅନୁସାରେ ଠିକ୍ ନୁହେଁ ।
* ସନ୍ଧ୍ୟା ସମୟରେ ଝାଡୁ କରିବା କିମ୍ବା ଘର ପୋଛିବା ଠିକ୍ ନୁହେଁ:-
ବାସ୍ତୁ ଅନୁସାରେ ସନ୍ଧ୍ୟା ପରେ ଝାଡୁ ପୋଛା କରିବା ଦ୍ୱାରା ପିଲାଙ୍କ ସ୍ବାସ୍ଥ୍ୟ ହାନି ହୋଇଥାଏ ଓ ପରିବାର ପ୍ରତି ବିପଦ ଆସିଥାଏ ।
* ଲୁଗା ଧୋଇବା ଉଚିତ୍ ନୁହେଁ:-
ସନ୍ଧ୍ୟା ସମୟରେ କିମ୍ବା ସୂର୍ଯ୍ୟାସ୍ତ ପରେ ଲୁଗାପଟା ଧୋଇବା ଠିକ୍ ନୁହେଁ । ଏହାଦ୍ବାରା ଘର ମୂରବୀ ରୋଗ ଗ୍ରସ୍ତ ହୋଇ ଥାଆନ୍ତି ଓ ଧନାହାନି ହୋଇଥାଏ ।
Nalco
Leave A Reply