ଲିଗାମେନ୍ଟ ଇଞ୍ଜୁରି ହୋଇଥିଲେ କରନ୍ତୁ କିଛିଟା ଘରୋଇ ଉପାୟ , ଏହିସବୁ ଜିନିଷ କୁ ଖାଇବା ଦ୍ବାରା ଓ ଲଗାଇବା ଦ୍ଵାରା ମିଳିବ ଆରାମ
ଆମ ଚଲା ବୁଲା ପାଇଁ ଓ ବସାଉଠା ପାଇଁ ଆଣ୍ଠୁ ର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଆଣ୍ଠୁ ଲିଗାମେଣ୍ଟ ଉପରେ ନିର୍ଭର କରିଥାଏ । ଲିଗାମେଣ୍ଟ କାରଣରୁ ଆମେ ଗୋଡ଼ରେ ସମସ୍ତ କାର୍ଯ୍ୟ କରିଥାଉ, କିନ୍ତୁ ଅଧିକାଂଶ ସମୟରେ
ଲିଗାମେଣ୍ଟ ରେ ଆଘାତ ଲାଗିବା ଦ୍ଵାରା ଯେଉଁ କାରଣରୁ ଚାଲିବା ରେ ଅସୁବିଧା ହୋଇଥାଏ ଓ ଗଭୀର ଯନ୍ତ୍ରଣା ଅନୁଭବ ହୋଇଥାଏ । ଅନେକ ସମୟରେ ବିଭିନ୍ନ ଖେଳାଳି ମାନେ ଏହି ଲିଗାମେଣ୍ଟ ଇଞ୍ଜୁରୀ ସମସ୍ୟାର ସମ୍ମୁଖୀନ ହୋଇ ଥାଆନ୍ତି । କିନ୍ତୁ ଏପରି କିଛି ଘରୋଇ ଚିକିତ୍ସା ରହିଛି ଯାହା ଲିଗାମେଣ୍ଟ ଇଞ୍ଜୁରି କୁ ଠିକ୍ କରିପାରିବ ।
୧ – ବରଫ ରେ ସେକ ଦେବା –
ଲିଗାମେଣ୍ଟ ଇଞ୍ଜୁରି ପରେ ଆଣ୍ଠୁ ଗଭୀର ଯନ୍ତ୍ରଣା ହୋଇଥାଏ ଓ ପ୍ରଭାବିତ ସ୍ଥାନ ଫୁଲି ଯାଇଥାଏ । ଏହି ସମୟରେ ଆପଣ ନିୟମିତ ଦିନକୁ ୨-୩ ଥର ବରଫ୍ ରେ ସେକ ଦିଅନ୍ତୁ ।
୨- ଆଣ୍ଠୁ ରେ ଗୋଟିଏ ପଟି ବାନ୍ଧିବା ଜରୁରୀ :-
ଲିଗାମେଣ୍ଟ ରେ ଆଘାତ ଲାଗିବା ପରେ ଅଧିକ ବୁଲାବୁଲି କରିବା ଉଚିତ୍ ନୁହେଁ । ଏହି ସମୟରେ ଗୋଡ଼ରେ ଗୋଟିଏ ପଟି ବାନ୍ଧି ନେବା ଜରୁରୀ ।
୩ – ଅଦା ବ୍ୟବହାର କରନ୍ତୁ -:
ଅଦା ଆଣ୍ଟି ଅକ୍ସୀଡ଼ାଣ୍ଟ ଗୁଣରେ ଭରପୁର ଅଟେ । ତେଣୁ ଗୋଟିଏ ଇଞ୍ଚ ଅଦା ଓ ଗ୍ରୀନ ଟି କୁ ପାଣି ରେ ପକାଇ ଫୁଟାନ୍ତୁ , ଏହାପରେ ସେଥିରେ ଫାଳେ ଲେମ୍ବୁ ଚିପୁଡ଼ି ଦିନକୁ ୨-୩ ସେବନ କରନ୍ତୁ ।
୪- ଆରଣ୍ଡି ତେଲ ଲଗାନ୍ତୁ :-
ଲିଗମେଣ୍ଟ ଇଁଯୁରୀ ହେଲେ ଆରାଣ୍ଡି ତେଲ ଖୁବ୍ ହିତକର । କାରଣ ଏହି ତେଲ ଦ୍ଵାରା ଯନ୍ତ୍ରଣା କମିବା ସହିତ ଫୁଲା ମଧ୍ୟ କମିବାର ସମ୍ଭାବନା ରହିଥାଏ ।
୫- ନିୟମିତ ବ୍ୟାୟାମ କରନ୍ତୁ:-
ଲିଗାମେଣ୍ଟ ଇଁଯୁରି ପରେ ଆପଣଙ୍କୁ ହାଲୁକା ବ୍ୟାୟାମ କରିବା ଜରୁରୀ । ବ୍ୟାୟାମ ଦ୍ଵାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ । ଏହାଦ୍ବାରା ମାଂସପେଶୀ ସହିତ
ଲିଗାମେଣ୍ଟ କୁ ମଧ୍ୟ ଆରାମ ମିଳିଥାଏ ।
