Odisha news

ଗ୍ରୀଷ୍ମ ଋତୁରେ କୋଲେଷ୍ଟ୍ରଲ ରୋଗୀମାନେ ଏହିସବୁ ଜିନିଷକୁ ସେବନ କରିବା ନିହାତି ଜରୁରୀ

0

ଆଜିକାଲି ଲୋକମାନେ ସ୍ୱାଦର ଲାଭ ପାଇବା ପାଇଁ ଏପରି ସବୁ ଜିନିଷ ସେବନ କରୁଛନ୍ତି ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ l ଗ୍ରୀଷ୍ମ ଋତୁରେ ଆମେ ପ୍ରାୟତଃ ନିଜ ଖାଦ୍ୟକୁ ନେଇ ସତର୍କ ନଥାଉ ଯାହା ଆମକୁ ସ୍ୱାସ୍ଥ୍ୟ ପ୍ରତ୍ତି କ୍ଷତିକାରକ ହୋଇଥାଏ l ତେଣୁ ଅନ୍ୟ ଋତୁ ଅପେକ୍ଷା ଗ୍ରୀଷ୍ମ ଋତୁରେ ଆମକୁ ନିଜ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବାକୁ ପଡିଥାଏ l କାରଣ ଆମେ ଯେଉଁ ଖାଦ୍ୟ ଖାଇଥାଉ ଆମ ଶରୀରରେ ତାହା କୋଲେଷ୍ଟ୍ରଲ କୁ ବୃଦ୍ଧି କରିଥାଏ l ଯେତେବେଳେ ଶରୀରରେ କୋଲେଷ୍ଟ୍ରଲ ମାତ୍ରା ବୃଦ୍ଧି ପାଇଥାଏ ଉଚ୍ଚ ରକ୍ତଚାପ ଓ ହାର୍ଟ ଆଟାକ ସମସ୍ୟା ଦେଖା ଦେଇଥାଏ l

ଏପରି କିଛି ଜିନିଷ ଅଛି ଯାହାକୁ ଗ୍ରୀଷ୍ମ ଋତୁରେ ସେବନ କରିବା ଦ୍ୱାରା କୋଲେଷ୍ଟ୍ରଲ ବୃଦ୍ଧି ପାଇଥାଏ –

– ଅଳମଣ୍ଡ ରେ ଅମିନୋ ଏସିଡ ଭରି ହୋଇ ରହିଛି l ଯାହା ଶରୀରରେ ନାଇଟ୍ରିକ ଆକ୍ସାଇଡ ପ୍ରସ୍ତୁତ କରିଥାଏ l ପ୍ରତିଦିନ ଗୋଟିଏ ମୁଠା ଅଳମଣ୍ଡ ସେବନ ଦ୍ୱାରା ବ୍ୟାଡ଼ କୋଲେଷ୍ଟ୍ରଲ ଦ୍ରୁତ ଗତିରେ ହ୍ରାସ ପାଇଥାଏ l

– ଅଖରୋଟ ଖାଇବା ଦ୍ୱାରା ଶରୀରରେ ବ୍ୟାଡ଼ କୋଲେଷ୍ଟ୍ରଲ ହ୍ରାସ ପାଇଥାଏ l ଅଖରୋଟ ରେ ଓ଼ମେଗା 3 ଫ୍ୟାଟି ଏସିଡ ରହିଥାଏ l ତେଣୁ ଅଖରୋଟ ସେବନ ଦ୍ୱାରା ରୋଗ ଠାରୁ ଦୁରେଇ ରହି ପାରିବେ l

– ପିସ୍ତା ପ୍ରତିଦିନ ଅଳ୍ପ ଅଳ୍ପ ସେବନ କରିବା ଆବଶ୍ୟକ l ଶରୀରରେ ପିସ୍ତା ଗୁଡ଼ କୋଲେଷ୍ଟ୍ରଲ କୁ ବୃଦ୍ଧି କରିଥାଏ l ଯାହାଦ୍ୱାରା ଶରୀର ସୁସ୍ଥ ରହିଥାଏ l

କୋଲେଷ୍ଟ୍ରଲ ନିୟନ୍ତ୍ରଣ ପାଇଁ ଘରୋଇ ଉପାୟ –

– ହାଇ କୋଲେଷ୍ଟ୍ରଲ ରୋଗୀଙ୍କ ପାଇଁ ପ୍ରତିଦିନ ରସୁଣ ସେବନ ହିତକର ଅଟେ l ରସୁଣ ରେ ଇଲିସିନ ରହିଥାଏ l ଯାହା ରକ୍ତଚାପ କୁ ନିୟନ୍ତ୍ରଣ କରିଥାଏ l

– ଅଦା ରକ୍ତକୁ ପତଳା କରିଥାଏ, ଯାହାଦ୍ୱାରା ହାର୍ଟ ଆଟାକ ସମ୍ଭାବନା ଦୁରେଇ ଯାଇଥାଏ l ଅଦା ମଧ୍ୟ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିଥାଏ l

– ତୁଳସୀ ଓ ପୁଦିନା ଏହି ଦୁଇଟି ପତ୍ର କୋଲେଷ୍ଟ୍ରଲ ରୋଗୀଙ୍କ ପାଇଁ ଖୁବ ହିତକର l ଏହି ୨ଟି ପତ୍ର ଶରୀରରେ ଗୁଡ଼ କୋଲେଷ୍ଟ୍ରଲ କୁ ବୃଦ୍ଧି କରିଥାଏ l

Leave A Reply