ଆମେ ଦୈନନ୍ଦିନ ଜୀବନରେ ଏମିତି ଗୁଡ଼ାଏ ଖାଦ୍ୟ ଖାଇଥାଉ ଯାହାକି ଶରୀର ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ। ଏମିତି ଅନେକ ଖାଦ୍ୟ ରହିଛି ଯାହା ଆମର ତ୍ୱଚାକୁ ରୁକ୍ଷ କରିଥାଏ। ଖାଦ୍ୟ ଖାଇବା ନେଇ ସତର୍କତା ଅବଲମ୍ବନ କଲେ ଆମେ କିଛି ମାତ୍ରାରେ ଆମ ତ୍ୱଚାର ଚମକ ବଜାୟ ରଖିପାରିବା। ଆସନ୍ତୁ ଜାଣିବା ତ୍ବଚାକୁ ସୁସ୍ଥ ରଖିବା ପାଇଁ କେଉଁ ଖାଦ୍ୟ ଖାଇବା ଜରୁରୀ।
ଜୁସ୍: ଅନେକ ଲୋକ ଭାବନ୍ତି ଜୁସ୍ ପିଇବା ଦ୍ୱାରା ତ୍ୱଚାର ଚମକ ବଢ଼ିଥାଏ। ଚର୍ମରେ ଉଜ୍ଜ୍ୱଳତା ଆସିଥାଏ। ମାତ୍ର ମନେ ରଖନ୍ତୁ ଘରେ ଫଳକୁ କାଟି ଜୁସ କରି ପିଇଲେ ସେଥିରୁ ଲାଭ ମିଳିଥାଏ। ମାତ୍ର ବଜାରରେ ଯେଉଁ ପ୍ୟାକେଟ ଜୁସ୍ ସବୁ ମିଳୁଛି ସେଥିରେ ଅତିରିକ୍ତ ପରିମାଣର ମିଠା ଭାଗ ରହିଥିବା ହେତୁ ତାହା ତ୍ୱଚା ପାଇଁ ହାନିକାରକ ହୋଇଥାଏ।
ଛେନା: ଗାଈ କ୍ଷୀରରୁ ପ୍ରସ୍ତୁତ ଛେନା ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥିବାରୁ ତାହାକୁ ଲୋକେ ବିଭିନ୍ନ ଖାଦ୍ୟରେ ଖାଇଥାନ୍ତି। ମାତ୍ର ମନେ ରଖନ୍ତୁ ଏଥିରେ ତୈଳ ଭାଗ ରହୁଥିବା ହେତୁ ଏହା ବ୍ରଣର କାରଣ ପାଲଟିଥାଏ।
କଫି: କଫି ଶରୀର ପାଇଁ ଭଲ ହୋଇଥାଏ। ମାତ୍ର କଫି ପିଇବା ଦ୍ୱାରା ଶରୀରରୁ ଜଳୀୟ ଅଂଶ ହ୍ରାସ ପାଇଥାଏ। ଫଳରେ ତ୍ୱଚା ଉପରେ ଏହାର ପ୍ରଭାବ ପଡ଼ିଥାଏ।
ଥଣ୍ଡା ପାନୀୟ: ଆପଣ ଯେତେ ବି ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ ପଛେ ଯଦି ଆପଣ ବାରମ୍ବାର ଥଣ୍ଡା ପାନୀୟ ଗ୍ରହଣ କରୁଛନ୍ତି ତେବେ ଏହାର କୁପ୍ରଭାବ ତ୍ବଚା ଉପରେ ପଡ଼ିଥାଏ।
ମଦ୍ୟପାନ: ମଦ୍ୟପାନ ରୁକ୍ଷ ତ୍ୱଚାର କାରଣ ହୋଇଥାଏ ଏହା ଆପଣ ଜାଣିଥିବେ ନିଶ୍ଚୟ। ଆପଣ ନିଜ ଶରୀରର ଯେତେ ବି ଯତ୍ନ ନିଅନ୍ତୁ ପଛେ ଯଦି ମଦ୍ୟପାନ କରୁଛନ୍ତି ତେବେ ସବୁ ବୃଥା।