ଜୁଲାଇ ୭ ତାରିଖ ରୁ ଶୁକ୍ର କରିବେ ସିଂହ ରାଶିରେ ଗୋଚର , ଶୁକ୍ର ଙ୍କ ଗୋଚର ଖୁବ ମହତ୍ୱପୂର୍ଣ ଅଟେ l ଶୁକ୍ର ଙ୍କୁ ପ୍ରେମ , କଳା ଓ ସୌନ୍ଦର୍ଯ୍ୟ ର କାରକ ବୋଲି ଗ୍ରହଣ କରାଯାଇ ଥାଏ l ଶୁକ୍ର ଙ୍କ ଗୋଚର ସିଂହ ରାଶିରେ ସକାଳ ୩ ଟା ୫୯ ମିନିଟ ରେ ହେବ l
ଶୁକ୍ର ଗ୍ରହ ବୃଷ ଓ ତୁଳା ରାଶିର ସ୍ୱାମୀ ଅଟନ୍ତି l ଯଦି କୁଣ୍ଡଳୀ ରେ ଶୁକ୍ର ଭଲ ସ୍ଥିତି ରେ ରହି ଥାଆନ୍ତି ତେବେ ସମସ୍ତ ସୁଖ ସୁବିଧା ଲାଭ ହୋଇଥାଏ l ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଙ୍କ ଗୋଚର ଦ୍ୱାରା କିଛି ରାଶିଙ୍କ ର ଭାଗ୍ୟ ଉଦୟ ହୋଇଥାଏ l
ଆସନ୍ତୁ ଜାଣିବା ଶୁକ୍ର ଙ୍କ ଗୋଚର ଦ୍ୱାରା କେଉଁ ସବୁ ରାଶି ଲାଭନ୍ୱିତ ହେବେ -:
* ମେଷ ରାଶି –
ମେଷ ରାଶିର ବ୍ୟକ୍ତି ବିଶେଷ ଭାବରେ ବ୍ୟବସାୟ ରେ ସଫଳତା ଲାଭ କରିବେ l ଛାତ୍ର ଛାତ୍ରୀ ଙ୍କ ପାଇଁ ଖୁବ ଭଲ ସମୟ୍ ରହିବ l ଦାମ୍ପତ୍ୟ ଜୀବନ ରେ ସୁଖ ରହିବ l ସ୍ୱାସ୍ଥ୍ୟ ବସ୍ଥା ଠିକ ରହିବ ଓ ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ l
* ସିଂହ ରାଶି – ସିଂହ ରାଶିର ବ୍ୟକ୍ତି ଙ୍କ ପାଇଁ ଖୁବ ଭଲ ସମୟ ରହିବ l ନୁଆ ସମ୍ପର୍କ ଗଢି ଉଠିବ ଓ ଲାଭବାନ ହେବେ l ଆୟ ବଢିବ , ବ୍ୟବସାୟ ରେ ସଫଳତା ପାଇବେ , ସମ୍ମାନ ଲାଭ ହେବ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ l
* ଧନୁ ରାଶି – ଧାର୍ମିକ କାର୍ଯ୍ୟରେ ରୁଚି ବଢିବ l ଆୟ ର ନୁଆ ମାଧ୍ୟମ ଖୋଲିବ l ପରିବାର ସହିତ ଅଧିକ ରୁ ଅଧିକ ସମୟ ଅତିବାହିତ କରିବେ , ଯାହାଦ୍ୱାରା ସମ୍ପର୍କ ମଜବୁତ ହେବ l
* ମକର ରାଶି :- ମକର ରାଶିଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ l ଋଣ ର ନୁଆ ଖର୍ଚ୍ଚ ର ସମାଧାନ ହେବ l ଧନ ପ୍ରାପ୍ତି ର ବାଟ ଖୋଲିବ l ଜୀବନ ସୁଖ ସମ୍ପନ୍ନତା ଆସିବ l