Odisha news

ସଫଳତା ସହିତ ସମ୍ମାନ ପାଇବାକୁ ଯଦି ଚାହୁଁଛନ୍ତି ତେବେ ତ୍ୟାଗ କରନ୍ତୁ ନିଜ ଭିତରୁ ଏହିସବୁ ଅଭ୍ୟାସ

0
ସଫଳତା ଓ ସମ୍ମାନ ଉଭୟ ଉଭୟ ଙ୍କ ର ପରିପୂରକ , ପ୍ରତ୍ୟେକ ବ୍ୟକ୍ତି ଏହି ୨ଟି କୁ ପାଇବା ପାଇଁ ଚେଷ୍ଟା କରି ଥାଆନ୍ତି । କିନ୍ତୁ ଏହା ଲାଭ କରିବା ଏତେ ସହଜ ନୁହେଁ । କାହିଁକି ନା ଏଥିପାଇଁ ମଣିଷ ର କିଛିଟା ଖରାପ ଅଭ୍ୟାସ ବାଧକ ସାଜି ଥାଏ । ଆସନ୍ତୁ ଜାଣିବା ସେହି ଖରାପ ଅଭ୍ୟାସ ଗୁଡ଼ିକ କଣ ରହିଛି ।
* ଶାସ୍ତ୍ର କହୁଛି ବ୍ୟକ୍ତି ଆତ୍ମ ବଡିମା ନକରିବା ଉଚିତ୍ । ଅର୍ଥାତ୍ ମଣିଷ ନିଜର ଗୁଣ ଗାନ ନିଜ ତୁଣ୍ଡରେ ବଢାଇ ଚଢାଇ ନକହିବା ଆବଶ୍ୟକ । ଗୋଟିଏ ପଟରେ ସେ ଯେଉଁଠି ନିଜର ଗୁଣ ଗାନ କରି ତୃପ୍ତି ବା ଆନନ୍ଦ ଲାଭ କରିଥାଏ , ଅନ୍ୟ ପକ୍ଷରେ ଏହା ତାର ସଫଳତା ରେ ବାଧା ଆଣିଥାଏ । କାହିଁକି ନା ଏଭଳି କାର୍ଯ୍ୟ କେବଳ ଜଣେ ଅହଙ୍କାରୀ ବ୍ୟକ୍ତି ହିଁ କରିପାରିବ ଓ ଏହି ଅହଙ୍କାର ସମ୍ମାନ ରେ ବାଧା ଆଣିଥାଏ । କଦାପି ଗୋଟିଏ ସତ୍ ଗୁଣ ବ୍ୟକ୍ତି କରିବ ନାହିଁ।
* ପିଠି ପଛରେ ପର ଆଲୋଚନା କରିବା ପ୍ରତ୍ୟେକ ବ୍ୟକ୍ତି ଙ୍କ ସ୍ଵଭାବ ହୋଇଥାଏ । କିନ୍ତୁ ପର ଆଲୋଚନା ଓ ପର ନିନ୍ଦା ବ୍ୟକ୍ତି କୁ ସମ୍ମାନ ଦେଇ ନଥାଏ । ଏହାଛଡା ଯେଉଁ ବ୍ୟକ୍ତି ପର ଆଲୋଚନା କରୁଛି ତା ନିକଟରୁ ଆପଣ ଦୂରେଇ ରହିବା ଆବଶ୍ୟକ । ଏହା ଆପଣଙ୍କ ସମ୍ମାନ ରେ ବାଧା ଆଣିବ ।
* ଶାସ୍ତ୍ର କହିଥାଏ ଯେ ଯେଉଁ ବ୍ୟକ୍ତି ମିଥ୍ୟା କହି ଅନ୍ୟକୁ ଅସୁବିଧାରେ ପକାଇ ସଫଳତା ଲାଭ କରିବାକୁ ଚାହୁଁଥାଏ ସେଭଳି ବ୍ୟକ୍ତି ଦିନେ ନା ଦିନେ ଅସମ୍ମାନ ଓ ଅପମାନ ର ସାମ୍ନା କରିଥାଏ । ପରିଶ୍ରମ ଓ ସତ୍ୟ ର ମାର୍ଗରେ ଯେଉଁ ବ୍ୟକ୍ତି ଯାଇଥାଏ ସେ ଉଭୟ ସମ୍ମାନ ଓ ସଫଳତା ଲାଭ କରିଥାଏ । କଦାପି ବ୍ୟକ୍ତି ନିଜର ଆତ୍ମ ସମ୍ମାନ ସହିତ ବୁଝାମଣା ନକରିବା ଉଚିତ୍ ।
* ଲୋଭ ଗୋଟିଏ ପ୍ରକାରର ବିଷ ସଦୃଶ ଅଟେ । ଏହା ବ୍ୟକ୍ତିର ଅଜାଣତ ରେ ତାକୁ ଗୋଟିଏ ଅନ୍ଧକାର ଆଡ଼କୁ ଟାଣି ନେଇ ଯାଇଥାଏ । କାହିଁକି ନା ଲୋଭି ବ୍ୟକ୍ତି ସବୁବେଳେ ନିଜର ଆତ୍ମ ସମ୍ମାନ ହରାଇଥାଏ ।
* ଯେତେବେଳେ ଆମେ ଅନ୍ୟର ଆଦର ଓ ସମ୍ମାନ କରିବା ସେତେବେଳେ ଆମକୁ ଆଦର ଓ ସମ୍ମାନ ତା ପରିବର୍ତ୍ତେ ମିଳିଥାଏ । ଯେତେବେଳେ ଜଣେ ବ୍ୟକ୍ତି ପ୍ରତିଷ୍ଠା ଧନ ଓ ସମ୍ପତି ଲାଭ କରି ଅହଙ୍କାର ରେ ଭାରିଯାଏ ସେତେବେଳେ ଅନ୍ୟର ଅନାଦର କରିଥାଏ । ଏହି ପ୍ରକାର ବ୍ୟକ୍ତି କଦାପି କାହାର ସମ୍ମାନ ର ପାତ୍ର ହୋଇ ପାରି ନଥାଆନ୍ତି ।
Nalco
Leave A Reply