ଜୀବନ ରେ ସଫଳତା ଲାଭ କରିବା ପାଇଁ କୌଣସି ନିୟମ ନଥାଏ, କିନ୍ତୁ ବ୍ୟକ୍ତି ର ନିରନ୍ତର ଚେଷ୍ଟା କରିବାର ଗୁଣ ନିହାତି ରହିବା ଆବଶ୍ୟକ l ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନ ରେ ଆଗକୁ ବଢିବା ପାଇଁ ଏହା ନିହାତି ଆବଶ୍ୟକ l ଏହା କୌଣସି ବ୍ୟକ୍ତି ବିଷୟରେ ନୁହେଁ, ଏହା ପ୍ରକୃତି ବିଷୟରେ l ଯେଭଲିକି ଶିଶୁଟି ବଡ଼ ହେବା, କୌଣସି ଗଛ ବଡ ହୋଇ ସେଥିରେ ଫଳ ହେବା, ପ୍ରତିଦିନ ସୂର୍ଯ୍ୟ ଉଦୟ ହୋଇ ଅସ୍ତ ହେବା ଭଳି ଅନେକ ଉଦାହରଣ ରହିଛି l ଯାହା ଆମକୁ ନିରନ୍ତର ଦେଖିବାକୁ ମିଳିଥାଏ l ସେହିଭଳି ଆପଣ ମଧ୍ୟ ନିଜ ଜୀବନରେ ଚେଷ୍ଟା କରିବା କଦାପି ଛାଡ଼ନ୍ତୁ ନାହିଁ l ତାହା ପୁଣି ଯେକୌଣସି କାର୍ଯ୍ୟ ରେ ଚେଷ୍ଟା ହେଉ ତାହା ଜୀବନ ରେ ନିଶ୍ଚିନ୍ତ ସଫଳତା ଦେବ l
ନିରନ୍ତର ଚେଷ୍ଟା ଜୀବନ ରେ ସଫଳତା ଦେବ –
* କିଛି ନୂଆ ଶିଖିବାର ଇଛା – ବ୍ୟକ୍ତି ସର୍ବଦା କିଛି ନୂଆ ଶିଖିବା ର ଚେଷ୍ଟା ରଖିବା ଉଚିତ l ସଫଳ ବ୍ୟକ୍ତି ମଧ୍ୟରେ ଏହିସବୁ ଗୁଣ ରହିବ ଦ୍ୱାରା କ୍ୟାରିଅର ଗ୍ରାଫ ସର୍ବଦା ଉର୍ଧ୍ଵ ରେ ରହିବ ଅର୍ଥାତ ସେ ଉଚ୍ଚାଭିଳାଷୀ ହୋଇଥାଏ l ପ୍ରତିଦିନ କିଛି ନୂଆ କରିବାର ଇଛା ଆପଣଙ୍କୁ ସଫଳ କରିବାରେ ସାହାଯ୍ୟ କରିବ l
* ଦୃଢ଼ ଇଛାଶକ୍ତି – ଦୃଢ଼ ଇଛାଶକ୍ତି ହେଉ ନଥିବା କାର୍ଯ୍ୟରେ ସଫଳ କରି ଦେଖାଇ ଥାଏ l ଯେଉଁ ଲୋକ ମାନଙ୍କ ମଧ୍ୟରେ ଏହି ଗୁଣ ରହିଥାଏ ସେମାନେ ଜୀବନ ରେ ସଫଳ ହୋଇ ଥାଆନ୍ତି l
* ପ୍ରତ୍ୟେକ କାର୍ଯ୍ୟ କୁ ଖୁସି ରେ କରିବା ଉଚିତ – କାମ ବଡ଼ ହେଉ କିମ୍ବା ଛୋଟ ଯେଉଁ କାମ ର ଦାୟିତ୍ୱ ଆପଣଙ୍କୁ ଦିଆଯାଇଛି ତାହାକୁ ଆପଣ ସବୁବେଳେ ଖୁସି ରେ କରିବା ଜରୁରୀ l ଯାହା ଆପଣଙ୍କୁ ସଫଳତା ଦେବ l
* ମାଙ୍କୁ ରଖନ୍ତୁ ଶାନ୍ତ – ଅନେକ ଲୋକଙ୍କ ମନ ଅନେକ ସମୟରେ ବିଚଳିତ ରହିଥାଏ l ଏହି କାରଣରୁ ସେମାନେ କାମରେ ମନଦେଇ ନଥାଆନ୍ତି l ଯେଉଁ ବ୍ୟକ୍ତିମାନେ ଏଭଳି କରିଥାଆନ୍ତି ସେମାନେ କଦାପି ନିଜ ଜୀବନ ରେ ସଫଳତା ହୋଇପାରନ୍ତି ନାହିଁ l
