Odisha news

ଖାଦ୍ୟ କୁ ରଖିବାରେ ଖବର କାଗଜ କିମ୍ବା ଆଲୁମିନିୟମ ଫଏଲ୍ ର ବ୍ୟବହାର କରୁଛନ୍ତି କି ? ତେବେ ହୋଇ ଯାଆନ୍ତୁ ସତର୍କ ଏହା ହୋଇପାରେ କ୍ୟାନ୍ସର ର କାରଣ

0

ଭାରତୀୟ ପରିବାର ଗୁଡିକ ରେ ଖବର କାଗଜ ର ବ୍ୟବହାର ପଢିବା ରେ କମ ବ୍ୟବହୃତ ହୋଇଥାଏ, ଓ ଖାଇବା ଜିନିଷ ପ୍ୟାକ କରିବାରେ ଅଧିକ ବ୍ୟବହୃତ ହୁଏ l ଏହା ନିଶ୍ଚିତ ଭାବରେ ଆମ ସମସ୍ତଙ୍କ ସହିତ ଘଟିଥିବ ଯେ ଆମେ ମାନେ ନିହାତି ସମସ୍ତେ ଅଳ୍ପ ବହୁତେ ଖବର କାଗଜ ରେ ଖାଦ୍ୟ ଗୁଡ଼ାଇ ରଖି ଖାଇଥିବା l  ସାଧାରଣ ଭାବରେ ସ୍ତ୍ରୀଟି ଫୁଡ ର ଦୋକାନ ଗୁଡିକ ରେ ପ୍ୟାକିଂ କରିବା ପାଇଁ ଖବର କାଗଜ ର ବ୍ୟବହାର ହୋଇଥାଏ l  ଘରୁ ମଧ୍ୟ ଅଫିସ ଖାଇବା ନେବା ସମୟ ରେ ଅନେକ ଲୋକେ ନିୟୁଜ ପେପର ରେ ରୁଟି ଗୁଡ଼ାଇ ନେଇ ଥାଆନ୍ତି l  କଣ ଆପଣ ଜାଣିଛନ୍ତି ଆପଣଙ୍କର ଏହି ଗୋଟିଏ ଛୋଟ ଭୁଲ ଆପଣଙ୍କୁ ବିପଦ ପୁର୍ଣ ରୋଗ ଆଡକୁ ଟାଣି ନେବ l

କେବଳ ଏତିକି ନୁହେଁ ସିଲଭର ଫଏଲ୍ ରେ ମଧ୍ୟ ଖାଦ୍ୟ ପ୍ୟାକ କରିବା ଠିକ ନୁହେଁ l ଏଥିରେ ଥିବା ବିପଦପୂର୍ଣ୍ଣ କେମିକାଲ ଶରୀର ମଧ୍ୟରେ କ୍ୟାନ୍ସର ଭଳି ମାରାତ୍ମକ ରୋଗ ର କାରଣ ହୋଇଥାଏ l  ଆସନ୍ତୁ ଜାଣିବା ଏହାକୁ ବ୍ୟବହାର କରିବା ଦ୍ୱାରା କେଉଁ ସବୁ ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥାଉ l

ଖବରକାଗଜ ରେ ଖାଦ୍ୟ ରଖି ଖାଇବାର କ୍ଷତି –
– ଫୁଡ ସେଫଟି ଏଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ ର ତଥ୍ୟ ଅନୁସାରେ ଖବରକାଗଜ ରେ ଖାଦ୍ୟ ରଖି ଖାଇବା ଦ୍ୱାରା ଗମ୍ଭୀର ରୋଗରେ ଆକ୍ରାନ୍ତ ହୋଇ ପାରନ୍ତି l  ଖବରକାଗଜ ର ପ୍ରିଣ୍ଟ ପାଇଁ ବ୍ୟବହୃତ ହେଉଥିବା ସାହି ବା କାଳୀ ରେ ବିପଦପୂର୍ଣ ରସାୟନ ରହିଥାଏ l ଏଥିରେ ଥିବା ଡ଼ାଈ ଆଇସୋ ବ୍ୟୁଟାଇଲ ଫଟା ଲେଟ ଓ ଡ଼ାଈ ଇନ ଆଇସୋ ବ୍ୟୁଟାଇଲ ଭଳି ରସାୟନ ରହିଛି l ଖବରକାଗଜ ରେ ଗରମ ଖାଦ୍ୟ ରଖିବା ଦ୍ୱାରା ଅନେକ ସମୟରେ ଏହି ସାହି ଖାଦ୍ୟରେ ମିଶି ଯାଇଥାଏ l  ଯାହାକି ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ l

– ଏହି ଦୁଇଟି କେମିକାଲ ଶରୀରକୁ ଅଧିକ ମାତ୍ରାରେ ଯିବା ଦ୍ୱାରା କ୍ୟାନ୍ସର ର ବିପଦ ମଧ୍ୟ ବଢି ଯାଇଥାଏ l  ଆହୁରି ମଧ୍ୟ ଗବେଷଣା କହୁଛି ଯେ ନିୟୁଜ ପେପର ରେ ଖାଦ୍ୟ ରଖି ଖାଇବା ଦ୍ୱାରା ମାଉଁଠ କ୍ୟାନ୍ସର ଓ ଫୁସଫୁସ ରେ କ୍ୟାନ୍ସର ର ବିପଦ ଦେଖା ଯାଇଥାଏ l  ଆହୁରି ମଧ୍ୟ କୁହାଯାଇଛି ଯେ ନିୟୁଜ ପେପର ରେ ଖାଦ୍ୟ ରଖି ଖାଇବା ଦ୍ୱାରା ପାଚନ ତନ୍ତ୍ରରେ ସମସ୍ୟା ଦେଖା ଯାଇଥାଏ l  ଏହାର କାଳୀ ରେ ଥିବା କେମିକାଲ ପାଚନ ସମ୍ବନ୍ଧୀୟ ସମସ୍ୟାର କାରଣ ହୋଇଥାଏ l  ଯେପରିକି ପେଟରେ ସଂକ୍ରମଣ ଇତ୍ୟାଦି l

– ତୈଳ ଯୁକ୍ତ ଖାଦ୍ୟ କୁ ନିୟୁଜ ପେପର ରେ ରଖି ଖାଇବା ଦ୍ୱାରା ଲିଭର କ୍ୟାନ୍ସର ର ବିପଦ ବଢି ଯାଇଥାଏ l  ବିଶେଷଜ୍ଞ ଙ୍କ ମତରେ ଏହାଦ୍ୱାରା ମଣିଷ ନିଜର ଦୃଷ୍ଟିଶକ୍ତି ମଧ୍ୟ ହରାଇଥାଏ l  ବିଶେଷ ଭାବରେ  ଏହା ଛୋଟ ପିଲା ଓ ବୟସ୍କ ମାନଙ୍କ ଉପରେ ଖରାପ ପ୍ରଭାବ ପକାଇ ଥାଏ l

ଆଲୁମିନିୟମ ଫଏଲ୍ ରେ ଖାଦ୍ୟ ରଖି ଖାଇବା କ୍ଷତିକାରକ –
– କିଛି ଲୋକ ନିୟୁଜ ପେପର ସ୍ଥାନରେ ଆଲୁମିନିୟମ ଫଏଲ ର ବ୍ୟବହାର କରି ଥାଆନ୍ତି l କିନ୍ତୁ ପ୍ରତିଦିନ ଆଲୁମିନିଅମ ଫଏଲ ବ୍ୟବହାର କରିବା ଶରୀର ପକ୍ଷରେ ଠିକ ନୁହେଁ l  ଆଲୁମିନିୟମ ଫଏଲ୍ରେ ରେ ଗରମ ଖାଦ୍ୟ ରଖିବା ଦ୍ୱାରା ଏଥିରେ ଥିବା କେମିକାଲ ଗରମ ଖାଦ୍ୟରେ ମିଶି ଯାଇଥାଏ l  ଯାହା ଲିଭର କୁ କ୍ଷତି କରେଇଥାଏ l

– ଆଲୁମିନିଅମ ଫଏଲ୍ ରେ ଖାଦ୍ୟ ରଖି ଖାଇଲେ ପ୍ରଶ୍ୱାସ ସମସ୍ୟାର କାରଣ ହୋଇଥାଏ ଓ ଇମ୍ୟୁନ ସିଷ୍ଟମ ମଧ୍ୟ ପ୍ରଭାବିତ ହୋଇଥାଏ l

– WHO ର ରିପୋର୍ଟ ଅନୁସାରେ ଆଲୁମିନିଅମ ଫଏଲ୍ ରେ ରନ୍ଧା ଯାଇଥିବା ଖାଦ୍ୟକୁ ରଖି ଖାଇବା ଦ୍ୱାରା ଏହାର ପୋଷାକ ତତ୍ୱ ନଷ୍ଟ ହୋଇ ଯାଇଥାଏ l

– ଆଲୁମିନିଅମ ଫଏଲ୍ ରେ ଖାଦ୍ୟ ରଖି ଖାଇବା ଦ୍ୱାରା ମସ୍ତିଷ୍କ ଦୁର୍ବଳ ହୋଇ ଯାଇଥାଏ l ଏହାଛଡା ହାଡ଼ ମଧ୍ୟ ଦୁର୍ବଳ ହୋଇଯାଏ ଓ ଏଥିରେ ଥିବା କେମିକାଲ ଦ୍ୱାରା ଖାଦ୍ୟର ପୋଷଣ ମଧ୍ୟ ନଷ୍ଟ ହୋଇଯାଏ l  ତେଣୁ ସବୁବେଳେ ଭଲ କ୍ୱାଲିଟି ଫଏଲ୍ ବ୍ୟବହାର କରିବା ଆବଶ୍ୟକ, ଏହାଛଡା ଖାଦ୍ୟ କୁ ଥଣ୍ଡା କରି ରଖିବା ଜରୁରୀ l

Nalco
Leave A Reply