Odisha news

ସଫଳତାର ପୁଞ୍ଜି : ସଫଳ ହେବା ପାଇଁ ମଣିଷ ମଧ୍ୟରେ ଏହି ୩ଟି ପକ୍ଷୀର ଗୁଣ ରହିବା ଆବଶ୍ୟକ, ନିଶ୍ଚିନ୍ତ ମିଳିବ ସଫଳତା

0
ଜୀବନ ରେ ପ୍ରତ୍ୟେକ ବ୍ୟକ୍ତି ସଫଳ ହେବା ପାଇଁ ଚାହିଁ ଥାଏ ଓ ନିଜ ଲକ୍ଷ କୁ ଲାଭ କରିବାକୁ ଚାହିଁ ଥାଏ । କିନ୍ତୁ ସଫଳତା ପ୍ରତ୍ୟେକ ବ୍ୟକ୍ତି କିଛିଟା ଭୁଲ କାରଣରୁ ଲାଭ ହୋଇ ପାରି ନଥାଏ । କାହିଁକି ସଫଳ ବ୍ୟକ୍ତି ଙ୍କ କାମ କରିବାର ଉପାୟ ସାଧାରଣ ଲୋକ ଙ୍କ ନିକଟରୁ ଅଲଗା ହୋଇଥାଏ ଓ ଏପରି ସ୍ଥିତି ରେ ସେମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିବାକୁ ଚାହିଁ ଥାଆନ୍ତି ।
କିନ୍ତୁ କଣ ଆପଣ ଜାଣି ଛନ୍ତି କି ସଫଳ ବ୍ୟକ୍ତି ନିଜ ଜୀବନ ରେ ସଫଳ ହେବା ପାଇଁ ଏହି ୩ଟି ପକ୍ଷୀଙ୍କର ଗୁଣ କୁ ଆପଣ ଯଦି ଆପଣାଇବେ ତେବେ ନିଜ ଜୀବନ ର ଲକ୍ଷ ହାସଲ କରିବେ । ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ପରିଶ୍ରମୀ ତେବେ ତାକୁ ତିନିଟି ଗୁଣ ରଖିବା ଆବଶ୍ୟକ ।
* କୋଇଲି – କୋଇଲି ନିଜର ମିଠା ସ୍ୱର ପାଇଁ ଜଣାଶୁଣା । କୋଇଲି ର ରଙ୍ଗ କଳା ହୋଇଥାଏ , କିନ୍ତୁ ତାର ମଧୁର ସ୍ୱର ଦ୍ଵାରା ସେ ସମସ୍ତ ଙ୍କୁ ଆକର୍ଷିତ କରିଥାଏ । ଏହି ଗୁଣ ବ୍ୟକ୍ତି ମଧ୍ୟରେ ରହିବା ଆବଶ୍ୟକ । ମଣିଷ ର ରଙ୍ଗ ରୂପ ଯେମିତି ବି ହେଉ କିନ୍ତୁ ମଣିଷ ମଧ୍ୟରେ ବିନମ୍ରତା ନିହାତି ରହିବା ଆବଶ୍ୟକ । ଯଦି ଆପଣଙ୍କ କଥା କର୍କଶ ହୋଇଥିବ ତେବେ ଆପଣଙ୍କ ସୌନ୍ଦର୍ଯ୍ୟ କୌଣସି କାମକୁ ନୁହେଁ ।
* ବଗ – ବଗ ମଧ୍ୟରେ ବିଶେଷ ଗୁଣ ରହିଥାଏ ଯେ ସେ ନିଜର ଇନ୍ଦ୍ରିୟ କୁ କାବୁ କରିବା ଜାଣି ଥାଏ ଓ ସେଥି ପାଇଁ ତାକୁ ଚାଲାକ୍ ପକ୍ଷୀ ବୋଲି କୁହାଯାଇ ଥାଏ । ନିଜର ଏହି ଗୁଣ ଓ ସଞ୍ଜମ ର କାରଣରୁ ସେ ଖୁବ୍ ଚତୁରତାର ସହିତ ପାଣିରୁ ମାଛ କୁ ଶିକାର କରି ପାରିଥାଏ । ଯେଉଁ ବ୍ୟକ୍ତି ନିଜ ଇନ୍ଦ୍ରିୟ କୁ ସଞ୍ଜମ କରିଥାଏ , ମନକୁ ସଞ୍ଜମ କରିଥାଏ ସେହି ବ୍ୟକ୍ତି ଏକାଗ୍ରତା ର ସହିତ କାର୍ଯ୍ୟ କରିଥାଏ ଓ ସଫଳତା ଲାଭ କରିଥାଏ ।
* କୁକୁଡ଼ା -: କୁକୁଡ଼ା ଗୋଟିଏ ପକ୍ଷୀ ଯିଏ କି ଅନେକ ଗୁଣ ରେ ପରିପୂର୍ଣ୍ଣ ହୋଇଥାଏ । କୁକୁଡ଼ା ସୂର୍ଯ୍ୟୋଦୟ ପୂର୍ବରୁ ଉଠିଥାଏ । ପ୍ରତ୍ୟେକ ପରିସ୍ଥିତି ରେ କଠିନ ପରିଶ୍ରମ କରିଥାଏ । ନିଜ ପରିଶ୍ରମ ରେ ଖାଦ୍ୟ ସଂଗ୍ରହ କରିଥାଏ ଓ ଖୁସିରେ ଭୋଜନ କରିଥାଏ । ଏହାଛଡା ନିଜ ଶାବକ ମାନଙ୍କୁ ମଧ୍ୟ ପରିଶ୍ରମ କରିବାର ପ୍ରେରଣା ଦେଇଥାଏ ।
Leave A Reply