ପ୍ରତିଟି ମଣିଷ ଜୀବନରେ ଆଗକୁ ବଢିବା ପାଇଁ ସବୁବେଳେ ଅଭିଳାଷ ରଖିଥାଏ । ତେଣୁ ମଣିଷ ନିଜକୁ ସେହିଭଳି ଭାବରେ ଗଢି ତୋଳିବା ଆବଶ୍ୟକ । ନିଜ ଚେଷ୍ଟା ରେ ମଣିଷ ଯେପରି ନିଜକୁ ନିଜେ ଗଢି ପାରିବ ତାହା ଅନ୍ୟର ଚେଷ୍ଟା ରେ କରିପାରିବ ନାହିଁ।
ଆଜିର ସମାଜରେ ମନର ଶାନ୍ତି ନିହାତି ଆବଶ୍ୟକ। କାରଣ ଆଧୁନିକ ଯୁଗ ସହିତ ଏହି ଶାନ୍ତି ଶବ୍ଦ ଟି ପ୍ରାୟ ସମସ୍ତ ଙ୍କ ଜୀବନରୁ ଦୂରେଇ ଯାଇଛି ।
୧) ମନର ଶାନ୍ତି ପାଇଁ –
ସଫଳତାର ପୁଞ୍ଜି କହୁଚି ଯେ ଯେଉଁ ବ୍ୟକ୍ତି ମନକୁ ଶାନ୍ତ ରଖି ଜୀବନ ରେ ଉନ୍ନତି କରିବାକୁ ଚାହୁଁଛି ସେ ସବୁବେଳେ ଶ୍ରେଷ୍ଠ ଗୁଣର ଅଧିକାରୀ ହେବା ଆବଶ୍ୟକ। ଯେପରିକି ପର ନିନ୍ଦା , ଖରାପ୍ ଚିନ୍ତା , ପର ଆଲୋଚନା ଓ କ୍ରୋଧ , ଘୃଣା , ଲୋଭ, ଆଳସ୍ୟ ଏହି ସମସ୍ତ ଗୁଣ ଠାରୁ ଦୂରେଇ ରହିବା ଉଚିତ୍ । ତା ସହିତ ନିଷ୍କପଟ ହୋଇ ସମସ୍ତ ଙ୍କୁ ଆପଣାଇ ଖୁସି ରେ ରହିବା ଜରୁରୀ। ତେବେ ଯାଇ ମାନସିକ ଶାନ୍ତି ପ୍ରାପ୍ତି ହେବ ।
୨) ସକାରାତ୍ମକ ଊର୍ଯା –
ସଫଳତାର ପୁଞ୍ଜି କହୁଚି ଯେ ଯେକୌଣସି କାର୍ଯ୍ୟ ଆରମ୍ଭ କରିବା ପାଇଁ ମନରେ ସକାରାତ୍ମକ ଶକ୍ତି ଜାଗ୍ରତ ହେବା ନିହାତି ଜରୁରୀ । ପ୍ରତିଟି ମଣିଷ ଜୀବନ ରେ ଆଗକୁ ବଢିବା ପାଇଁ ସକାରାତ୍ମକ ଉର୍ଜା ନିହାତି ଜରୁରୀ। ଏହା ପ୍ରତିଟି ମଣିଷ କୁ ପ୍ରେରଣା ଯୋଗାଇ ଥାଏ। ସକାରାତ୍ମକ ଉର୍ଜା ବ୍ୟକ୍ତିକୁ କଳାତ୍ମକ କରିଥାଏ ଓ ଜୀବନ ରେ ଆଗକୁ ବଢିବା ପାଇଁ ସାହାଯ୍ୟ କରିଥାଏ।