Odisha news

ସଫଳତାର ପୁଞ୍ଜି : ମଣିଷ ନିଜ ଜୀବନରେ ଏହିସବୁ କଥାକୁ ଧ୍ୟାନ ଦେଲେ କଦାପି କେଉଁଠି ହାରିବ ନାହିଁ

0

ସଫଳତାର ପୁଞ୍ଜି ଆମ ଜୀବନକୁ ପ୍ରଭାବିତ କରିଥାଏ ଓ ଏହା ଆମ ନିତିଦିନିଆ ଜୀବନରେ ଘଟୁଥିବା ବିଭିନ୍ନ କାର୍ଯ୍ୟ ପ୍ରଣାଳୀ ଉପରେ ଆଧାରିତ l ଆମର ଦୈନନ୍ଦିନ ଜୀବନ ନୀତିଶାସ୍ତ୍ର କୁ ନେଇ ଆଧାରିତ, ଯାହା ଆମକୁ ଜୀବନରେ ବଂଚିବାର ମହତ୍ୱ ବୁଝାଇ ଥାଏ l ଆଜିର ସଫଳତାର ପୁଞ୍ଜି ଆମ ଜୀବନର ସେହିଭଳି କିଛିଟା ମହତ୍ଵପୁର୍ଣ କଥାକୁ ନେଇ ଆଧାରିତ ହୋଇଛି l

* ଜୀବନରେ ସର୍ବଦା ମନେ ରଖିବେ ଯେ ମନୁଷ୍ୟର ପ୍ରକୃତି ଏପରି ହେବା ଆବଶ୍ୟକ ଯେପରି ଜହର ରୁ ମଧ୍ୟ ଅମୃତ ବାହାର କରିବା ପାଇଁ ସକ୍ଷମ ଥିବ l ଯେପରିକି ସୁନା ଯଦି ଅଳିଆରେ ପଡିଥାଏ ତେବେ ତାକୁ ଯେପରି ଆମେ ଉଠେଇ ନେଇଥାଉ l

* ଜୀବନରେ ନୀଚ କୂଳରେ ଜନ୍ମ ବ୍ୟକ୍ତି ଠାରୁ ମଧ୍ୟ କିଛିଟା ଜ୍ଞାନ ଲାଭ କରାଯାଇ ଥାଏ l ତାକୁ ମଧ୍ୟ ଗୁରୁ ଭାବରେ ଗ୍ରହଣ କରିବାରେ କୌଣସି ନୀଚ ଧାରଣା ମନରେ ଆଣିବା ଉଚିତ ନୁହେଁ,  କାରଣ ଯିଏ ଜ୍ଞାନୀ ସେ ନିଜର ନିଜସ୍ୱ ପରିଚୟ ସୃଷ୍ଟି କରିଥାଏ l

* କୌଣସି ମଣିଷ କଦାପି ରୋଗ ଓ ଦୁଃଖ ଠାରୁ ଦୁରେଇ ନଥାଏ, ପ୍ରତି ମଣିଷଙ୍କ ଜୀବନରେ କିଛି ନା କିଛି ଦୁଃଖ ରହିଥାଏ l ତେଣୁ ଦୁନିଆରେ ଏପରି କେହି ନାହିଁ ଯିଏ କି ଦାଗ ହୀନ ହୋଇଥିବ, ତେଣୁ କଦାପି ନିଜକୁ ନେଇ ଗର୍ବ ବା ଅହଂକାର କରିବା ଉଚିତ ନୁହେଁ l

* ସଫଳତାର ପୁଞ୍ଜି କହୁଛି କନ୍ୟାକୁ ସର୍ବଦା ଉଚ୍ଚ କୂଳରେ ଓ ଅଭିଜାତ୍ୟ ପରିବାର ରେ ବିବାହ ଦେବା ଆବଶ୍ୟକ ଓ ପୁତ୍ରକୁ ସର୍ବଦା ଶ୍ରେଷ୍ଠ ଶିକ୍ଷା ଦେବା ଉଚିତ l ଯାହାଦ୍ୱାରା ବଂଶ ର ମର୍ଯ୍ୟାଦା ବୃଦ୍ଧି ହୋଇଥାଏ l

* ଶାସ୍ତ୍ର ଅନୁସାରେ ଦୁଷ୍ଟ ବ୍ୟକ୍ତି ଓ ସର୍ପ ମଧ୍ୟରେ ଏହା ଅନ୍ତର ଅଟେ ଯେ ସାପ ସେତେବେଳ ପର୍ଯ୍ୟନ୍ତ ହାନି କରେ ନାହିଁ ଯେତେବେଳ ପର୍ଯ୍ୟନ୍ତ ତାର କେହି ଅନିଷ୍ଟ କରନ୍ତି ନାହିଁ l କିନ୍ତୁ ଦୁଷ୍ଟ ବ୍ୟକ୍ତି ପ୍ରତିଟି କ୍ଷେତ୍ରରେ ଆପଣଙ୍କର ହାନି କରିବାକୁ ଚେଷ୍ଟା କରିଥାଏ l

Leave A Reply