ସାହାରା ମୁଖ୍ୟ ସୁବ୍ରତ ରାୟ ଙ୍କୁ ଗିରଫ କରିବା ପାଇଁ ପହଁଚିଲେ ୧୨ଟି ଥାନାର ପୋଲିସ, କନ୍ଜ୍ୟୁମର କୋର୍ଟ ର ୱାରେଣ୍ଟ ଉପରେ ଆକ୍ସନ
ନୂଆଦିଲ୍ଲୀ : ଲଖନଉ ରେ ସାହାରା ମୁଖ୍ୟ ସୁବ୍ରତ ରାୟ ଙ୍କୁ ଗିରଫ କରିବା ପାଇଁ ପୋଲିସ ପହଂଚିଛି l ସୁବ୍ରତ ରାୟ ଙ୍କ ଗୋମତିନଗର ସ୍ଥିତ ବାସଭବନ ରେ ଅନେକ ସଂଖ୍ୟାରେ ପୋଲିସ ଫୋର୍ସ ପହଂଚିଛନ୍ତି l କିନ୍ତୁ ସେଠାରେ ସୁବ୍ରତ ରାୟ ମିଳି ନଥିଲେ l ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଅନ୍ୟ ସ୍ଥାନରେ ଚଢ଼ାଉ କରିପାରେ l ଏହି ୱାରେଣ୍ଟ ନାଳନ୍ଦା ର ଉପୋଭୋକ୍ତା ଫୋରମ ଦ୍ୱାରା ୱାରେଣ୍ଟ କରାଯାଇଛି l
୨୦୧୨ ରେ ସିକ୍ୟୁରିଟି ଏଣ୍ଡ ଏକ୍ସଚେଂଜ ବୋର୍ଡ ଅଫ ଇଣ୍ଡିଆ ସୁବ୍ରତ ରାୟ ଙ୍କୁ ବଜାର ନିୟମ କୁ ଉଲଂଘନ କରି ନିୟମ ବିରୁଦ୍ଧରେ ଚିଟ ଫଣ୍ଡ ଜରିଆରେ ଲକ୍ଷ ଲକ୍ଷ ଲୋକଙ୍କ ପଇସା ହଡପ କରିବା ମାମଲାରେ ଦୋଷୀ ସାବ୍ୟସ୍ତ କରି ସୁବ୍ରତ ରାୟ ଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜେଲ୍ ରେ ରହିବାକୁ ପଡିଥିଲା l ସେହି ସମୟରେ ସେବି ପକ୍ଷରୁ ସୁବ୍ରତ ରାୟ ଙ୍କ ଉପରେ ୨୫, ୭୦୦ କୋଟି ଟଙ୍କା ଜୋରିମାନା ଶୁଝିବା ପାଇଁ ଆଦେଶ ଦିଆ ଯାଇଥିଲା l କିନ୍ତୁ ୨୦୨୦ ରେ ସେବୀ ପକ୍ଷରୁ ସୁବ୍ରତ ରାୟ ଙ୍କୁ ୬୨, ୬୦୦ କୋଟି ଟଙ୍କା ଫେରାଇବା କୋର୍ଟଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇ ଥିଲା l କିନ୍ତୁ ଏଭଳି କରାନଯିବା କାରଣରୁ ସୁବ୍ରତ ରାୟ ଙ୍କ ପାରୋଲ ରଦ୍ଧ କରାଯିବ ପାଇଁ ଅଦାଲତ ପକ୍ଷରୁ ଦାବୀ ହୋଇଥିଲା l
ସାହାରା ଇଣ୍ଡିଆ ପରିବାର ଚିଟଫଣ୍ଡ ରୁ ନେଇ ଟାଉନସିପ ନିର୍ମାଣ, ହୋଟେଲ ବ୍ୟବସାୟ, ଶିକ୍ଷା, ମନୋରଞ୍ଜନ, ଟ୍ୟୁରିଜିମ , ସ୍ୱାସ୍ଥ୍ୟ ବ୍ୟବସ୍ଥା, ଗଣମାଧ୍ୟମ ଭଳି କ୍ଷେତ୍ରରେ ନିଜର ବିଶେଷ ସ୍ଥାନ ରଖିଥିଲା l କିନ୍ତୁ ଅନେକ କ୍ଷୟକ୍ଷତି କାରଣରୁ ସୁବ୍ରତ ରାୟ କିଛି ବର୍ଷ ପୂର୍ବରୁ ସାହାରା ଏୟାର ଲାଇନ୍ସ କୁ ବିକ୍ରି କରି ଦେଇଥିଲେ l ସାହାରା ଗ୍ରୁପ ରେ ନିବେଶକ ମାନଙ୍କର ହଜାର କୋଟି ଟଙ୍କାକୁ କୁ ନେଇ ସେବୀ ରୁ ବିବାଦ ଚାଲିଛି l ସହର ଗ୍ରୁପ ବଣ୍ଡ ସ୍କିମ ଜରିଆରେ ଏହି ପଇସା ଏକାଠି କରାଯାଇ ଥିଲା l ପରେ ଏହି ସ୍କିମ କୁ ନିୟମ ବିରୁଦ୍ଧ ବୋଲି ଦର୍ଶା ଯାଇଥିଲା l ଅନ୍ୟ ପକ୍ଷରେ ସୁବ୍ରତ ରାୟ ଦାବି କରିଛନ୍ତି ସେ କୌଣସି ଭୁଲ କାର୍ଯ୍ୟ କରି ନାହାନ୍ତି l ୨୦୧୪ ରେ ସୁବ୍ରତ ରାୟ ଙ୍କୁ ଆରେଷ୍ଟ କରାଯାଇ ଥିଲା, ୨୦୧୬ ରେ ସେ ପୁନର୍ବାର ଜାମିନ ରେ ବାହାରିଥିଲେ l