Odisha news

ପୁରୀରେ କରୋନା ସ୍ଥିତି ଅନୁଧ୍ୟାନ କଲେ ସୁବ୍ରତ ବାଗଚୀ

0

କରୋନା ଭାଇରସ ପାଇଁ ଗତ ୨୫ ତାରିଖ ଠାରୁ ୨୧ ଦିନ ପାଇଁ ଲକଡାଉନ ଘୋଷଣା ହେବା ପରେ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ହଜାର ହଜାର ଓଡ଼ିଆ ବହୁ କଷ୍ଟରେ ଜୀବନ ବିତାଉଛନ୍ତି । ବିପନ୍ନରେ ପଡ଼ିଥିବା ଲୋକଙ୍କ ମଙ୍ଗଳ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି ।

ଓଡ଼ିଶା ସରକାରଙ୍କ କୋଭିଡ୧୯ ମୁଖ୍ୟ ସୁବ୍ରତ ବାଗଚୀ ଆଜି ପୁରୀ ଗସ୍ତ କରିଛନ୍ତି । ଶ୍ରୀ ବାଗଚୀ ପୁରୀରେ ଅପରାହ୍ନ ୪ଟାରେ ପହଞ୍ଚିଥିଲେ । ପ୍ରାୟ ଏକ ଘଣ୍ଟା କାଳ ପର୍ଯ୍ୟନ୍ତ ରହି ସେଠାରେ ସେ କରୋନା ଭାଇରସର ସ୍ଥିତି ସଂପର୍କରେ ଅବଗତ ହୋଇଥିଲେ । ଏହି ଗସ୍ତକାଳରେ ସେ ଜିଲ୍ଲାପାଳ ବଲୱନ୍ତ ସିଂହ ଓ ଏସପି ଉମାଶଙ୍କର ଦାଶଙ୍କ ସହିତ କରୋନା ମୁକାବିଲା ସଂପର୍କରେ ଆଲୋଚନା କରିଥିଲେ । ପୁରୀ ସହରରେ କରୋନା ମୁକାବିଲା ପାଇଁ କ’ଣ ସବୁ ବ୍ୟବସ୍ଥା କରାଯାଇଛି, ସେ ସଂପର୍କରେ ଅବଗତ ହୋଇଥିଲେ ।

ଶ୍ରୀବାଗଚୀ ଶ୍ରୀମନ୍ଦିର ଚାରିପଟ ଓ ବଡ଼ଦାଣ୍ଡରେ ମଧ୍ୟ କିଛି ସମୟ ପର୍ଯ୍ୟନ୍ତ ବୁଲିଥିଲେ । ସେ କହିଥିଲେ, ଭାରତ ସଂପୂର୍ଣ୍ଣ ଲକଡାଉନ ହେବା ପରେ ଆମ ପାଇଁ ଏହି କିଛି ଦିନ ଗୁରୁତ୍ୱପୂର୍ଣ୍ଣ ସମୟ । ତେଣୁ ସମସ୍ତେ ସତର୍କ ରହିବା ନିତ୍ୟାନ୍ତ ଜରୁରୀ । କାରଣ ସତର୍କ ରହିଲେ କରୋନାର ମୁକାବିଲା କରିପାରିବା ।

Leave A Reply