Odisha news

ତାଳଚେରରେ ଆପ୍ ମାଧ୍ୟମରେ ଅଧ୍ୟୟନ କରିବେ କୋମଳମତି ଛାତ୍ର ଛାତ୍ରୀ

0

ତାଳଚେର: ଆପ୍ ମାଧ୍ୟମରେ ପଢ଼ିବେ କୋମଳମତି ଛାତ୍ର ଛାତ୍ରୀ । ଏହାକୁ ନେଇ ଏବେ ଶିକ୍ଷାବିତ୍ ଓ ଅଭିଭାବକ ମହଲରେ ଆଲୋଡନ ସୃଷ୍ଟି କରିଛି । ସାଧାରଣତଃ ଭାବେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ମଧ୍ୟବିତ ଓ ଗରିବ ଶ୍ରେଣୀର କୁନି କୁନି ଛାତ୍ର ଛାତ୍ରୀ ଅଧ୍ୟୟନ କରିଥାନ୍ତି । ସେମାନଙ୍କ ଅଭିଭାବକ ମାନେ କେଉଁଠୁ ଦାମୀ ମୋବାଇଲ ପାଇବେ ଯେ, ସେମାନଙ୍କୁ ସମ୍ପୃକ୍ତ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ଆପ୍ ମାଧ୍ୟମରେ କିପରି ପାଠ ପଢ଼େଇବେ ବୋଲି ଏପରି ଏକ ଗଣଶିକ୍ଷା ବିଭାଗର ନିୟମ କାର୍ଯ୍ୟକାରୀ କୁ ନେଇ ଅଭିଭାବକ ଏବଂ ଶିକ୍ଷାବିତ୍ ମହଲରେ ଚିନ୍ତାର ବିଷୟ ପାଲଟିଛି ।

ଘଟଣାରୁ ପ୍ରକାଶ ଯେ, କେନ୍ଦ୍ର ତଥା ରାଜ୍ୟରେ କରୋନା କୁ ନେଇ ଉଭୟ ସରକାର ଚିନ୍ତିତ ଅଛନ୍ତି ଏବଂ ଚିନ୍ତିତ ହେବା ସ୍ୱାଭାବିକ । ଏହି ପରିପ୍ରେକ୍ଷୀରେ ଉଭୟ ସରକାର ଗତ ମାସ ୨୨ ତାରିଖ ଠାରୁ ଲକ୍ ଡାଉନ୍ କୁ କଡାକଡି କରିବାରୁ ସମସ୍ତ ଶିକ୍ଷାନୁଷ୍ଠାନ, ଗାଡି ମୋଟର ଚଳାଚଳ, ବାଣିଜି୍ୟକ କାରବାର ବନ୍ଦ ହୋଇଯାଇଛି ଏବଂ ଏହା ମଧ୍ୟ ଉଚିତ୍ ପଦକ୍ଷେପ ନେଇଛନ୍ତି ଉଭୟ ସରକାର । କିନ୍ତୁ ରାଜ୍ୟ ସରକାରଙ୍କର ସମ୍ପୃକ୍ତ ଶିକ୍ଷା ବିଭାଗର ଉଚସ୍ଥ ପଦାଧିକାରୀ ଚାରି ପାଚେରୀ ବିଶିଷ୍ଟ ଶୀତତାପ ନିୟନ୍ତ୍ରିତ କୋଠରୀ ମଧ୍ୟରେ ରହି ଏକ ଅବାସ୍ତବ ନିଷ୍ପତି ନେଇଥିବା ଦୁର୍ଭାଗ୍ୟ ଜନକ ବିଷୟ ବୋଲି ଚର୍ଚା ହେଉଛି ।

ଆପ୍ ମାଧ୍ୟମରେ କୁନି କୁନି ଛାତ୍ର/ଛାତ୍ରୀ ମାନଙ୍କୁ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ଅଧ୍ୟୟନ କରିବା ସମ୍ଭବପର ନୁହେଁ । ଏହା କୋ÷ଣସି ଇଂଲିଶ ମିଡିୟମ ଓ ଉନ୍ନତ ମାନର ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ ହୁଏତ ସମ୍ଭବ ହୋଇପାରେ । କାରଣ ସାଧାରଣତଃ ଭାବେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୁଡିକର ଅଧାରୁ ଅଧିକ ଅଭିଭାବକ ମାନଙ୍କର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିବା ଫଳରେ ସେମାନେ ନିଜେ ମୋବାଇଲ ଧରି ନଥିବା ବେଳେ ପିଲା ମାନଙ୍କୁ କିପରି ଭାବେ ଦାମିକା ମୋବାଇଲ ରେ ପାଠ ପଢ଼ିବା ନେଇ ଉଠୁଛି ପ୍ରଶ୍ନ ।

ଏଥି ନେଇ ସରକାରଙ୍କ ପକ୍ଷରୁ ସମ୍ପୃକ୍ତ ପ୍ରତ୍ୟେକ ଛାତ୍ର/ଛାତ୍ରୀ ମାନଙ୍କୁ କମ୍ପ୍ୟୁଟର ଶିକ୍ଷା ଦାନ ସାଙ୍ଗକୁ ମାଗଣାରେ ମୋବାଇଲ ଯୋଗାଇ ଦେଲେ ଏହା ସମ୍ଭବ ହୋଇପାରେ ବୋଲି ଅଭିଭାବକ ମାନେ ମତ ପ୍ରକାଶ କରିଛନ୍ତି ।

Ad2
Leave A Reply