Odisha news

ବଞ୍ଚିବାର ଅଧିକାର ଦାବିକରୀ ଆସନ୍ତା ଫେବ୍ରୁଆରୀ ୧୬ ଧର୍ମଘଟ କୁ ସଫଳ କର 

0
ବ୍ରହ୍ମପୁର : ଆଜି ସ୍ଥାନୀୟ ଲକ୍ଷ୍ମଣ ନାୟକ ସମ୍ମିଳନୀ କକ୍ଷରେ ସଂଯୁକ୍ତ ମୋର୍ଚ୍ଚା ,କୃଷକ ସମାଜ ,ବିଭିନ୍ନ ଗଣ ସଂଗଠନ ଓ ଶ୍ରମିକ ସଂଗଠନ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।କେନ୍ଦ୍ରର ମୋଦି ସରକାର ଶ୍ରମିକ ମାରଣନୀତି ,ଶ୍ରମ ଆଇନ ର ସଂଶୋଧନ, ଶ୍ରମିକ ଛଟେଇ ,କୃଷି ଓ କୃଷକଙ୍କ ଅଧିକାର କୁ ସଙ୍କୁଚିତ କରିବା ,କୃଷିଜାତ ଦ୍ରବ୍ୟ ର ଉଚିତ ମୂଲ୍ୟ ଦେବାରେ ଅବହେଳା ,ବହୁଦେଶୀୟ କମ୍ପାନୀ କୁ କୃଷି କ୍ଷେତ୍ରରେ ପ୍ରବେଶ ର ସୁଯୋଗ ଦେବା ,ବିଭିନ୍ନ ରାଷ୍ଟ୍ରୀୟତ  ଉଦ୍ୟଗ କୁ ବିକ୍ରି କରିବା ,ରେଳ ,ବ୍ୟଙ୍କ ,ବନ୍ଦର ପ୍ରଭୃତିକୁ ଅଦାନୀ ଅମ୍ବାନୀ କୁ ବିକ୍ରି କରିବା ,ନିଯୁକ୍ତି କ୍ଷେତ୍ରରେ ନିରବ ରହିବା କ୍ଷଦ୍ର ଓ ମଧ୍ୟମ ଧରଣର କଳ କାରଖାନା କୁ ବନ୍ଦ କରିବା ,ଶିକ୍ଷା କ୍ଷେତ୍ରରେ ସମ୍ପ୍ରଦାୟକତାବାଦ ର ପ୍ରଚାର କରିବା, ଦର ବୃଦ୍ଧି ରୋକିବାରେ ବିଫଳ ହେବା ,ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ଗହମ ,ଚିନି ଓ କିରୋସିନୀ କୁ ବନ୍ଦ କରିବା  ବିରୁଦ୍ଧରେ ଆସନ୍ତା ୧୬ ତାରିଖ ସମଗ୍ର ଭାରତ ବର୍ଷ ରେ ଦିଆଯାଇଥିବା ଧର୍ମଘଟ କୁ ଗଂଜାମ ଜିଲ୍ଲା ର ବିଭିନ୍ନ ଗ୍ରାମ ,ବ୍ଲକ ଓ ସହର ସ୍ଥରରେ ସଫଳ କରିବା ପାଇଁ ଆଲୋଚନା ହୋଇଥିଲା । ଶ୍ରମିକ ନେତା ପୀତବାସ ପଣ୍ଡା,ପ୍ରଶାନ୍ତ ପାଠଯୋଶୀ ,କୈଳାସ ଶଢଙ୍ଗୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକରେ ହରେକୃଷ୍ଣ ରେଡ୍ଡୀ ,ଶ୍ରୀହଷ ରଥ ,ଅଳକ ମିଶ୍ର ,ଯୁଧିଷ୍ଠିର ବେହେରା,ପ୍ରତାପ ଚୌଧୁରୀ, ବିଦ୍ୟାଧର ଜେନା ,ପ୍ରଫୁଲ ଜେନା, ଅଜୟ କୁମାର ଗୌଡ଼ ପ୍ରମୂଖ ଯୋଗ ଦେଇଥିଲେ ।
Ad2
Leave A Reply