ଆଜିର ଆଧୁନିକ ଯୁଗରେ ଷ୍ଟ୍ରେସ ଏଙ୍ଗଯାଇଟି ବିଶେଷ ଭାବରେ ସମସ୍ତଙ୍କ ନିକଟରେ ଦେଖିବାକୁ ମିଳୁଛି l ଏହି ଏଙ୍ଗଯାଇଟି ବିଶେଷ ଭାବରେ ଅତ୍ୟଧିକ ମାନସିକ ଚାପ ଯୋଗୁଁ ମଣିଷ ମଧ୍ୟରେ ବୃଦ୍ଧି ପାଉଛି l ବର୍ତମାନ ସ୍ୱାସ୍ଥ୍ୟ ସମସ୍ୟା ଯେଭଳି ଭାବରେ ଦିନକୁ ଦିନ ବୃଦ୍ଧି ପାଉଛି ଉଭୟ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ କୁ ଗୁରୁତ୍ୱ ଦେବାକୁ ପଡିବ l ଯଦି ଆମେ ମେଣ୍ଟାଲ ହେଲଥ କୁ ଅଣଦେଖା କରିବା ତେବେ ଏହାର ଭୟଙ୍କର ପରିଣାମ ଆମକୁ ଭୋଗିବାକୁ ପଡିବ l ଆଜି ଆମେ ଜାଣିବା ଏଭଳି କିଛି ଅଭ୍ୟାସ ବିଷୟରେ ଯାହାକୁ ଆମେ ଆପଣାଇ ଷ୍ଟ୍ରେସ ଏଙ୍ଗଯାଇଟି ଠାରୁ ନିଜକୁ ଦୂରେଇ ରଖି ପରିବା l
– ଷ୍ଟ୍ରେସ ଏଙ୍ଗଯାଇଟି କୁ ଦୂର କରିବା ପାଇଁ ନିଡର ରହିଛି ଗୋଟିଏ ଗୁରୁତ୍ୱପୂର୍ଣ ଭୂମିକା l ପ୍ରତିଦିନ ୭ରୁ ୮ ଘଣ୍ଟା ନିହାତି ଶୋଇବା ଜରୁରୀ l କାହିଁକି ନା ଠିକ ଭାବରେ ନଶୋଇବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ବିଗିଡ଼ିବାର ଅନେକ ସମ୍ଭାବନା ରହିଛି l
– ଏକାକୀ ରହିବ ଦ୍ୱାରା ଅନେକ ପ୍ରକାରର ମେଣ୍ଟାଲ ପ୍ରୋବ୍ଲେମ ବାହାରି ଥାଏ l ତେଣୁ ଏକାକୀ ରୁହନ୍ତୁ ନାହିଁ, ସାମାଜିକ ସମ୍ପର୍କ ବଢ଼ାନ୍ତୁ l ଫୋନ ରେ ନୁହେଁ ବ୍ୟକ୍ତିଗତ ଭାବରେ ଲୋକ ମାନଙ୍କ ସହିତ ବନ୍ଧୁତା ବଢାଇବା ନିହାତି ଜରୁରୀ l
– ଅନେକ ସମୟରେ ଆମେ ନିଜ ଦାୟିତ୍ୱ କୁ ନେଇ ଏତେ ବ୍ୟସ୍ତ ରହିଯାଇ ଥାଉ ଯେ ନିଜର ଭାବନାକୁ ମଧ୍ୟ ଅଣଦେଖା କରିଦେଇ ଥାଉ l କିନ୍ତୁ ଏଭଳି କରିବା ଠିକ ନୁହେଁ, ଏହାଦ୍ୱାରା ଷ୍ଟ୍ରେସ ଏଙ୍ଗଯାଇଟି ବୃଦ୍ଧି ପାଇଥାଏ, ନିଜ ଇମୋସନ କୁ ସେୟାର କରନ୍ତୁ l
– ନିଜ ମାନସିକ ସ୍ୱାସ୍ଥ୍ୟ କୁ ଠିକ ରଖିବା ପାଇଁ ପ୍ରତିଦିନ ବ୍ୟାୟାମ ନିହାତି କରିବା ଆବଶ୍ୟକ l କାହିଁକି ନା ମେଡ଼ିଟେସନ ଦ୍ୱାରା ଷ୍ଟ୍ରେସ ଏଙ୍ଗଯାଇଟି ଦୂର ହୋଇଥାଏ l
– ମାନସିକ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ର ମଧ୍ୟ ଖୁବ ଆବଶ୍ୟକତା ରହିଛି l ସର୍ବଦା ପୋଷାକ ଯୁକ୍ତ ଭୋଜନ ଖାଇବା ଜରୁରୀ l ଏବଂ ନିଜ ପାଇଁ ସମୟ ବାହାର କରି ନିଜ ପସନ୍ଦ ଯୋଗ୍ୟ କିଛି କାର୍ଯ୍ୟ ମଧ୍ୟ କରନ୍ତୁ l ଏପରି ନିୟମିତ କଲେ ଷ୍ଟ୍ରେସ ଏଙ୍ଗଯାଇଟି ରୁ ଦୁରେଇ ରହିବେ l