Odisha news

ମୋ ଗାଁର କମାର ମିସ୍ତ୍ରୀ ମାଗୁଓଝା

0

ଉତ୍କଳାନନ୍ଦ ଅଜୟ କୁମାର ବେହେରା : ମାଗୁଓଝା, ଏମିତି ଏକ ନାମ କୌଣସି ଐତିହାସିକ ପ୍ରସିଦ୍ଧିରେ ନାହିଁ । କୌଣସି ବିଶ୍ୱବିଦ୍ୟାଳୟ ଡିଗ୍ରୀ ଭିତରେ ନାହିଁ । କୌଣସି ରାଜନୈତିକ ଦଳ ନେତା ମଧ୍ୟରେ ନାହିଁ । ଏମିତିକି ଅଖ୍ୟାତ ଏହି ଗାଁର କୁଖ୍ୟାତି ମାନଙ୍କର ମଧ୍ୟରେ ବି ନାହିଁ । ତଥାପି ସେ ନାମଜାଦା, ତାଙ୍କ ବୃତ୍ତିରେ ସେ ଧନ୍ୟ, ତାଙ୍କର କର୍ତ୍ତବ୍ୟ କର୍ମରେ ସେ ଧନ୍ୟ, ତାଙ୍କର ସହଯୋଗର ହାତ ନିଶ୍ଚେ ଲମ୍ବା ଥିଲା । ଗୁଜୁରାଣ ମେଣ୍ଟାଇବାକୁ କମାର ବୃତ୍ତି ଥିଲା । ତତ୍ସହିତ କିଛି କୃଷିକାରୀ ଜମି ପିତୃପିତା କାଳରୁ ଥିଲା । ତତ୍ସହିତ କିଛି ଅବସରର ସମୟରୁ ଅଧିକ ଆର୍ଥିକ ସମ୍ବଳ ପାଇଁ ଛୋଟ ତେଜରାତି ଦୋକାନଟିଏ କରିଥିଲେ ।

ସେଥିରୁ କିଛି ପାଉଥିଲେ, ସେ ବାବଦ ବି ବଡ଼ ସେବାଟିଏ ତାଙ୍କର ଥବଲା । ସେ ଚାଟଶାଳୀକୁ ଯାଇ ବହୁଦିନ ଅଧ୍ୟୟନ କରିନାହାନ୍ତି ହେଲେ ଗଣିତର ମିଶାଣ, ଫେଡାଣ, ଗୁଣନ ତାଙ୍କ ମୁହଁରେ ବସା ବାନ୍ଧିଥିଲା । ସ୍ମରଣଶକ୍ତି ତୀବ୍ର ଥିଲା ଯହିଁରେ ସେ ଦୋକାନରୁ ବାକି ନେଇଥିବା ବ୍ୟକ୍ତିଙ୍କ ଉପରେ କେତେ ଟଙ୍କା ପଇସା ବାକି ତୁଣ୍ଡେ ତୁଣ୍ଡେ ହିସାବ ମନେ ରଖିଥାନ୍ତି । ଯାହା ଅକାଟ୍ୟ ଓ ନିର୍ଭୁଲରେ ସେ ବହୁଦିନ ଯାଏ ବି ସ୍ମରଣରେ ରଖିଥାନ୍ତି । ଥରେ ଜଣେ କେହି କହିଲେ ମାଗୁ ତୁମେ ଯାହା କହୁଛ ଠିକ୍ ହେଲେ ଅନେକ ଅମାନ୍ୟ କଲେ ତୁମର ପଇସା ଡୁବିଯିବ, ଏ ପାଇଁ କିଛି ଲେଖାରଖ । ସେତ ଲେଖା ଜାଣିନାହାନ୍ତି ଏ ପାଇଁ ସନ୍ଧ୍ୟାବେଳେ ଜଣେ ଲୋକକୁ କିଛି ଅର୍ଥ ଦେଇ ଦିନ ଯାକର ଲେଖା ବାକି ଖାତାରେ ଲେଖି ରଖିଯାଉଥିଲେ ।

ଉତ୍ତମ ସଂସାରୀ ସ୍ତ୍ରୀ କୋକିକ ମା ପ୍ରକୃତରେ ସ୍ୱାମୀଙ୍କର ସବୁ ଆଦେଶ ମାନୁଥିଲେ ଓ ତାଙ୍କର କମାରଶାଳର ସହଯୋଗୀ ଥିଲେ । ଭାତି ଟାଣିବା ତଲହି ଉପରେ ତତଲା ଲୁହା ବାଡ଼େଇବା ଦାଆ କୁଟୀଇବା ଶାଣ ଟାଣିବା ଆଦି କାର୍ଯ୍ୟ କରୁଥିଲେ । ନିଜର ପୁତ୍ର ସନ୍ତାନ ବିବାହର କିଛି ବର୍ଷ ପରେ ହେଲେ ବି ବଡ଼ ପୁଅ ଦୁର୍ଗାଚରଣଙ୍କୁ ଉଚ୍ଚ ଶିକ୍ଷିତ କରାଇଥିଲେ ପରେ ସେ ଓଡ଼ିଶା ସରକାରଙ୍କର ଜଣେ ପଦବୀଧାରୀ ଅଫିସର ହେଲେ । ଅନ୍ୟ ଏକ ପୁତ୍ର କୌଳିକବୃତ୍ତି ସଂସ୍କାରିତ କରି କରୁଥିଲେ ।

ଆମ ଗାଁଟି ଏକ କରଣ ଜାତି ବହୁଳ ମୌଜା । କରଣ ଦୁର୍ଗ କହିଳେ ଅତୁ୍ୟକ୍ତି ହେବନାହିଁ । ସଂମ୍ଭ୍ରାନ୍ତ କରଣ ମାନେ କୃଷି ଜୀବିକାରେ ଚଳୁଥିଲେ ଏପାଇଁ କୃଷି ସହାୟକ ଯନ୍ତ୍ରପାତି ବର୍ଷକୁ ବର୍ଷ ନବୀକରଣ ଆବଶ୍ୟକ । ଏ ପାଇଁ ବଢ଼େଇ କମାରଙ୍କ ଆବଶ୍ୟକ କ୍ଷୌରକାର୍ଯ୍ୟ, ଶୁଦ୍ଧିକାର୍ଯ୍ୟ ପାଇଁ ବାରିକ, ନାପିତ ଦରକାର, ଶାଣ ବଦଳାଇବା, ଶୁଭକାର୍ଯ୍ୟ ହେଉ ଅଶୁଭ କାର୍ଯ୍ୟ ପାଇଁ ହାଣ୍ଡିମାଠିଆ ସରା, ପଲମ, ଭଙ୍ଗାଖପରା ପାଇଁ କୁମ୍ଭାର ଦରକାର, ଲୁଗା ସଫା, ମୃତାହ, ସୁତକ ରଜୋକର୍ମ ପାଇଁ ଶ୍ୱେତୀ (ସେଠି) ଧୋବା ଦରକାର । ପୂର୍ବେ ବିବାହାଦି ଶୁଭକର୍ମ ବା ଜମିଦାର ସମ୍ଭ୍ରାନ୍ତଙ୍କର ଅନ୍ୟସ୍ଥାନ ଗମନ ପାଇଁ ସବାରୀ, ପାନିକି ତାମଯାନ ବାହାକ ଆବଶ୍ୟକ ଥିଲା । ଏ ପାଇଁ କିଛି କାନ୍ଧିଆ ଗୋପାଳଙ୍କୁ ଆବଶ୍ୟକ ଥିଲା ।

ପ୍ରତିଘରେ ତେଲ ନିହାତି ଆବଶ୍ୟକ ଏ ପାଇଁ ତେଲି ପାଟକଙ୍କର ଆବଶ୍ୟକ । ଲୁଗା ଆବଶ୍ୟକ ଏ ପାଇଁ ତନ୍ତୀ ବୁଣାକାର ଆବଶ୍ୟକ । ପୌରହିତ୍ୟ କର୍ମ ଶ୍ରାଦ୍ଧ ବିବାହଦି ସଂସ୍କାର ଅନ୍ତେଷ୍ଟିକ୍ରିୟା ପାଇଁ ପୁରୋହିତ ବ୍ରାହ୍ମଣଙ୍କର ଆବଶ୍ୟକ । ତାପରେ ଅନ୍ୟସ୍ଥଳରୁ ସଂଗ୍ରହ କରି ସ୍ତ୍ରୀଲୋକଙ୍କର ବିଭିନ୍ନ ଶୃଙ୍ଘାର ଦ୍ରବ୍ୟ ଶାଢ଼ୀ ଅଙ୍କବସ୍ତ୍ର ଅଳଙ୍କାର ପାଇଁ ପାଟରା, ବଣିଆଁ ଆବଶ୍ୟକ । ଏହାବାଦ ଶଙ୍ଖୁଆ ବାଜା ବଜାଇବା ବାଲା ଏବି ଗାଁ ପାଇଁ ଦରକାର, ଏସବୁ ପାଇଁ ଆମ ଗାଁକୁ ସ୍ୱୟଂକ୍ରିୟ ପାଇଁ ପୁରା ଚେଷ୍ଟା କରାଯାଇ ଏପରି ବହୁ ପାଟକଙ୍କୁ ଗ୍ରାମରେ ସ୍ଥାନ ଦିଆଯାଇଥିଲା । କୃଷି ପାଇଁ ବହୁ ଶ୍ରମିକ ଆବଶ୍ୟକ ଏ ପାଇଁ କୃଷି ସହାୟକକୁ ନିତ୍ୟ ପାଇଟି ଗୃହଧନ୍ଦା ପାଇଁ ଅନେକ ଶ୍ରମିକ ପରିଜନଙ୍କୁ ଗ୍ରାମଟିରେ ବସତି କରାଯାଇଥିଲା ।

ଏଇ ଆମ “ମାଗୁ ଓଝା’ଙ୍କ ପୂର୍ବ ପୁରୁଷ ସେ ମଧ୍ୟରୁ ଅନ୍ୟତମ । ଚାଷକାମ ଆରମ୍ଭ ପୂର୍ବରୁ ମାଗୁଓଝାଙ୍କୁ ଫୁରସତ ମିଳେନାହିଁ ସକଳ ହେବା ପୂର୍ବରୁ ତାଙ୍କ ଶାଳଘରେ ଲେହି ଉପରେ ହାମର ମାଡ଼ ଅନେକ ଦୂରଯାଏ ଶୁଭେ । ସେ ଶଣ୍ଡୁଆସୀ ହାତୁଡ଼ି ଛେଣି, ବିନ୍ଧିଣି ମାର୍ଫତ ହାତକୌଶଳରେ କେତେ ଗ୍ରାମର ବ୍ୟବହାର୍ଯ୍ୟ ଜିନିଷ କରୁଥିଲେ ତାର ବର୍ତ୍ତମାନ ଯୁଗରେ ଲେଖାରେ ମିଳିବା ମାତ୍ରା ଦେଖା ଦୁର୍ଲଭ । ସମ୍ଭ୍ରାନ୍ତ ମାନଙ୍କର ମଧ୍ୟରେ ଚଳିବା ବଡ଼ ଦୂରୁହ ଯେ ଅଙ୍ଗଲିଭାଇଛି ସେ ଜାଣେ ସେତେବେଳେ ଶିକ୍ଷାରେ ଏତେ ଶିକ୍ଷିତ ନଥିଲେ । ଅଳ୍ପଶିକ୍ଷିତ ସେ ଯାହା କହୁଥିଲେ ତାହା ହିଁ ବିସ୍ମିତ ଧରାଯାଉଥିଲା ହେଲେ ଏଇ ମାଗୁଓଝା ଜଣେ ବିଦ୍ରୋହୀ ଥିଲେ ସତ୍ୟ ପ୍ରକାଶରେ କେବେ ଦ୍ୱିଧା କରିନାହାନ୍ତି । ଏ ପାଇଁ ଅସୁବିଧା ବହୁ ଭୋଗିଲେ ବି ସେ ପଡ଼ୋଶୀ ଗ୍ରାମର ସହାୟତାରେ ତକ୍ରାଳ ଚଳି ଯାଉଥିଲେ ।

ନିଜର ଅକ୍ତିଆର ଅଧିକାର ସ୍ଥାନରେ ସେ ସନ୍ତୋଷ ଥିଲେ କାହାରି ସମ୍ପତ୍ତି ସେ ଅଧିକାର କରିନଥିଲେ । ଖଣ୍ଡେ ଭୋଟ ଅଧିକାର ଥିଲେ ବି ତାଙ୍କ ଘରକୁ ଯେ ଏମ୍ଏଲଏ, ଏମ୍ପି ସରପଞ୍ଚଙ୍କ ପ୍ରାର୍ଥୀ ହୁଅନ୍ତି ଅନ୍ତତଃ ଥରେ ହେଲେ ଆସିଛନ୍ତି । ତାଙ୍କୁ ଜିତିଲା ପରେ ବି ମା୍ୟକରି ଆସିଛନ୍ତି । ସେ ବୟସ୍କ ବେଳେ ଆମେ ପିଲା ଆମେ ନାତି ସମାନ ଯୋଗୁ କେତେ ଥଟ୍ଟା କଥାରେ ସେ ଆମକୁ ଉପଦେଶ ଦେଇଛନ୍ତି, ନିଜର ଅଙ୍ଗଲିଭା କଥା କହିଛନ୍ତି । ଇଂରାଜୀ ଗଦ୍ୟ ଟିବଲକ୍ୟାନ ପଢ଼ିଛି ସେ ଥିଲେ କମାର ଯୁଦ୍ଧଅସ୍ତ୍ର କରି ସଂସାରରେ ରକ୍ତପାତ ଦେଖି ଶେଷରେ ସେ କୃଷିଉପକରଣ କରି ଶାନ୍ତି ପାଇଥିଲେ, ଆମର ଏହି ମାଗୁ ଜେଜେ (ଓଝା) ପାଠ ନପଢ଼ିଲେ ବି ଜଣେ ଶାନ୍ତି ପ୍ରିୟ ବ୍ୟକ୍ତିଥିଲେ ବୁଝା ପଡ଼ୁଛି ।

Nalco
Leave A Reply