ନୂଆଦିଲ୍ଲୀ: ସେଭିଂସ୍ ଡିପୋଜିଟ୍ ଉପରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI) ଏହାର ସୁଧ ହାର କମାଇଛି। ୫ ବେସିସ୍ ପଏଣ୍ଟ ହ୍ରାସ କରି ଏହାକୁ ୨.୭୦ ପ୍ରତିଶତ ରଖିଛି SBI। ଗତ ମେ ୩୧ ତାରିଖରୁ ଏହା ପିଛିଲା ଭାବେ ଲାଗୁ ହେବ।
ଏହାକୁ ମିଶାଇ ଚଳିତ ବର୍ଷ ୨ ମାସରେ ୨ ଥର ସେଭିଂସ୍ ଡିପୋଜିଟ୍ ଉପରେ ସୁଧ ହାର ହ୍ରାସ କଲାଣି SBI। ଗତ ଏପ୍ରିଲରେ ମଧ୍ୟ ସେଭିଂସ୍ ଡିପୋଜିଟ୍ ଉପରେ ସୁଧହାର ହ୍ରାସ କରିଥିଲା SBI।
ସେହିପରି ମେ’ ୨୭ ତାରିଖରୁ ଟର୍ମ ଡିପୋଜିଟରେ ମଧ୍ୟ SBI ୪୦ ବେସିସ୍ ପଏଣ୍ଟ ହ୍ରାସ କରିଛି। ୭ରୁ ୪୫ ଦିନର ଡିପୋଜିଟ୍ ଉପରେ ସୁଧହାର ୩.୩୦ ପ୍ରତିଶତ ହ୍ରାସ କରି ୨.୯୦ ପ୍ରତିଶତ ରଖିଛି SBI। ସେହିପରି ୧୮୦ରୁ ୨୧୦ ଦିନ ଭିତରେ ଥିବା ଫିକ୍ସଡ୍ ଡିପୋଜିଟ୍ର ସୁଧ ହାର ୪.୮୦ ପ୍ରତିଶତରୁ କମି ୪.୪୦ ପ୍ରତିଶତ ରଖାଯାଇଛି। ୫ରୁ ୧୦ ବର୍ଷ ମଧ୍ୟରେ ମ୍ୟାଚୁରିଟି ହେଉଥିବା ଡିପୋଜିଟ୍ ଉପରେ ବାର୍ଷିକ ସୁଧହାର ୫.୭୦ ପ୍ରତିଶତ ହ୍ରାସ କରାଯାଇ ୫.୪୦ ପ୍ରତିଶତ ରଖାଯାଇଛି।