Odisha news

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ : ଭ୍ୟାକସିନ ଦ୍ୱାରା ହିଁ ହର୍ଡ ଇମ୍ୟୁନିଟି ସମ୍ଭବ

0

ନୂଆଦିଲ୍ଲୀ: କରୋନା ପାଇଁ ପ୍ରାକୃତିକ ଉପାୟରେ ଆସିବନି ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ପ୍ରତିରୋଧ କ୍ଷମତା। କେବଳ ଟିକା ଦ୍ୱାରା ଗୋଷ୍ଠୀ ପ୍ରତିରୋଧ କ୍ଷମତା ସୃଷ୍ଟି ସମ୍ଭବ। ଏହା କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ। ସେ କହିଛନ୍ତି ଯେ, ମଣିଷ କ୍ଷେତ୍ରରେ ଟୀକା ଦ୍ୱାରା ହର୍ଡ ଇମ୍ୟୁନିଟି ସୃଷ୍ଟି ହୋଇଥାଏ।  କେବଳ ଭ୍ୟାକସିନ ଦ୍ୱାରା ହିଁ ହର୍ଡ ଇମ୍ୟୁନିଟି ସମ୍ଭବ।

କାରଣ କରୋନା ଦ୍ୱାରା ବହୁଳ ସଂକ୍ରମିତ ଦେଶମାନଙ୍କରେ ଆଣ୍ଟିବଡି ପରୀକ୍ଷାରୁ ଜଣାପଡ଼ିଛି ଯେ, କରୋନା ଭୂତାଣୁ ପ୍ରତି ମାତ୍ର ୫ରୁ ୧୦ ପ୍ରତିଶତ ଲୋକଙ୍କ ଠାରେ ଇମ୍ୟୁନିଟି ବା ପ୍ରତିରୋଧ କ୍ଷମତା ରହିଛି। କିନ୍ତୁ ଗୋଷ୍ଠୀ ପ୍ରତିରୋଧ କ୍ଷମତା ସୃଷ୍ଟି ପାଇଁ ଅତିକମରେ ୭୦ରୁ ୮୦ ପ୍ରତିଶତ ଲୋକଙ୍କ ଠାରେ ଇମ୍ୟୁନିଟି ରହିବା ଆବଶ୍ୟକ।

ତେଣୁ ପ୍ରାକୃତିକ ସଂକ୍ରମଣ ଉପାୟରେ ଗୋଷ୍ଠୀ ପ୍ରତିରୋଧ କ୍ଷମତା ଆସିବା ପାଇଁ ବହୁତ ସମୟ ଲାଗିବ ଏବଂ ବହୁ ସଂଖ୍ୟାରେ ଲୋକ ମୃତ୍ୟୁମୁଖରେ ପଡ଼ିବେ। ଏବେ ସାରା ବିଶ୍ୱରେ ୨୦୦ରୁ ଅଧିକ ପ୍ରକାର ଭ୍ୟାକସିନ୍ କ୍ୟାଣ୍ଡିଡେଟ୍ ପ୍ରସ୍ତୁତ ହେଉଛି ବୋଲି ସେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.