Odisha news

ମା ତାରିଣୀ ଏସ ଏଚ୍ ଜି ଗ୍ରୁପ ରେ ମାରପିଟ୍ : ଚାଉଳ ନ ପାଈ ଫେରିଲେ ଉପଭୋକ୍ତା

0

ଦଶପଲ୍ଲା୧୩/୭ : ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ବା ଏସ ଏଚ ଜି ଗ୍ରୁପ ମାନଙ୍କୁ ସ୍ୱାବଲମ୍ବି କରିବା ପାଈଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଥିବା ବେଳେ । ଖାଦ୍ୟ ସୁରକ୍ଷା ଯୋଜନା ରେ ଗରିବ ଲୋକ ମାନଙ୍କ ପାଈଁ ଆସୁଥିବା ଚାଉଳ, ଗହମ, କିରାସିନି ବଣ୍ଟନ ପାଈଁ ଦଶପଲ୍ଲା ଏନ ଏ ସି ରେ ଏସ ଏଚ୍ ଜି ଗ୍ରୁପ ମାନଙ୍କୁ ଦାଇତ୍ଵ ପ୍ରଦାନ କରାଯାଇଛି । ମାତ୍ର ଗ୍ରୁପ ମଧ୍ୟରେ ମତ ପାର୍ଥକ୍ୟ ଯୋଙ୍ଗୁ ଲୋକ ମାନଙ୍କୁ ଠିକ ରେ ଖାଦ୍ୟ ବଣ୍ଟନ ହେଇ ପାରୁ ନଥିବା ବେଳେ ବୁଧବାର ଦିନ ଦେଖିବାକୁ ମିଳିଛି ଅଭାବ ନିୟ ଘଟଣା । ଏହିବିବାଦ୍ ନିଜ ମଧ୍ୟରେ ନ ରହି ଖାଉଟି ସାମଗ୍ରୀ ବଣ୍ଟନ କେନ୍ଦ୍ର ସମ୍ମୁଖରେ ହାତାହାତୀ ପରେ ଚାଉଳ ବଣ୍ଟନ ବନ୍ଦ ରହିବା ସହ ବିବାଦ ର ସମାଧାନ ନ ହେବା ପର୍ଯ୍ୟନ୍ତ ଚାଉଳ ବଣ୍ଟନ ବନ୍ଦ ରହିବ ବୋଲି ଏନ ଏ ସି ପକ୍ଷରୁ ନିଷ୍ପତି ନିଆଯାଇଛି । ସୁଚନା ଯୋଗ୍ୟ ଯେ, ଖାଦ୍ୟ ସୁରକ୍ଷା ଯୋଜନା ରେ ଦଶପଲ୍ଲା ଏନ ଏ ସି ର ୧୦,୧୧,୧୨,୧୩ ୱାର୍ଡ ର ହିତାଧିକାରୀ ମାନଙ୍କୁ ଚାଉଳ,ଗହମ,କିରାସିନି,ବଣ୍ଟନ ପାଈଁ ମା ତାରିଣୀ ଗ୍ରୁପ ହରିଡା଼

ବାଡ଼ି ଙ୍କୁ ଦାଇତ୍ଵ ଦିଆଯାଇଥିଲା । ଚଳିତ ବର୍ଷ ଜାନୁଆରୀ ମାସ ରୁ ଏହି ଦାୟିତ୍ୱ ଦିଆ ଯାଇଥିବା ବେଳେ ଏବେ ଚାଉଳ ଓ ଗହମ କୁ ନେଇ ଗ୍ରୁପ ରେ ବିବାଦ ଦେଖା ଦେଇଛି । ଗ୍ରୁପ ର କିଛି ସାଦଶ୍ୟ ଙ୍କୁ ନ ଜଣାଇ ସଭାପତି ଓ ସମ୍ପାଦକ ମନ ଇଛା କାର୍ୟ୍ଯ କରୁଥିବାରୁ ଏହାକୁ ବିରୋଧ କରିଛନ୍ତି କିଛି ସାଦଶ୍ୟ ଫଳରେ ବୁଧ ବାର ଦିନ ଏହି ବିବାଦ ପୋଲିସ ଉପସ୍ଥିତିରେ ହାଟରେ ପଡ଼ି ଦାଣ୍ଡରେ ମାଡ଼ ପିଟି ପର୍ଯ୍ୟନ୍ତ ଯାଇଛି । ମହିଳା ମାନଂକ ଏପରି ଘଟଣା ଦେଖି ଉପଭୋକ୍ତା ମାନେ ଆଶ୍ଚର୍ଯ୍ୟ ହୋଇ ପଡିଥିବା ବେଳେ ଶେଷରେ ଏନ ଏସ ସି ଅଧ୍ୟକ୍ଷା ଙ୍କ ନିକଟରେ ଘଟଣା ପହଞ୍ଚିଥିଲା । ପରେ ଏହି ବିବାଦ ସମାଧାନ ନ ହେବା ପର୍ଯ୍ୟନ୍ତ ଚାଉଳ ବଣ୍ଟନ ମା ତାରିଣୀ ଗ୍ରୁପ କରି ପାରିବ ନାହିଁ ବୋଲି ଅଧ୍ୟକ୍ଷା ରୋକ ଠୋକ୍ କହି ଥିବା ବେଳେ ଖାଉଟି ସାମଗ୍ରୀ ବଣ୍ଟନ କେନ୍ଦ୍ରକୁ ବନ୍ଦ କରାଯାଇଛି । ମାତ୍ର ଏହି ବିବାଦ ଅଗକୁ କେଉଁ ରୁପ ନେଉଛି ତାହା ଦେଖିବାକୁ ବାକି ରହିଛି

Leave A Reply