Odisha news

ଶ୍ରୀଲଙ୍କା ରୁ ପଳାୟନ କଲେ ଗୋଟାବାୟା ରାଜପକ୍ଷେ , ଏହି ଦେଶରେ ନେବେ ଶରଣ

0

ନୂଆଦିଲ୍ଲୀ : ଶ୍ରୀଲଙ୍କାର ପରିସ୍ଥିତି ବର୍ତମାନ ଖୁବ ଖରାପ ଅବସ୍ଥାରେ l ଶ୍ରୀଲଙ୍କା ରୁ  ମାଳଦୀପ ପହଁଚିଥିବା ଗୋଟାବାୟା ରାଜପକ୍ଷେ ବର୍ତମାନ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିବେ l ଶ୍ରୀଲଙ୍କାର ଡେଲି ମିରର ରିପୋର୍ଟ ଅନୁସାରେ ସେ ସିଙ୍ଗାପୁର କୁ ସାରଂ ମାଗିଛନ୍ତି l ଗୋଟାବାୟା ରାଜପକ୍ଷେ ବୁଧବାର ଦିନ ସେନାର ଗୋଟିଏ ସ୍ୱତନ୍ତ୍ର ବିମାନ ଯୋଗେ ଦେଶ ଛାଡି ମାଳଦୀପ ରେ ପହଞ୍ଚିଛନ୍ତି l ଗୋଟାବାୟା ରାଜପକ୍ଷେ ଙ୍କ ଦେଶ ଛାଡିବା ପରେ ଶ୍ରୀଲଙ୍କା ରେ ଅପାତକାଳୀନ ଘୋଷଣା ହୋଇଛି l ଦେଶରେ ବିରୋଧ ପ୍ରଦର୍ଶନ ଦ୍ରୁତ ଗତିରେ ହୋଇ ଚାଲିଛି l

ଗୋଟାବାୟା ରାଜପକ୍ଷେ ଦେଶର ଅର୍ଥ ବ୍ୟବସ୍ଥାକୁ ସମ୍ଭାଳି ନପାରିବା କାରଣରୁ ନିଜ ପ୍ରତି ଓ ନିଜ ପରିବାର ପ୍ରତି ବଢୁଥିବା ଆକ୍ରୋଶ ମଧ୍ୟରେ ଦେଶ ଛାଡିବାର ନିଷ୍ପତି ନେଇଥିଲେ l ଶ୍ରୀଲଙ୍କାର ବାୟୁସେନା ପକ୍ଷରୁ ସଂକ୍ଷିପ୍ତ ବୟାନ ଦିଆ ଯାଇଥିଲା ଯେ ଗୋଟାବାୟା ରାଜପକ୍ଷେ ନିଜ ପତ୍ନୀ ଙ୍କ ସହିତ ସ୍ୱତନ୍ତ୍ର ବିମାନ ଦ୍ୱାରା ଦେଶ ଛାଡିଛନ୍ତି l ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ମଧ୍ୟ ରାଷ୍ଟ୍ରପତି ଦେଶ ଛାଡିବା ବିଷୟରେ ସୂଚନା ଦେଇଥିଲେ l ସୂଚନା ଯୋଗ୍ୟ ଯେ ଗୋଟାବାୟା ରାଜପକ୍ଷେ ନୂଆ ସରକାର ଙ୍କ ଦ୍ୱାରା ଗିରଫ ହେବା ପୂର୍ବରୁ ଦେଶ ଛାଡିବାକୁ ଚାହୁଁଥିଲେ l

ପ୍ରଦର୍ଶନକାରୀ ମାନେ ରାଷ୍ଟ୍ରପତି ଓ ପ୍ରଧାମନ୍ତ୍ରୀ ଭବନ ଉପରେ କବ୍ଜା କରିଛନ୍ତି l ରାଜପକ୍ଷେ ଦେଶ ଛାଡିବା ପଛରେ ମାଳଦୀପ ର ପୂର୍ବତନ ରାଷ୍ଟ୍ରପତି ସାହାଯ୍ୟ କରିଥିଲେ l ସେଠାରୁ ସେ ସିଙ୍ଗାପୁର ଯାଇ ସିଙ୍ଗାପୁର ସରକାର ଙ୍କ ନିକଟରେ ଶରଣ ନେବେ l ଏ ପର୍ଯ୍ୟନ୍ତ ଶ୍ରୀଲଙ୍କା ରାଷ୍ଟ୍ରପତି ଇସ୍ତଫା ଦେଇ ନାହାନ୍ତି, ଆଶା କରାଯାଉଛି ଯେ ସିଙ୍ଗାପୁର ରେ ପହଂଚି ସେ ନିଜର ଇସ୍ତଫା ଦେବେ l

Leave A Reply