Odisha news

ପୁରୀ : ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ଶ୍ରୀକ୍ଷେତ୍ର ବ୍ୟାଟେରୀ ଅଟୋଚାଳକ ସଂଘ , ଘରେ ଚୁଲି ଜଳୁନି, ଆମକୁ ସହାୟତା ଦିଅ

0

ପୁରୀ :ଅନେକଙ୍କ ଘରେ ଚୁଲି ଜଳୁନାହିଁ । ରୋଜଗାର ନଥିବାରୁ ବିଭିନ୍ନ ବ୍ୟାଙ୍କରୁ ଆଣିଥିବା ଋଣ ପରିଶୋଧ କରିବା କରିହେଉନି ।ପରିବାର ପ୍ରତିପୋଷଣ କଷ୍ଟକର ହୋଇପଡିଛି । ସେମାନଙ୍କୁ ସହାୟତା ଯୋଗାଇ ଯୋଗଇ ଦିଆଯାଉ । ଏଭଳି ଦାବି କରିଛି ଶ୍ରୀକ୍ଷେତ୍ର ବ୍ୟାଟେରୀ ଅଟୋଚାଳକ ସଂଘ । ଅଟୋଚାଳକମାନଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଗୋପୀନାଥ ମହାପାତ୍ର, ବିଶ୍ୱନାଥ ଦାସ, ବୈରାଗୀ ବେହେରା, ଲୋକା ପ୍ରଧାନ, ପ୍ରଶାନ୍ତ ପ୍ରଧାନ ଓ ଅଜୟ କୁମାର ମହାନ୍ତି ପ୍ରମୁଖ ସଂଘ ପକ୍ଷରୁ ପ୍ରଦାନ କରିଥିବା ସ୍ମାରକ ପତ୍ରରେ ଦର୍ଶାଇ ଛନ୍ତି ଯେ,କରୋନା ଯୋଗୁଁ ଅଟୋଚାଳକ ରୋଜଗାର ହରାଇଛନ୍ତି । ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଓ ପର୍ଯ୍ୟଟନସ୍ଥଳୀ ପୁରୀ ସହରରେ ପ୍ରତ୍ୟହ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ଆସିଥାନ୍ତି । ଅଟୋଚାଳକମାନେ ଯାତ୍ରୀ ପରିବହନ କରି ପରିବାର ପ୍ରତିପୋଷଣ କରି ଆସୁଥିବା ବେଳେ କରୋନା ସଂକ୍ରମଣ ଯୋଗୁଁ ଅଟୋ ଚଳାଚଳକୁ ବନ୍ଦ କରିଦିଆଯାଇଛି । ଲକଡାଉନ ଯୋଗୁଁ ଅଟୋ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ରୋଜଗାର ହରାଇ ଏହି ପରିବହନ ଶ୍ରମିକମାନେ ଘୋର ଦୁର୍ଦ୍ଦଶା ଓ ଅଭାବଅନଟନରେ କାଳାତିପାତ କରୁଛନ୍ତି ।

Leave A Reply