ପୁରୀ : ୪୨ଜଣ ରେଲୱେ ପ୍ୟାଣ୍ଟି୍ରକାର କର୍ମଚାରୀ ଙ୍କ ଆକୁଳ ନିବେଦନ, ଶୀଘ୍ର ଘରକୁ ଫେରିବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ
ପୁରୀ :ଲକଡାଉନ ଯୋଗୁଁ ପୁରୁଷୋତ୍ତମ ଏକ୍ସପ୍ରେସର ରେଲୱେ ପ୍ୟାଣ୍ଟ୍ରିକାରରେ କାର୍ଯ୍ୟରତ ୪୨ଜଣ କର୍ମଚାରୀ ପୁରୀରେ ଫସି ରହିଛନ୍ତି । ଦୀର୍ଘଦିନ ଧରି ଘର ଓ ପରିବାର ଠାରୁ ଦୂରରେ ରହିଥିବା ଏହି କର୍ମଚାରୀମାନେ ଏବେ ନିଜ ନିଜ ଘରକୁ ଫେରିବାକୁ ବ୍ୟାକୁଳ ହୋଇ ପଡ଼ିଛନ୍ତି । ଏକ୍ସପ୍ରେସ ଫୁଡ ସର୍ଭିସେସ ପକ୍ଷରୁ ପ୍ୟାଣ୍ଟ୍ରିକାରରେ କାର୍ଯ୍ୟ କରୁଥିବା ଏହି କର୍ମଚାରୀମାନଙ୍କୁ ଶୀଘ୍ର ସେମାନଙ୍କ ଘରକୁ ଫେରିଯିବା ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରାଯାଇଛି । ଅଭିଷେକ ଦ୍ୱିବେଦୀ ଓ ଅନ୍ୟ କର୍ମଚାରୀମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ନିବେଦନ ପତ୍ର ପ୍ରଦାନ କରିଛନ୍ତି