କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଡ.ପଦ୍ମଜା ମିଶ୍ର ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା
ଭୁବନେଶ୍ୱର : ୨୩ ଅପ୍ରେଲ,୨୦୨୦: ଆଜି “ବିଶ୍ୱ ପୁସ୍ତକ ଦିବସ’ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏକ ବାର୍ତ୍ତାରେ କୋଭିଡ-୧୯ ସମୟରେ ନିଃସଙ୍ଗତାର ଅବବୋଧ ଦୂର କରିବା ପାଇଁ ପୁସ୍ତକ ଅଧ୍ୟୟନର ପରିବର୍ତ୍ତନଶୀଳ ଶକ୍ତିକୁ ହୃଦୟଙ୍ଗମ କରିବାକୁ ଆହ୍ୱାନ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୁସ୍ତକ ଆମର ଜ୍ଞାନକୁ ପ୍ରଶସ୍ତ କରେ, ମନକୁ କି୍ରୟାଶୀଳ କରେ, ଆମର କଳ୍ପନା ଶକ୍ତିକୁ ଊର୍ଦ୍ଧ୍ୱର୍ମୁଖୀ କରେ, ବିଭିନ୍ନ ସଂସ୍କୃତି ଓ ମଣିଷକୁ ବୁଝିବା ପାଇଁ ସାହାଯ୍ୟ କରେ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଲକ୍ ଡାଉନ୍ ସମୟରେ ରାଜ୍ୟର ସାନ ପୁଅଝିଅମାନଙ୍କୁ କେତେକ ସନ୍ଦେଶ ଦେଇଛନ୍ତିା କରୋନାକୁ ମିଳିମିଶି ଲଢ଼ିବା, ସାବଧାନ ରହିବା, ହାତଧୋଇବା, ମନ ଖୁସି ରଖିବା ଓ ମା’ବାପାଙ୍କୁ ସାହାଯ୍ୟ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତିା ସବୁ ସପ୍ତାହରେ ନୂଆ କଥାଟିଏ ଶିଖିବା ପାଇଁ ସେ ପିଲାମାନଙ୍କୁ ଉପଦେଶ ଦେଇଛନ୍ତିା
ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫”ଟି’) ଶ୍ରୀ ଭି.କେ. ପାଣ୍ଡିଆନ୍ କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲା ଗସ୍ତ କରି କୋଭିଡ୍-୧୯ ହସ୍ପିଟାଲ୍ଗୁଡ଼ିକର ପ୍ରସ୍ତୁତି ଏବଂ ପରିଚାଳନାର ସମୀକ୍ଷା କରିଛନ୍ତିା ଏହି ଅବସରରେ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ସହ କୃଷି କ୍ଷେତ୍ରର ପୁନଃପ୍ରସ୍ତୁତି, ଜୀବନଜୀବିକା କାର୍ଯ୍ୟକ୍ରମ ଏବଂ ଆଇନଶୃଙ୍ଖଳା ପରିସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତିା
ପଶ୍ଚିମ ଓଡ଼ିଶାରେ କୋଭିଡ୍-୧୯ ଚିକିତ୍ସା ସେବାକୁ ସଂପ୍ରସାରିତ କରିବା ଉଦ୍ଦେଶ୍ୟରେ ଝାରସୁଗୁଡ଼ାଠାରେ ୧୦ଟି ଆଇସିୟୁ ଶଯ୍ୟା ସହିତ ୧୧୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଛିା ଜିଲ୍ଲା ଖଣିଜ ପା=ି ଏବଂ ବେଦାନ୍ତ ଲିମିଟେଡ୍ର ଆର୍ଥିକ ସହଯୋଗରେ ଏହି ସ୍ୱତନ୍ତ୍ର ହସ୍ପିଟାଲ୍ ପ୍ରସ୍ତୁତ ହୋଇଛିା ହାଇଟେକ୍ ମେଡିକାଲ୍ କଲେଜ ଏବଂ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟର ସହାୟତାରେ ଏହା ପରିଚାଳିତ ହେବା ଏହାକୁ ମିଶାଇ ରାଜ୍ୟରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ ସଂଖ୍ୟା ୩୨ ହେବା ସହ ସମୁଦାୟ ଶଯ୍ୟା ସଂଖ୍ୟା ୫୨୭୬କୁ ବୃଦ୍ଧିପାଇଛିା
ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ କୋଭିଡ୍-୧୯ ପଜିଟିଭ୍ଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସେସବୁ ଜିଲ୍ଲାକୁ ଯାଇ ପ୍ରତ୍ୟକ୍ଷ ପରିଦର୍ଶନ ଓ କରୋନା ପ୍ରତିରୋଧ ବ୍ୟବସ୍ଥା ପରିଚାଳନାର ସମୀକ୍ଷା କରିବା ନିମନ୍ତେ ରାଜ୍ୟ ସରକାର ୩ ଜଣ ବରିଷ୍ଠ ପ୍ରଶାସକଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତିା
କୋଭିଡ୍-୧୯ ଲକ୍ ଡାଉନ୍ ପରିପ୍ରେକ୍ଷୀରେ ବିଭିନ୍ନ ଦୂରଦୂରାନ୍ତ ଗାଁଗୁଡ଼ିକରେ ବ୍ୟାଙ୍କିଙ୍ଗ ସହାୟକମାନେ ପହଞ୍ଚି ଓଡ଼ିଶା ଜୀବିକା ମିଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ସେବା ପ୍ରଦାନ କରୁଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଛନ୍ତିା ସେମାନଙ୍କ ସହାୟତା ରାଜ୍ୟରେ ଜୀବିକା କାର୍ଯ୍ୟକ୍ରମ ଏବଂ ନିରବଚ୍ଛିନ୍ନ ବ୍ୟାଙ୍କସେବା ପ୍ରଦାନକୁ ସୁଗମ କରିଛିା
ରାଜ୍ୟରେ କୋଭିଡ୍-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ଆଜି କୋଭିଡ୍-୧୯ ସଂପର୍କିତ ଉଚ୍ଚ କ୍ଷମତାସଂପନ୍ନ
ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟିର ଷଷ୍ଠ ବୈଠକ ଭିଡ଼ିଓ କନ୍ଫରେନ୍ସ୍ ମାଧ୍ୟମରେ ଅନୁଷ୍ଠିତ ହୋଇଛିା ଏହି ବୈଠକରେ ମାନ୍ୟବର ଅର୍ଥମନ୍ତ୍ରୀ ଅଧ୍ୟକ୍ଷତା କରିଥିଲୋ
ଲକ୍ ଡାଉନ୍ ସମୟରେ ୫ରୁ ୧୮ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସୃଜନଶୀଳ କାର୍ଯ୍ୟରେ ନିୟୋଜିତ ରଖିବା ନିମନ୍ତେ ମହିଳା ଓ ଶିଶୁ ବିକାଶ ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂୟୁନିସେଫ୍ର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଅନ୍ ଲାଇନ୍ “ମୋ ପ୍ରତିଭା’ କାର୍ଯ୍ୟକ୍ରମର ତୃତୀୟ ସପ୍ତାହରେ ସାରା ରାଜ୍ୟରୁ ୮୦୦ ଆବେଦନ ପ୍ରାପ୍ତ ହୋଇଛିା ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ୯୦୦୦ ଆବେଦନ ପ୍ରାପ୍ତ ହେବା ସହ ପ୍ରତ୍ୟେକ ଗୁରୁବାର ପରି ଆଜି ମଧ୍ୟ ସାପ୍ତାହିକ ପୁରସ୍କାର ଘୋଷଣା କରାଯାଇଛିା
ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୮୬,୦୦୦ ଅତିଥି ଶ୍ରମଜୀବୀଙ୍କୁ ୨୫୮୬ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ସହିତ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛିା ଏହିସବୁ ଅତିଥି ଶ୍ରମଜୀବୀମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତିା ଅଭିଯୋଗ ଗ୍ରହଣ ପାଇଁ ଶ୍ରମଜୀବୀ ସହାୟତା କଲ୍ ସେଣ୍ଟର ଟୋଲ୍ ଫି୍ର ନଂ-୧୮୦୦୩୪୫୬୭୦୩ ଜାରି କରାଯାଇଛିା
ଆଜି ରାଜ୍ୟର ୫୫୪୭ ଗ୍ରାମ ପଞ୍ଚାୟତରେ ୩,୫୩,୯୩୩ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୧୩ ଟି ପୌରାଞ୍ଚଳରେ ୪୧,୩୩୦ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା
ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୨୨ରୁ ଅପ୍ରେଲ ୨୩ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୫୮ଟି ମାମଲା ଦାୟର
କରାଯାଇଛିା ସେଥିରୁ ୫୦ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବାବେଳେ ୮ଟି ଅନ୍ୟାନ୍ୟ କାରଣ ପାଇଁ ଅଟୋ ବିଭିନ୍ନ ଅଭିଯୋଗରେ ୮୮ ଜଣଙ୍କୁ ଗିରଫ କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ଗୁଜବ ପ୍ରଚାର ଅଭିଯୋଗରେ ୮୧ ଜଣଙ୍କ ବିରୁଦ୍ଧରେ ମାମଲା ଦାୟର କରାଯାଇଛିା
ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧୫୯୮୪ଟି ନମୁନା କୋଭିଡ୍-୧୯ ପରୀକ୍ଷା କରାଯାଇଛିା
ବର୍ତ୍ତମାନ ସୁଦ୍ଧା ସମୁଦାୟ ୮୯ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତିା
୩୩ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତିା
ଜଣେ କୋଭିଡ୍-୧୯ ରୋଗୀଙ୍କର ମୃତୁ୍ୟ ହୋଇଛିା
ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୫୫ ରହିଛିା
୧୪୬ ଜଣ ହସ୍ପିଟାଲ୍ ଆଇସୋଲେସନ୍ରେ ଅଛନ୍ତିା