କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଆଞ୍ଚଳିକ ଭେଷଜ ଅନୁସନ୍ଧାନ କେନ୍ଦ୍ର (ଆର୍ଏମ୍ଆର୍ସି)ର ନିର୍ଦ୍ଦେଶକ ଡ. ଶ୍ରୀମତୀ ସଂଘମିତ୍ରା ପତି ଏବଂ ଡିଏମ୍ଇଟି ପ୍ରଫେସର ଡ. ସି.ବି.କେ. ମହାନ୍ତି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା
ଭୁବନେଶ୍ୱର : ୧୦ ଅପ୍ରେଲ,୨୦୨୦: ଟାଟା ଷ୍ଟିଲ୍ର ସହାୟତାରେ ବ୍ରହ୍ମପୁରଠାରେ ୨୦୦ ଶଯ୍ୟା ଓ ୧୫ ଆଇସିୟୁ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିିଟାଲ ରେକର୍ଡ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ପ୍ରଶାସନର ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତିା ଏହା ଫଳରେ ରାଜ୍ୟରେ ୧୭୯୭ ଶଯ୍ୟା ବିଶିଷ୍ଟ ୯ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟ କରୁଛିା
ରାଜ୍ୟରେ ଅଧିକ କୋଭିଡ୍-୧୯ ପରୀକ୍ଷା କ୍ଷମତା ବୃଦ୍ଧି ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତିା ଏହି ପରିପ୍ରେକ୍ଷୀରେ ଆଜି ବ୍ରହ୍ମପୁରର ଏମ୍କେସିଜି ମେଡିକାଲ କଲେଜ୍ ଓ ହସ୍ପିଟାଲ୍ରେ କୋଭିଡ୍ ପରୀକ୍ଷା ପାଇଁ ଆଇସିଏମ୍ଆର୍ର ଅନୁମୋଦନ ମିଳିଛିା କଟକର ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ପରେ ଏହା ରାଜ୍ୟର ଦ୍ୱିତୀୟ ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ଯେଉଁଠାରେ ଦକ୍ଷିଣ ଓଡ଼ିଶାର ଜନସାଧାରଣଙ୍କ ପାଇଁ କୋଭିଡ୍ ପରୀକ୍ଷଣର ସୁବିଧା ଉପଲବ୍ଧ ହେବା
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଭେଷଜ ଅନୁସନ୍ଧାନ କେନ୍ଦ୍ର (ଆର୍ଏମ୍ଆର୍ସି)ରେ ଅତ୍ୟାଧୁନିକ କୋବାସ୍ ମେସିନ୍ ସ୍ଥାପନ କରାଯାଇଛିା ଏହା ଦ୍ୱାରା ଆର୍ଏମ୍ଆର୍ସିର କୋଭିଡ୍ ପରୀକ୍ଷଣ କ୍ଷମତା ୧୦୦୦କୁ ବୃଦ୍ଧି ପାଇଛିା
କୋଭିଡ୍-୧୯ର ମୁକାବିଲାରେ ରାଜ୍ୟ ସରକାରଙ୍କର ପ୍ରୟାସକୁ ସଶକ୍ତ କରିବା ଲକ୍ଷ୍ୟରେ ମୁମ୍ବାଇରୁ ଏକ ସ୍ୱତନ୍ତ୍ର କାର୍ଗୋ ବିମାନରେ ଗତକାଲି ସନ୍ଧ୍ୟାରେ ୪୦୦୦ ପରୀକ୍ଷଣ କିଟ୍ ଭୁବନେଶ୍ୱରରେ ପହଞ୍ଚିଛିା
ଫ୍ଲୁ ଭଳି ଲକ୍ଷଣ ପ୍ରକାଶ ପାଇଲେ ଭୁବନେଶ୍ୱରର ୧୭ଟି ଘରୋଇ ସ୍ୱାସ୍ଥ୍ୟାନୁଷ୍ଠାନକୁ ଫିଭର କ୍ଲିନିକ୍ ଘୋଷଣା କରାଯାଇ ଜନସାଧାରଣ ପରୀକ୍ଷା ଓ ଚିକିତ୍ସା ପାଇଁ ଯିବା ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛିା ସେଗୁଡ଼ିକ ହେଉଛି ଆମ୍ରି, କଳିଙ୍ଗ, ନୀଳାଚଳ, ସନ୍ ସାଇନ୍, ସ୍ପର୍ଶ, ବ୍ଲୁ ହୁଇଲ୍, କେୟାର, ଅଶ୍ୱିନୀ-ଆଦିତ୍ୟ, ମା’ଶକ୍ତି, ଭୁବନେଶ୍ୱର, ବିବେକାନନ୍ଦ, ଉସ୍ତି, ପଦ୍ମା, ଗ୍ୟାଷ୍ଟ୍ରୋ କିଡ୍ନି କେୟାର ହସ୍ପିଟାଲ୍ ଓ ବିଏମ୍ଆରଆଇ ଇନ୍ଷ୍ଟିଚୁ୍ୟଟ୍ ଓ ନର୍ସିର୍ ହୋମ୍ ଏବଂ ପଣ୍ଡା ନର୍ସିଂ ହୋମ୍ା ଏହି ସବୁ ହସ୍ପିଟାଲ୍ରେ ଫ୍ଲୁ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
କରାଯାଇଛିା ଏହା ବ୍ୟତୀତ କ୍ୟାପିଟାଲ୍ ହସ୍ପିଟାଲ୍, ଆର୍ଜିଏଚ୍, ରାଉରକେଲା ଓ ଅନ୍ୟ ଜିଲ୍ଲା ହସ୍ପିଟାଲ୍ଗୁଡ଼ିକରେ ଏହି ବ୍ୟବସ୍ଥା ଉପଲବ୍ଧ ହେଉଛିା
କୋଭିଡ୍-୧୯ ପରିସ୍ଥିତିରେ ଜନସାଧାରଣଙ୍କ ଉପରେ ଆଥିର୍କ ଚାପ ଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ଅପ୍ରେଲ୍ଠାରୁ ଜୁନ୍ ମାସ ପର୍ଯ୍ୟନ୍ତ ଟୁ୍ୟସନ୍ ଫି କମାଇବା କିମ୍ବା ଫି ଦାଖଲ ତାରିଖ ଘୁଞ୍ଚାଇବା ପାଇଁ ଅନୁରୋଧ କରିଛନ୍ତିା
ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୭୦,୦୦୦ ଅତିଥି ଶ୍ରମଜୀବୀଙ୍କୁ ୨୦୧୨ ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ଯୋଗାଇ ଦିଆଯାଇଛିା ଏହି ସବୁ ଅତିଥି ଶ୍ରମଜୀବୀମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତିା ଅଭିଯୋଗ ଗ୍ରହଣ ପାଇଁ ଶ୍ରମଜୀବୀ ସହାୟତା କଲ୍ ସେଣ୍ଟର ଟୋଲ୍ ଫି୍ର ନଂ-୧୮୦୦୩୪୫୬୭୦୩ ଜାରି କରାଯାଇଛିା
ଆଜି ରାଜ୍ୟର ୫୩୮୫ ଗ୍ରାମ ପଞ୍ଚାୟତରେ ୩,୩୧,୮୫୯ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୧୪ଟି ପୌରାଞ୍ଚଳରେ ୩୧,୮୩୨ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା
ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୯ରୁ ଅପ୍ରେଲ ୧୦ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୧୩ଟି ମାମଲା ଦାୟର
କରାଯାଇଛିା ସେଥିରୁ ୨୦୫ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବାବେଳେ ୩ଟି ଗୁଜବ ସୃଷ୍ଟି ପାଇଁ ଓ ୫ଟି କୋଭିଡ୍-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ପାଇଁ ଅନ୍ତର୍ଭୁକ୍ତା
ବର୍ତ୍ତମାନ ସୁଦ୍ଧା ଗୁଜବ ପ୍ରଚାର ଅଭିଯୋଗରେ ୬୩ ଜଣଙ୍କ ବିରୁଦ୍ଧରେ ମାମଲା ଦାୟର କରାଯାଇଛିା
ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
ଆଜି ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ୩୨୪୯ଟି ନମୁନା କୋଭିଡ୍-୧୯ ପରୀକ୍ଷା ପାଇଁ
ପଠାଯାଇଛିା ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତିା ତନ୍ମଧ୍ୟରୁ ଦୁଇଜଣ ବ୍ୟକ୍ତି ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତିା
ଜଣେ କୋଭିଡ୍-୧୯ ରୋଗୀଙ୍କର ମୃତୁ୍ୟ ହୋଇଥିବାବେଳେ ୪୫ ଜଣ ଚିକିତ୍ସିତ ହେଉଛନ୍ତିା
ଆଜି ୧୧୩ ଜଣ କରୋନା ସନ୍ଦିU ବିଭିନ୍ନ ଚିକିତ୍ସାଳୟରେ ପୃଥକ୍ବାସରେ ଅଛନ୍ତିା