Odisha news

ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଉଦ୍ଘାଟିତ, ଏହି ଯାନରେ ରକ୍ତଦାନ କଲେ ଜିଲ୍ଲାପାଳ

0

ବାରିପଦା : ସାରା ଭାରତବର୍ଷରେ କରୋନାର ମୁକାବିଲା ପାଇଁ ଲକ୍ଡାଉନ୍ର ବ୍ୟବସ୍ଥା କରାଯାଇଛି । ମାତ୍ର ଏହି ଲକ୍ଡାଉନ୍ ସମୟରେ ରକ୍ତଭଣ୍ଡାରରେ ଏବେ ରକ୍ତର ଅଭାବ ପରିଲିଖିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ରକ୍ତ ଭଣ୍ଡାରକୁ ଯିବା ବଦଳରେ ରକ୍ତ ସଂଗ୍ରହ କରିବା ପାଇଁ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଭ୍ରାମ୍ୟମାଣ ରକ୍ତସଂଗ୍ରହ ଗାଡିର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ପକ୍ଷରୁ ରକ୍ତର ଅଭାବକୁ ପୂରଣ କରିବା ପାଇଁ ଶୁକ୍ରୁବାର ଏକ ଭ୍ରାମ୍ୟମାଣ ଯାନର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିପର୍ଯ୍ୟୟ ପ୍ରସମନ ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗଦେଇ ସ୍ୱତନ୍ତ୍ର ରକ୍ତସଂଗୃହୀତ ଗାଡିକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଏହି ଭ୍ରାମ୍ୟମାଣ ଗାଡିରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ ନିଜେ ରକ୍ତଦାନ କରିବା ସହିତ ସାରା ଜିଲ୍ଲାବାସୀଙ୍କୁ ରକ୍ତଦାନ କରିବା ପାଇଁ ନିବେଦନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ ଓ ବିବେକାନନ୍ଦ ସାହୁ, ଆଇଏଏସ ପ୍ରବେସନର ଭୂବନେଶ ଦେବୀଦାସ ପାଟିଲ, ଜିଲ୍ଲା ଜରୁରୀ ଅଧିକାରୀ ଡେପୁଟୀ କଲେକ୍ଟର ସୁଜୟ କୁମାର ପତି, ଡେପୁଟୀ କଲେକ୍ଟର (ରାଜସ୍ୱ) ସୁମନ୍ତ କର ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଓ ସ୍ୱେଚ୍ଛାସେବୀ ନାମପଞ୍ଜକୃତୀ ପୂର୍ବକ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ଏହି ଆୟୋଜିତ ଉକ୍ତ ସ୍ୱେଚ୍ଛାକୃତ ରକ୍ତଦାନ ସଂଗ୍ରହ କାର୍ଯ୍ୟକ୍ରମରେ ୨୬ୟୁନିଟ୍ ରକ୍ତ ସଂଗୃହୀତ ହୋଇଅଛି । ଏହି ରକ୍ତଭଣ୍ଡାର ଯାନରେ ଇଛୁକ ଜନସାଧାରଣ ମାନେ ରକ୍ତ ଦାନ କରିପାରିବେ । ଏଥିପାଇଁ ଏହି ଗାଡିଟି ଜିଲ୍ଲାର ବିଭିନ୍ନ ସ୍ଥାନ ପରିକ୍ରମା କରି ରକ୍ତ ସଂଗ୍ରହ କରିବ ।

Leave A Reply