Odisha news

ରାୟଗଡା : ଲକ ଡାଉନର ଫାଇଦା ନେଉଥିବା ୪ ମଦ ମାଫିଆ ଗିରଫ,୧୬୫ ଲିଟର ଦେଶୀ ମଦ ଜବତ

0

ରାୟଗଡା,୧୦ ।୪(ସ.ବୁ୍ୟ)- ସରକାରଙ୍କ ଆଦେଶକୁ ଫୁ କରି ମଦ ମାଫିଆ ଯୋଗାଉଥିଲେ ସହରକୁ ଦେଶୀମଦ । ଲକ୍‌ ଡାଉନର ଫାଇଦା ନେଇ ମାଲାମାଲ ହେଉଥିଲେ ମାଫିଆ । ଶେଷରେ ଅବକାରୀ ବିଭାଗ ଦ୍ୱାରା ବନ୍ଧାହେଲେ ୪ ଜଣ ମାଫିଆ । ସାରା ଦେଶରେ ଲକ ଡାଉନ ଚାଲିଥିବା ବେଳେ ସରକାରଙ୍କ ତରଫରୁ ଅତ୍ୟାବଶ୍ୟକ ଦ୍ରବ୍ୟ ଗୁଡିକର ଯୋଗାଣ ବ୍ୟତୀତ ସବୁ ବନ୍ଦ ରଖିବା ପାଇଁ ନିର୍ଦେଶନାମା ଜାରୀ ହୋଇଛି । ଏଥି ସହ ସମସ୍ତ ଦେଶୀ ଏବଂ ବିଦେଶୀ ମଦ ବିକ୍ରୀ ଉପରେ ମଧ୍ୟ କଟକଣା ଜାରୀ ହୋଇଛି । ମଦ ବିକ୍ରୀ ଉପରେ କଟକଣା ଜାରୀ ହୋଇଥିଲେ ମଧ୍ୟ ଅସାଧୁ ଉପାୟରେ ମଦ ବିକ୍ରୀ ଚାଲିଥିବା ନେଇ ଅବକାରୀ ବିଭାଗ ପାଖରେ ବିଶ୍ୱସ୍ତ ସୂତ୍ରରୁ ଖବର ରହିଥିଲା । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅବକାରୀ ଅଧିକ୍ଷକଙ୍କୁ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଦେଶୀ ମଦ ରନ୍ଧା ହେଉଥିବା ସ୍ଥାନ ଗୁଡିକରେ ଚଢଉ କରାଯାଇଥିଲା । ଅବକାରୀ ଅଧିକ୍ଷକ ଦଣ୍ଡପାଣି ବେହେରା ରାୟଗଡା
ଏବଂ ଗୁଣପୁର ଠାରୁ କାର୍ଯ୍ୟରତ ଥିବା ଅବକାରୀ ଇନିସପେକ୍ଟର ମାନଙ୍କୁ ଦେଶୀ ମଦ ରନ୍ଧା ହେଉଥିବା ସ୍ଥାନ ଗୁଡିକରେ ଚଢଉ କରିବା ପାଇଁ ନିର୍ଦେଶ ଦେଇଥିଲେ । ରାୟଗଡା ସଦର ମହକୁମା ସ୍ଥିତ ବାରିଝୋଲା ଏବଂ କତାପେଟା ଗ୍ରାମ ଠାରେ ଦେଶୀ ମଦ ଆଡ୍ଡା ଉପରେ ଚଢଉ କରାଯାଇ ଦେଶୀ ମଦ ସହ ମଦ ପ୍ରସ୍ତୁତି ନିମନ୍ତେ ରଖାଯାଇଥିବା ପୋଚ ଜବତ କରାଯାଇଥିଲା । ଏଥି ସହ ବିଷମକଟକ, ମୁନିଗୁଡା ଏବଂ ଗୁଡାରୀ ବ୍ଲକର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ଚଢଉ ସମୟରେ ୧୬୫ ଲିଟର ଦେଶୀ ମଦ ସହ ୧୯୫୦ ଲିଟର ଦେଶୀ ମଦ ତିଆରି ନିମନ୍ତେ ବ୍ୟବହୃତ ପୋଚକୁ ଜବତ କରାଯାଇଥିଲା । ଏଥି ସହ ୪ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି ।

Leave A Reply