ବ୍ୟାସନଗର,୧୦ା୪: ଦୁଇଚକିଆ ଯାନର ଅଧିକୃତ ବିକ୍ରେତା ବ୍ୟାସନଗରର ତେଜ୍ ହୋଣ୍ଡା ପକ୍ଷରୁ କରୋନା ମୁକାବିଲା ନିମିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ୧୧ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଗତକାଲି ତେଜ୍ ହୁଣ୍ଡାର ମାଲିକ ରାକେଶ ରାଉତ ଜିଲାପାଳ ରଂଜନ କୁମାର ଦାସଙ୍କୁ ଭେଟି ଅର୍ଥରାଣୀର ଚେକ୍ ପ୍ରଦାନ କରିଥିଲେ । ହୁଣ୍ଡା କମ୍ପାନୀ ପକ୍ଷରୁ କରୋନା ମୁକିବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ୧୧କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଏଥିରେ ଅନୁପ୍ରାଣିତ ହୋଇ ତେଜ୍ ହୁଣ୍ଡା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଉକ୍ତ ଅର୍ଥ ପ୍ରଦାନ କରିଛନ୍ତି । ତେଜ ହୁଣ୍ଡା ପକ୍ଷରୁ ପୂର୍ବରୁ ପୁଲିସ, ପ୍ରଶାସନ ଓ ରାସ୍ତାକଡ଼େ ବସୁଥିବା ପରିବା ବେପାରୀଙ୍କୁ ସାନିଟାଇଜର, ଛତା ପ୍ରଭୂତି ପ୍ରଦାନ କରାଯିବା ସହ ଜିଲାପାଳଙ୍କ ପାଣ୍ଠିକୁ ୨୦ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି ।