Odisha news

ଯଦି ନିଜ ସନ୍ତାନ ମଧ୍ୟରେ ଚାହୁଁଛନ୍ତି ପ୍ରଭୁ ରାମଚନ୍ଦ୍ରଙ୍କ ଭଳି ଗୁଣ, ତେବେ ପିଲାଟି ବେଳରୁ ଶିଖାନ୍ତୁ ଏହି ୮ଟି କଥା

0

ହିନ୍ଦୁ ଧର୍ମରେ ଭଗବାନ ରାମଙ୍କୁ ପୁରୁଷ ଶ୍ରେଷ୍ଠ ବୋଲି କୁହାଯାଇ ଥାଏ l ପ୍ରଭୁ ରାମଚନ୍ଦ୍ରଙ୍କ ଉଦାହରଣ ଯୁଗ ଯୁଗ ପର୍ଯ୍ୟନ୍ତ ଆମର ହୋଇ ରହିବ l  ଭଗବାନ ରାମ ଜଣେ ସୁଯୋଗ୍ୟ ସନ୍ତାନ ଭାବରେ ପିଲାଟି ବେଳରୁ ହୋଇଥିଲେ, ଏହାଛଡା କର୍ତବ୍ୟ ନିଷ୍ଠା ମଧ୍ୟ l ରାମଚନ୍ଦ୍ର ଙ୍କୁ ପ୍ରଜାବତ୍ସଳ ବୋଲି କୁହାଯାଇଥାଏ l ଯେତେବେଳେ ରାଜା ମାନେ ବହୁପତ୍ନୀ ଗ୍ରହଣ କରୁଥିଲେ, ସେତେବେଳେ ଭଗବାନ ରାମଚନ୍ଦ୍ର ଏକ ପତ୍ନୀ ବ୍ରତ ଗ୍ରହଣ କରିଥିଲେ l ବଡ଼ଙ୍କ ପ୍ରତି ସମ୍ମାନ, ସାନଙ୍କ ପ୍ରତି ଆଦର ଓ କର୍ତବ୍ୟ ନିଷ୍ଠା ର ଜ୍ୱଳନ୍ତ ଉଦାହରଣ ତ୍ରେତେୟା ଯୁଗ ରେ ଭଗବାନ ରାମଚନ୍ଦ୍ର ଙ୍କ ନିକଟରେ ଦେଖିବାକୁ ମିଳିଥିଲା l
ନିଜ ସନ୍ତାନ ଙ୍କୁ ଶିଖାନ୍ତୁ ଏହିସବୁ ଗୁଣ –
– ବଦମାନଙ୍କ ର ସମ୍ମାନ କରିବା –
ଯୁଗ ବଦଳିବା ସହିତ ସମାଜ ମଧ୍ୟ ଦିନକୁ ଦିନ ପରିବର୍ତନ ହେଉଛି l  ପୂର୍ବରୁ ଯେଉଁଠି ପିଲାମାନେ ବଡ଼ ମାନଙ୍କର ପାଦ ସ୍ପର୍ଶ କରି ଆଶୀର୍ବାଦ ନେଇ ନିଜ ଜୀବନ ଅତିବାହିତ କରୁଥିଲେ, ଆଜି ସେଠାରେ ଆଧୁନିକତା ର ସୁଗନ୍ଧ ଜାତ ହେଉଛି l ଯେପରି ସାଙ୍ଗ ମାନଙ୍କ ସହିତ ହାଏ ହାଲୋ ରେ କଥା ହେଉଛନ୍ତି ସେହିଭଳି ବଡ଼ ମାନଙ୍କ ସହିତ କଥା ହେଉଛନ୍ତି l ତେଣୁ ନିଜ ସନ୍ତାନ କୁ ପିଲାଟି ଦିନରୁ ବଡ଼ ମାନଙ୍କର ସମ୍ମାନ କରିବା ଶିଖାନ୍ତୁ l

– ବିନମ୍ରତା ରଖିବା ଜରୁରୀ –
ବିନମ୍ର ଭାବନା ଦ୍ୱାରା ମଣିଷ ପ୍ରତ୍ୟେକ ସ୍ଥାନରେ ସଫଳତା ଲାଭ କରିଥାଏ l ଯାହାକି ଆଜିକାଲି ଦେଖିବାକୁ ମିଳୁନାହିଁ l ସାଧାରଣ ଭାବରେ ଦେଖିବାକୁ ଗଲେ ପିଲାମାନେ ଅଧିକ ଉତେଜିତ ସ୍ଵଭାଵ ର ହେବା ସହିତ ଉଦ୍ଧତ ପ୍ରକୃତିର ହେଉଛନ୍ତି l ତେଣୁ ନିଜ ସନ୍ତାନ କୁ ପିଲାଟି ଦିନରୁ ବିନମ୍ର ସ୍ଵଭାଵ ର ହେବା ଶିଖାନ୍ତୁ l

– ସତ୍ୟବାଦୀ ହେବା ଶିଖନ୍ତୁ –
ଗୋଟିଏ ମିଛ ଜୀବନ କୁ କଳୁଷିତ କରିଦେଇଥାଏ l ତେଣୁ ମିଥ୍ୟା କହିବା ଠାରୁ ନିଜ ପିଲାଙ୍କୁ ଦୁରେଇ ରଖନ୍ତୁ l କାହିଁକି ନା ସତ୍ୟ ବଚନ ଚିରନଟନ୍ରୁ ସତ୍ୟ ଅଟେ l  ଭଗବାନ ରାମଚନ୍ଦ୍ର ଯେଭଳି ଜୀବନ ରେ କଦାପି ମିଥ୍ୟା ର ସାଥି ହୋଇ ନଥିଲେ, ସେଭଳି ପ୍ରତ୍ୟେକ ପିଲା ହେବା ଜରୁରୀ l

– ପ୍ରକୃତ ବନ୍ଧୁତା –
ଯଦି ଜୀବନରେ ଗୋଟିଏ ବ୍ୟକ୍ତିକୁ ଭଲ ବନ୍ଧୁଟିଏ ମିଳିଯାଏ, ତେବେ ଜୀବନ ବଂଚିବା ଖୁବ ସହଜ ହୋଇଯାଏ l ଗୋଟିଏ ଭଲ ବନ୍ଧୁ ସର୍ବଦା ଭଲ ରାସ୍ତା ଦେଖାଇଥାଏ l  ତେଣୁ ନିଜ ସନ୍ତାନ କୁ ଭଲ ମିତ୍ର କରିବା ଓ ଭଲ ମିତ୍ର ହେବା ସର୍ବଦା ଜ୍ଞାନ ଦିଅନ୍ତୁ l

– ସାହାଯ୍ୟ ମନୋଭାବ –
ନିଜ ସନ୍ତାନ କୁ ଅନ୍ୟକୁ ସାହାଯ୍ୟ କରିବାର ମନୋଭାବ ରଖିବା ପାଇଁ ଶିଖାନ୍ତୁ l କାହିଁକି ନା ଯିଏ ଗୋଟିଏ ଦୁଖୀ ବ୍ୟକ୍ତିକୁ ସାହାଯ୍ୟ କରିଥାଏ ସେ ସବୁବେଳେ ଭଗବାନ ଙ୍କ କୃପା ଲାଭ କରିଥାଏ l ସର୍ବଦା ଅନ୍ୟ ପ୍ରତି ସାହାଯ୍ୟ ମନୋବୃତି ରଖିବା ଜରୁରୀ l

– ଧର୍ଯ୍ୟବାନ ହେବା ଜରୁରୀ –
ଆଜିକାଲିର ପିଲା ମାନଙ୍କ ନିକଟରେ ଧର୍ଯ୍ୟ ର ଘୋର ଅଭାବ ଦେଖିବାକୁ ମିଳୁଛି l ଯଦି ଜୀବନ ରେ ଆଗକୁ ଯାଇ ସଫଳତା ହାସଲ କରିବାକୁ ଚାହୁଁଛନ୍ତି ତେବେ ପିଲାମାନେ ଧର୍ଯ୍ୟ ବାନ ହେବା ଆବଶ୍ୟକ l କାହିଁକି ନା ଧର୍ଯ୍ୟ ହିଁ ସଫଳତାର ଚାବି l

– ଲକ୍ଷ ନିର୍ଧାରଣ –
ପିଲାଟି ବେଳରୁ ନିଜ ସନ୍ତାନ କୁ ଶିଖାନ୍ତୁ କିଭଳି ସେ ନିଜ ଲକ୍ଷ ନିର୍ଧାରଣ କରିବ l ମଣିଷ ଲକ୍ଷ ନିର୍ଧାରଣ କଲେ ହିଁ ପରିଶ୍ରମୀ ହୋଇଥାଏ ଓ ତାକୁ ସେହି ପରିଶ୍ରମ ଜୀବନ ରେ ସଫଳତା ଦେଇଥାଏ l

– ଦୟା ଶିଳ – ଆଜିକାଲି ଦୟା ଶବ୍ଦଟି ପ୍ରାୟ ସମସ୍ତ ମଣିଷ ଙ୍କ ମନରୁ ହଜି ଯାଉଛି କହିଲେ ଚଳେ l ତେଣୁ ପିଲାଟି ବେଳରୁ ସବୁ ପିଲା ମାନଙ୍କ ମନରେ ମାତାପିତା ଦୟା ଓ ଧର୍ମ ର ଭାବନା କିଭଳି ରଖିବେ ତାହା ଶିଖାଇବା ଆବଶ୍ୟକ l  ଯାହାକି ଜୀବନ ରେ ନିହାତି ଜରୁରୀ l

– କ୍ଷମା ରହିବା ନିହାତି ଆବଶ୍ୟକ –
କ୍ଷମା ଗୁଣ ଗୋଟିଏ ଏଭଳି ଗୁଣ ଯାହା ମଣିଷ ମଧ୍ୟରେ ସହନଶୀଳତା ଭରିଥାଏ l  ତେଣୁ ପ୍ରତ୍ୟେକ ବ୍ୟକ୍ତି ଜୀବନ ରେ କ୍ଷମା ବାନ ହେବ ଜରୁରୀ l କ୍ଷମା ମନରୁ ଘୃଣା ଓ ଅହଂକାର ଦୂର କରିବାରେ ସାହାଯ୍ୟ କରିଥାଏ ଓ ମଣିଷ ର କ୍ରୋଧ କୁ ନିୟନ୍ତ୍ରଣ କରିବାରେ ବଡ଼ ଭୂମିକା ଗ୍ରହଣ କରିଥାଏ l

Leave A Reply