ଆଜି ହେଉଛି ଶ୍ରୀ ଗୁଣ୍ଡିଚା : ବିଷ୍ନୁ କୃପା ଲାଭ କରିବା ପାଇଁ ପାଠ କରନ୍ତୁ ଏହିଭଳି ବିଷ୍ନୁ ସହସ୍ର ନାମ ମିଳିବ ଜୀବନ ରେ ସଫଳତା
ଶ୍ରୀ ଗୁଣ୍ଡିଚା ହେଉଛି ଭାରତ ର ଗୋଟିଏ ବିଶିଷ୍ଟ ପର୍ବ, ଯାହା ସାରା ବିଶ୍ୱ ଦରବାରରେ ଜଗନ୍ନାଥ ସଂସ୍କୃତିକୁ ସ୍ୱତନ୍ତ୍ର ପରିଚୟ ଦେଇଛି l ଶ୍ରୀ ଜଗନ୍ନାଥ ମହାପ୍ରଭୁ ହେଲେ ପରମ ପୁରୁଷ ବିଷ୍ନୁ ଙ୍କର ଅବତାର l ତେଣୁ ଜଗନ୍ନାଥ ଙ୍କ ନିକଟରେ ମଧ୍ୟ ବିଷ୍ନୁ ସହସ୍ର ନାମ ବିଶେଷ ଅବସର ରେ ପାଠ କରାଯାଏ l ଶାସ୍ତ୍ରର ମାନ୍ୟତା ଅନୁସାରେ କୁହାଯାଇଛି ଯେ ଶ୍ରୀ ଜଗନ୍ନାଥ ଙ୍କ ପ୍ରିୟ ବିଷ୍ନୁ ସହସ୍ର ନାମ ପାଠ କରିବା ଦ୍ୱାରା ଜିବନର ସମସ୍ତ ଦୁଃଖ ଦୁର୍ଦଶା ଦୂର ହୋଇଥାଏ l
ଆସନ୍ତୁ ଜାଣିବା ବିଷ୍ନୁ ସହସ୍ର ନାମ ପାଠ କରିବାର ଲାଭ -:
* ମାନ୍ୟତା ରହିଛି ଯେ ବିଶେଷ ଅବସରରେ ବ୍ରତ ରଖିବା ସହିତ ବ୍ୟକ୍ତି ବିଷ୍ନୁ ସହସ୍ର ନାମ ସ୍ତୋତ୍ର ପାଠ କରିବା ଦ୍ୱାରା ସମସ୍ତ ମନୋସ୍କାମନା ପୁର୍ଣ ହୋଇଥାଏ l
* ଶ୍ରୀ ଗୁଣ୍ଡିଚା ରେ ବିଷ୍ନୁ ସହସ୍ର ନାମ ପାଠ କରିବା ଦ୍ୱାରା ଘରକୁ ସୁଖ ସମ୍ପଦର ଆଗମନ ହୋଇଥାଏ ଓ ବିଷ୍ନୁଙ୍କ କୃପା ପ୍ରାପ୍ତ ହୋଇଥାଏ l
* ଶ୍ରୀ ଗୁଣ୍ଡିଚା ରେ ବିଷ୍ନୁ ସହସ୍ର ନାମ ପାଠ କରିବା ଦ୍ୱାରା ସନ୍ତାନ ମାନଙ୍କର ଜୀବନ ସୁଖମୟ ହୋଇଥାଏ ଓ ସନ୍ତାନ ମାନେ ଜୀବନ ରେ ସଫଳତା ଲାଭ କରି ଥାଆନ୍ତି l
* ଶ୍ରୀ ଗୁଣ୍ଡିଚାରେ ବିଷ୍ନୁ ସହସ୍ର ନାମ ପାଠ କରିବା ଦ୍ୱାରା ଗ୍ରହ ମାନଙ୍କର କୋପ ଦୃଷ୍ଟିରୁ ରକ୍ଷା ପାଇ ହୁଏ ଓ ଦୁଃଖ ଦୁର୍ଦଶା ଦୂର ହୋଇଥାଏ l
* ଯଦି ବିବାହ କାର୍ଯ୍ୟରେ ଅସୁବିଧା ଦେଖା ଯାଉଛି ତେବେ ନିୟମିତ ବିଷ୍ନୁ ସହସ୍ର ନାମ ପାଠ କରନ୍ତୁ l
* ସନ୍ତାନ ପ୍ରାପ୍ତି ପାଇଁ ବାଧା ଉପୁଜୁ ଥିଲେ ବିଷ୍ନୁ ସହସ୍ର ନାମ ପାଠ କରନ୍ତୁ , ଏହାଦ୍ୱାରା ସନ୍ତାନ ପ୍ରାପ୍ତି ହୋଇଥାଏ l
* ଦାମ୍ପତ୍ୟ ଜୀବନ ରେ ବାଧା ସୃଷ୍ଟି ହେଉଥିଲେ ନିୟମିତ ଭଗବାନ ବିଷ୍ନୁ ଓ ମାତା ଲକ୍ଷ୍ମୀ ଙ୍କ ନିକଟରେ ବିଷ୍ନୁ ସହସ୍ର ନାମ ପାଠ କରନ୍ତୁ l
* ବିଷ୍ନୁ ସହସ୍ର ନାମ ଶ୍ରୀ ଗୁଣ୍ଡିଚା ଦିନ ପାଠ କରିବା ସମୟରେ ହଳଦିଆ ବସ୍ତ୍ର ପାଠ କରିବା ଶୁଭ ଅଟେ, ଏହାଦ୍ୱାରା ପିତୃ ପକ୍ଷଙ୍କ କୃପା ଲାଭ ହୋଇଥାଏ l
* ବିଷ୍ନୁ ସହସ୍ର ନାମ ପାଠ କରିବା ସମୟରେ ସମ୍ପୂର୍ଣ ସାତ୍ୱିକ ଭାବନା ରଖିବା ଆବଶ୍ୟକ l