Odisha news

ଶ୍ରାବଣ ମାସ ସମୟରେ କରନ୍ତୁ ଏହି ଉପାୟ : ମିଳିବ ପାପରୁ ମୁକ୍ତି ଓ ବଢିବ ଐଶ୍ୱର୍ଯ୍ୟ

ହିନ୍ଦୁ ଧର୍ମର ପୌରାଣିକ ମାନ୍ୟତା ଅନୁସାରେ ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କ ର ପ୍ରିୟ ମାସ ଅଟେ l ଏହି ମାସରେ ମହାଦେବଙ୍କର ସାମାନ୍ୟ ପୂଜା କରିବା ଦ୍ୱାରା ମଧ୍ୟ ଅକ୍ଷୟ ଫଳ ଲାଭ ହୋଇଥାଏ l ଶିବ ପୁରାଣରେ ମହାଦେବଙ୍କୁ ନେଇ ଅନେକ ତଥ୍ୟ ଦିଆଯାଇଛି l ସେ ସୃଷ୍ଟିକୁ ନିର୍ମାଣ କର୍ତ୍ତା ବୋଲି ଶିବ ପୁରାଣରେ ଦର୍ଶା ଯାଇଛି l ଏପରି କିଛି ତଥ୍ୟ ଶିବ ପୁରାଣରେ କୁହାଯାଇଛି ଯାହାକୁ ଆମେ ନେଇ ଆମ ଜୀବନ ଶୈଳୀ ବଦଳାଇ ପାରିବା l କିଛିଟା ଉପାୟ ଦ୍ୱାରା ଆମେ ଶାରୀରିକ ଓ ମାନସିକ ଭାବରେ ସୁସ୍ଥ ରହି ପାରିବା l ତା ସହିତ ଜୀବନରେ କରିଥିବା ପାପରୁ ମଧ୍ୟ ମୁକ୍ତି ମିଳିବ l

ଆସନ୍ତୁ ଜାଣିବା ସେହି ଉପାୟ କଣ –
ପୌରାଣିକ କଥା ଅନୁସାରେ ଶ୍ରାବଣ ମାସରେ ରାତ୍ରି ସମୟରେ ଶିବଲିଙ୍ଗ ନିକଟରେ ଦ୍ବୀପ ଜଳାଇବା ଦ୍ୱାରା ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ l

ଏହି ଘଟଣାକୁ ଭିତି କରି ଗୋଟିଏ ପୌରାଣିକ କାହାଣୀ ରହିଛି l ଗୁଣନିଧି ନାମକ ବ୍ୟକ୍ତି ଥିଲେ l ସେ ଅତ୍ୟନ୍ତ ଗରିବ ଥିଲେ ଓ ଖାଦ୍ୟ ସଂଗ୍ରହ କରିବାକୁ ଲାଗିଥିଲେ l ଏମିତି ଆହାର ଖୋଜୁ ଖୋଜୁ ରାତି ହୋଇଗଲା ଓ ସେ ଗୋଟିଏ ଶିବ ମନ୍ଦିରରେ ଯାଇ ପହଞ୍ଚିଲେ l ସେ ଚିନ୍ତା କଲେ ମନ୍ଦିରରେ ରାତ୍ରି ବିଶ୍ରାମ କରିବେ l ରାତିରେ ଅନ୍ଧାର ଥିବା କାରଣରୁ ସେ ନିଜର ବସ୍ତ୍ର ଜଳାଇ ସେଠାରେ ଆଲୋକିତ କରିଥିଲେ l  ଯେଉଁ କାରଣରୁ ତାଙ୍କୁ ପର ଜନ୍ମରେ ଭଗବାନଙ୍କ କୋଷାଧକ୍ଷ ପଦ କୁବେରଙ୍କ ସ୍ଥାନ ମିଳିଲା l

ଶ୍ରାବଣ ମାସ  ସନ୍ଧ୍ୟା ସମୟରେ କାହିଁକି ଦ୍ବୀପ ଜଳା ଯାଇଥାଏ :

– ମାନ୍ୟତା ଅନୁସାରେ ସନ୍ଧ୍ୟା ସମୟରେ ଯେ କୌଣସି ଶିବଲିଙ୍ଗ ନିକଟରେ ଦ୍ବୀପ ଜଳାଇଲେ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ l

– ପରିବାରରେ ଶାନ୍ତି ଓ ଏକତା ରୁହେ ଓ ସନ୍ତାନ ମାନେ ଶିକ୍ଷାରେ ଉନ୍ନତି କରି ଥାଆନ୍ତି l

– ସନ୍ଧ୍ୟା ସମୟରେ ଶିବ ଲିଂଗ ନିକଟରେ ଦ୍ବୀପ ଦେଲେ ଜୀବନରେ ସଫଳତା ମିଳିଥାଏ l

– କୁହାଯାଏ ଯେ ଏହି ସମୟରେ ପ୍ରଭୁ କୈଳାସରେ ଧ୍ୟାନରେ ଥାଆନ୍ତି ,ତେଣୁ ଦ୍ବୀପ ଜଳାଇବା ଦ୍ୱାରା ନାରୀମାନେ ଅହୟ ସୁଲକ୍ଷଣୀ ହୋଇ ଥାଆନ୍ତି l

– ସନ୍ଧ୍ୟା ସମୟରେ ଶିବଲିଙ୍ଗ ନିକଟରେ ଦ୍ବୀପ ଜଳାଇଲେ ଦରିଦ୍ରତା ଦୂର ହୋଇଥାଏ ଓ ମଣିଷ ନିରୋଗୀ ରୁହେ l

– ସନ୍ଧ୍ୟା ସମୟରେ ଦ୍ବୀପ ପ୍ରଦାନ କରିବା ଦ୍ୱାରା ଜୀବନରେ କରିଥିବା ପାପରୁ ମୁକ୍ତି ମିଳିଥାଏ l

Comments are closed.