ଏହା ଆମେ ସମସ୍ତେ ଜାଣିଛେ ଯେ ପାଳଙ୍ଗ ସାଗରେ ସମସ୍ତ ପ୍ରକାରର ନ୍ୟୁଟ୍ରିସନ ରେ ଭରପୁର ହୋଇ ରହିଛି l ପାଳଙ୍ଗ ଶାଗ ଆମ ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ l ପାଳଙ୍ଗ ରେ ଓଜନ ମଧ୍ୟ ହ୍ରାସ ହୋଇଥାଏ ଏହା ହୁଏତ ଆପଣ ମାନେ ଜାଣି ନଥିବେ l ପାଳଙ୍ଗ ଶାଗ ଫାଇବର ରେ ଭରପୁର ଅଟେ ଆମେ ଏହାକୁ ଖାଇବା ପରେ ବହୁତ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ l ଆଜି ଆସନ୍ତୁ ଜାଣିବା ପାଳଙ୍ଗ ଖାଇବା ଦ୍ୱାରା ଶରୀରର କି କି ଉପକାର ହୋଇଥାଏ l
* ପାଳଙ୍ଗ ଶାଗ ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ହିତକlରି l ପାଳଙ୍ଗ ରେ ଫାଇବର ଥିବା ହେତୁ ବ୍ଲଡ ସୁଗାର କଣ୍ଟ୍ରୋଲ ହୋଇଥାଏ l ମଧୁମେହ ରୋଗୀମାନେ ପାଳଙ୍ଗ ସାଗର ଜୁସ ପିଇବା ଆବଶ୍ୟକ l
* ଆଜିକାଲି ସମସ୍ତେ ନିଜର ଶରୀରର ଓଜନ କୁ ନେଇ ଚିନ୍ତାରେ ରହୁଛନ୍ତି l ସେହିଭଳି ଲୋକମାନେ ପାଳଙ୍ଗ ଶାଗକୁ ପ୍ରତିଦିନ ନିଜ ଖାଦ୍ୟରେ ସାମିଲ କରିପାରିବେ l କାରଣ ପାଳଙ୍ଗ ରେ କ୍ୟାଲୋରୀର ମାତ୍ର ଖୁବ କମ ଥାଏ ଓ ଏହାକୁ ଖାଇବା ଦ୍ୱାରା ଆମକୁ ଏନର୍ଜି ମିଳିଥାଏ l
* ପାଳଙ୍ଗ ଶାଗ ଖାଇବା ଦ୍ୱାରା କ୍ୟାନ୍ସର ଭଳି ମାରାତ୍ମକ ରୋଗର ଦାଉରୁ ଆମେ ନିଜକୁ ରକ୍ଷା କରିପାରିବ l ପାଳଙ୍ଗ ରେ ଥିବା କେରୋଟିନ ଓ କ୍ଲୋରଫିଲ୍ କ୍ୟାନ୍ସର ର ଆଶଙ୍କାକୁ କମ କରିଥାଏ l
* ପାଳଙ୍ଗ ରେ ଫାଇବର ଥିବା ହେତୁ ପାଚନ ପ୍ରକ୍ରିୟା ଠିକ ହୋଇଥାଏ l
* ପାଳଙ୍ଗ ଶାଗ ଆମ ଶରୀରର ହାଡ ଓ ଦାନ୍ତକୁ ମାଝବୁତ କରିଥାଏ କାରଣ ପାଳଙ୍ଗ ରେ ଅଧିକ ପରିମାଣରେ କ୍ୟାଲ୍ସିଅମ ଅଛି l ତେଣୁ ଛୋଟପିଲା ମାନେ ମଧ୍ୟ ପାଳଙ୍ଗ ଶାଗ ଖାଇବା ଆବଶ୍ୟକ l
* ପାଳଙ୍ଗ ରେ ଆଇରନ ଥିବା ହେତୁ ରକ୍ତ ହୀନତାକୁ ଦୂର କରେ l ଗର୍ଭବତୀ ନାରୀ ମାନେ ପ୍ରସବ ପୂର୍ବରୁ ଓ ପ୍ରସବ ପରେ ପ୍ରତ୍ୟକଦିନ ନିଜ ଆହାରରେ ପାଳଙ୍ଗ ଖାଇବା ଆବଶ୍ୟକ l
ପାଳଙ୍ଗ ରେ ଥିବା ଭିଟାମିନ ଗୁଡିକ -ମାଙ୍ଗାନିଜ ,କେରୋଟିନ ,ଆଇରନ ,ଆୟୋଡିନ ,କ୍ୟାଲ୍ସିଅମ ,ମ୍ୟାଗନେସିୟମ ,ପୋଟାସିଅମ,ସୋଡ଼ିଅମ,ଫସଫରସ ,ଅlମିନୋ ଏସିଡ ଓ ଭିଟାମିନ-ଏ l