Odisha news

ଜଗନ୍ନାଥ ପ୍ରଧାନ ବିଜେପି ନେତା ଇସ୍ତଫା ପ୍ରତ୍ୟାହାର କଲେ

0

ଭୁବନେଶ୍ୱର: ଇସ୍ତଫାପତ୍ର ପ୍ରତ୍ୟାହାର କରିନେଲେ ଜଗନ୍ନାଥ ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସେ ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି । ଭୁବନେଶ୍ୱର ବିଜେପି ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଗତକାଲି ଦଳରୁ ଇସ୍ତଫା ଦେଇଥିଲେ ଜଗନ୍ନାଥ।

ତେବେ ଗତକାଲି ବିଜେପି ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା ପରେ ସେ ମନ ପରିବର୍ତ୍ତନ କରି ପୁଣି ଏକାଠି ହୋଇ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦଳରେ କିଛି ମାତ୍ରାରେ ଅବ୍ୟବସ୍ଥା ଥିବାରୁ ଅସନ୍ତୋଷ ଥିଲା।  ତାହା ଦୂର ହୋଇଛି ବୋଲି କହିଛନ୍ତି ଜଗନ୍ନାଥ ।

ତେବେ ଏମିତି ଛୋଟମୋଟ ଘଟଣା ସବୁ ପରିବାରରେ ହୁଏ। ଆମେ ସମସ୍ତେ ମିଳିମିଶି ଆଗାମୀ ଦିନରେ ଭଲ କାମ କରିବୁ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସେପଟେ ନୂଆ କରି ଭୁବନେଶ୍ୱର ବିଜେପି ସଭାପତି ହୋଇଥିବା ବାବୁ ସିଂ ଜଗନ୍ନାଥଙ୍କୁ ଭେଟିବା ପରେ କହିଛନ୍ତି,  ଆମ ଭିତରେ କୌଣସି ମତାନ୍ତର ନାହିଁ । ସୂଚନାଯୋଗ୍ୟ ଜଗନ୍ନାଥ ପ୍ରଧାନ ଗତ ବିଧାନସଭା ନିର୍ବାଚନରେ ଭୁବନେଶ୍ୱର ମଧ୍ୟ ଆସନରୁ ବିଜେପି ଟିକେଟ୍‌ରେ ନିର୍ବାଚନ ଲଢ଼ି ଥିଲେ ।

Leave A Reply