ନୂଆଦିଲ୍ଲୀ : ସ୍ପାଇଡର ମ୍ୟାନର ସିନେମା ,ଟିଭି ସିରିଏଲ ସହିତ ଆମେ ସମସ୍ତେ ପାଖାପାଖି ଅବଗତ l ସ୍ପାଇଡର ମ୍ୟାନ କିପରି କୁଦି ଏପଟରୁ ସେପଟ ଯାଇଥାଏ ଓ ବହୁତ ସହଜରେ ସହିତ ହାତ ଓ ପାଦ ସାହାଯ୍ୟରେ କାନ୍ଥର ସହର ନେଇଥାଏ l କାନପୁରରେ ଏହି ପରି ଗୋଟିଏ ୭ ବର୍ଷର ଛୋଟପିଲା ସ୍ପାଇଡର ମ୍ୟାନ ଭଳି ଦ୍ରୁତ ଗତିରେ କାନ୍ଥରେ ଚଢ଼ିଥାଏ ଓ ଓ଼ଲ୍ହାଇ ଥାଏ l ଛୁଆଟିକୁ ଏହି ପରି ଭାବରେ କାନ୍ଥରେ ଚଢ଼ୁଥିବା ଦେଖି ଯେ କେହି ହେଉନା କାହିଁକି ଆଶ୍ଚର୍ଯ୍ୟ ହୋଇଯିବ l କାନପୁରରେ ରହୁଥିବା ୟସାଥ୍ ସିଂହଙ୍କ ବୟସ ପାଖାପାଖି ୭ ବର୍ଷ ଅଟେ ଓ ବର୍ତ୍ତମାନ ସେ ତୃତୀୟ ଶ୍ରେଣୀର ଛାତ୍ର ଅଟନ୍ତି l ସେ ବିନା କୌଣସି ସାହାରରେ କାନ୍ଥ ଉପରେ ସ୍ପାଇଡର ମ୍ୟାନ ଭଳି ଦ୍ରୁତ ଗତିରେ ଚଢି ଯାଆନ୍ତି l

ଏହି ୭ ବର୍ଷର ବାଳକଟି କହିଛି ସେ ଟିଭିରେ ସ୍ପାଇଡର ମ୍ୟାନକୁ କାନ୍ଥରେ ଚଢ଼ୁଥିବାର ଦେଖିଥିଲା l ଯାହା ପରେ ତା ମନରେ ଏପରି କରିବା ପାଇଁ ଇଛା ହେଲା l ୭ ବର୍ଷର ୟସାଥ୍ ଝିଟିପିଟି ଭଳି ହାତ ଓ ପାଦର ପାଞ୍ଝlରେ କାନ୍ଥ ଉପରେ ଲାଗି ଯାଇଥାଏ ଓ ବଡ ସରଳତାରେ ସହିତ କାନ୍ଥରେ ଚଢିଥାଏ l ତାଙ୍କ ମା ଗାରିମା ସିଂହ କହିଛନ୍ତି ଯେ ସ୍ପାଇଡର ମ୍ୟାନ ଚଳଚ୍ଚିତ୍ରରୁ ପ୍ରଭାବିତ ହୋଇ ତାଙ୍କ ପୁଅ ଏହି ଭଳି କାନ୍ଥ ଚଢ଼ିବାର ଅଭ୍ୟାସ କରିଛି l ତାଙ୍କ ମା ଆହୁରି ମଧ୍ୟ କହିଛନ୍ତି ଆମକୁ ଏସବୁ ଦେଖି ଖୁବ ଦ୍ୱାରା ଲାଗୁଛି କାରଣ ଆହତ ହେବାର ସମ୍ଭାବନା ସବୁବେଳେ ରହିଛି l

ୟସାଥ୍ ବଡ ହୋଇ IPS ଅଧିକାରୀ ହେବାକୁ ଚାହୁଁଛି ଓ ଦେଶର ସେବା କରିବା ପାଇଁ ଇଛା ରଖିଛି l ୟସାଥ୍ କହିଛନ୍ତି ଯେ ଯେତେବେଳେ ମୁଁ ପ୍ରଥମେ ଏହି ଭଳି ଭାବରେ କାନ୍ଥ ଉପରେ ଚଢିଲି ମୋ ବଡ ଭାଇଙ୍କୁ ଡାକି ଦେଖାଇ ଥିଲି l ତାପରେ ମୋ ବଡ ଭାଇ ପରିବାରର ସମସ୍ତ ସଦସ୍ୟଙ୍କୁ ଡାକି ଦେଖାଇ ଲେ l ମତେ ସମସ୍ତେ ଏହି ଭଳି କରିବା ପାଇଁ ବାରଣ କରିଥିଲେ l କିନ୍ତୁ ମୁଁ ଧୀରେଧୀରେ ଅଭ୍ୟାସ କରିକରି ମୋର ଭୟ ଦୁରେଇ ଗଲା l

LEAVE A REPLY

Please enter your comment!
Please enter your name here