Odisha news

ଲୋକସଭା ବାଚସ୍ପତିଙ୍କ ପିତା ଶ୍ରୀକୃଷ୍ଣ ବିର୍ଲାଙ୍କ ବିୟୋଗରେ ବାଚସ୍ପତି ଡ. ପାତ୍ରଙ୍କ ଶୋକ

0

ଭୁବନେଶ୍ୱର, ତା.୦୧/୧୦/୨୦୨୦ : ଲୋକସଭା ବାଚସ୍ପତି ଶ୍ରୀ ଓମ୍‍ ବିର୍ଲାଙ୍କ ପିତା ଶ୍ରୀକୃଷ୍ଣ ବିର୍ଲାଙ୍କ ବିୟୋଗରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତିା ଏକ ଶୋକବାର୍ତ୍ତାରେ ଡ. ପାତ୍ର କହିଛନ୍ତି ଯେ, ସ୍ୱର୍ଗତ ଶ୍ରୀକୃଷ୍ଣ ବିର୍ଲା ଜଣେ ବଳିଷ୍ଠ ବ୍ୟକ୍ତିତ୍ୱର ଅଧିକାରୀ ସହିତ ମହାନ ସମାଜସେବୀ ଥିଲୋ ବିଭିନ୍ନ ସରକାରୀ ବିଭାଗରେ ପଦାଧିକାରୀ ଭାବେ କାର୍ଯ୍ୟ କରି ସେ ସୁନାମ ଅର୍ଜନ କରିଥିଲୋ କର୍ମଚାରୀ ସଂଗଠନର କାର୍ଯ୍ୟକର୍ତ୍ତା ଭାବେ ତାଙ୍କର କାର୍ଯ୍ୟଶୈଳୀ ଉଚ୍ଚକୋଟୀର ଥିଲାା ରାଜସ୍ଥାନରେ ସହକାର ପୁରୁଷ ଭାବେ ସେ ଖୁବ୍‍ ଲୋକପ୍ରିୟ ଥିଲୋ ସେ ପିତାମହ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲୋ କେବଳ କୋଟା ଜିଲ୍ଲା ନୁହେଁ ସମଗ୍ର ରାଜସ୍ଥାନରେ ସେ ସମସ୍ତଙ୍କ ପି୍ରୟଭାଜନ ଥିଲୋ ତାଙ୍କର ପରଲୋକରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଅପୂରଣୀୟ ରହିବା ବାଚସ୍ପତି ଡ. ପାତ୍ର ସ୍ୱର୍ଗତ ଶ୍ରୀକୃଷ୍ଣ ବିର୍ଲାଙ୍କ ପ୍ରତି ଆନ୍ତରିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତିା

Leave A Reply