Odisha news

ଗଜପତି ଜିଲ୍ଲାରେ ନୂତନ ଏସ.ପି ଭାବେ ତପନ କୁମାର ପଟ୍ଟନାୟକଙ୍କ ଦାୟିତ୍ଵ ଗ୍ରହଣ

0

ପାରଳଖେମୁଣ୍ଡ ୨୩/୭(ଗରୁଡ଼ ଧ୍ଵଜ ଚୌଧୁରୀ)ବରିଷ୍ଠ ପୋଲିସ ପ୍ରଶାସକ ତପନ କୁମାର ପଟ୍ଟନାୟକ, ଗଜପତି ଜିଲ୍ଲାର ନୂତନ ଏସ୍ପି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଅପରାଧ ରୋକିବା ଉପରେ ଗୁରୁତ୍ବ ଦେବା ସହ କରୋନା ଗାଇଡ ଲାଇନ ସଠିକ୍ ଭାବେ ପାଳନ କରିବା ନେଇ ପ୍ରାଥମିକତା ଦେବେ ବୋଲି କହିଛନ୍ତି ଏସ୍ପି  । ଏଥି ସହ ଲୋକମାନଙ୍କ ସହ ପୋଲିସର ସୁସମ୍ପର୍କ କିପରି ବଜାୟ ରହିବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି। ଦାୟିତ୍ଵ ଗ୍ରହଣ କରିବା ପରେ  ତାଙ୍କୁ ସ୍ବାଗତ କରିବାକୁ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

ଏହି ଅବସରରେ  ପାରଳାଖେମୁଣ୍ଡିର ବୁଦ୍ଧିଜୀବୀ ସମେତ ଗଣ ମାଧ୍ୟମ ର ପ୍ରତିନିଧି ମାନେ ମଧ୍ୟ ତାଙ୍କୁ ସ୍ବାଗତ ଜଣାଇବl ସହ ସମାଜରେ ସବୁ ଠାରୁ ତଳ ସ୍ତରରେ ଥିବା ଜନସାଧାରଣ ଯେପରି ନ୍ୟାୟ ପାଇବେ ବୋଲି ଆଶା ବ୍ୟକ୍ତ କରିଛନ୍ତି l ଦାୟିତ୍ୱ ଗ୍ରହଣ ବେଳେ ଏସଡିପିଓ ପ୍ରକାଶ ଚନ୍ଦ୍ର ଜେନା, ସୁନିଲ କୁମାର ପ୍ରଧାନ, ପାରଳାଖେମୁଣ୍ଡି ଥାନା ଅଧିକାରୀ ବିଵେକା ନନ୍ଦ ସ୍ୱାଇଁ ପ୍ରମୁଖ ସମେତ ବହୁ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ନୂତନ ଏସପି ଙ୍କୁ ସ୍ଵାଗତ କରିଥିଲେ l

Leave A Reply