Odisha news

ବରିଷ୍ଠ କଂଗ୍ରେସ ନେତା ପାଣ୍ଡବ ଜାଲୀ ଙ୍କ ପରଲୋକ, ଖଲ୍ଲିକୋଟ ରେ ଶୋକ ର ଛାୟା ।

0
ଖଲ୍ଲିକୋଟ–୨୩/୦୭–ଖଲ୍ଲିକୋଟ ର ଜଣାଶୁଣା ତଥା ବରିଷ୍ଠ କଂଗ୍ରେସ ନେତା ପାଣ୍ଡବ ଜାଲୀ ଙ୍କ ଆଜି ମଧ୍ୟାହ୍ନ ରେ ପରଲୋକ ଘଟିଛି ।ଏହି ଖବର ପ୍ରଚାରିତ ହେବା ମାତ୍ରେ ସମଗ୍ର ଖଲ୍ଲିକୋଟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ସ୍ବର୍ଗତ ପାଣ୍ଡବ ଜାଲୀ କଂଗ୍ରେସର ଜଣେ ବରିଷ୍ଠ ନେତା ଭାବେ ଖଲ୍ଲିକୋଟ ଅଞ୍ଚଳରେ ପରିଚିତ ।ବର୍ତ୍ତମାନ ସେ କଂଗ୍ରେସର ଜିଲ୍ଲା ମତ୍ସ୍ୟଜୀବୀ ସଂଗଠନ ର ସଭାପତି ଥିଲେ ।ପାଣ୍ଡବ ଜାଲୀ ପୂର୍ବରୁ ୪ ଥର ସରପଞ୍ଚ,୨ଥର ସମିତି ସଭ୍ୟ,୨ଥର କଂଗ୍ରେସର ଖଲ୍ଲିକୋଟ ବ୍ଲକ ସଭାପତି ଓ ଥରେ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ ।୨୦୧୪ ରେ ସେ କଂଗ୍ରେସ ଟିକଟ ରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ ।ବିଶେଷ କରି ସେ ଜିଲ୍ଲା କଂଗ୍ରେସ ର ଜଣେ ଆଗ ଧାଡ଼ି ର ନେତା ଥିଲେ ।
ଗରିବ ଖଟିଖିଆ ମୂଲିଆ ଙ୍କ ବନ୍ଧୁ ଥିଲେ ସ୍ବର୍ଗତ ପାଣ୍ଡବ ଜାଲୀ ।ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ଓ ପରେ ଭୁବନେଶ୍ୱର କିମ୍ସ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।ସେଠାରେ ଚିକିତ୍ସିତ ହେଉଥିବା ବେଳେ ଆଜି ମଧ୍ୟାହ୍ନ ରେ ପରଲୋକ ଘଟିଥିବା ସୂଚନା ମିଳିଛି ।ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା ।ତାଙ୍କ ମୃତ୍ୟୁରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ସାହୁ, ପ୍ରଭାତ ସାମନ୍ତରାୟ, ବିଶ୍ୱଜିତ ତରେଇ, ମେଘନାଦ ଦଳେଇ, ଅଜୟ କୁମାର ପଣ୍ଡା, ଭାସ୍କର ମଳିକ, ବିଦ୍ୟାଧର ପ୍ରଧାନ, ଓଡ଼ିଶା ହାଇକୋର୍ଟ ର ବରିଷ୍ଠ ଆଇନଜୀବୀ ଗଙ୍ଗାଧର ତ୍ରିପାଠୀ, ରମେଶ ଚନ୍ଦ୍ର ପଣ୍ଡା, ଚକ୍ରପାଣି ସ୍ବାଇଁ, ଦିଲ୍ଲୀପ କୁମାର ଜେନା, ଭୋକାଲି ସେଠୀ ଓ ଆହୁରି ବହୁ କଂଗ୍ରେସ ନେତା ଏବଂ ବୁଦ୍ଧିଜୀବୀ, ସାଧାରଣ ଜନତା ତାଙ୍କର ସ୍ମୃତି ଚାରଣ କରି ଗଭୀର ଶୋକ ପ୍ରକାଶ କରିଛନ୍ତି ।
Leave A Reply