ସୋର : ସୋର ଅବକାରୀ ଥାନା ଓ ବାଲେଶ୍ୱର ଜିଲ୍ଲା ମୋବାଇଲ ଟିମ୍ ପକ୍ଷରୁ ଚୋରା ମଦ ବିକ୍ରି ଆଡ୍ଡା ଉପରେ ମିଳିତ ଭାବେ ଚଢ଼ାଉ କରାଯାଇ ୮ ଶହ ଲିଟିର ଦେଶୀ ମଦ ସହ ଦୁଇଟି କାର୍ ଜବତ କରାଯାଇ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଖଣ୍ଡାସାହି ଗ୍ରାମର ସୁବାସ ଖୁଣ୍ଟିଆ ଓ ହରେକୃଷ୍ଣ ମହାଳିକଙ୍କ ଠାରୁ ମଦ ଜବତ କରାଯାଇ କେସ୍ ନଂ ୩୨/୨୦ ଓ ୫୬/୨୦ରେ ରେ ଗିରଫ କରାଯାଇଛି ।
ଏଥି ସହ ଦୁଇଟି କାର୍ ଓ ଚାଲାଣ ହେଉଥିବା ୮ଶହ ଲିଟିର ମଦ ଜବତ କରାଯାଇଛି । ବାଲେଶ୍ୱର ମୋବାଇଲ ୟୁନିଟ୍ ଆଇଆଇସି ରାଜାରାମ ସୋରେନ୍, ବାଲେଶ୍ୱର ସଦର ଆଇଆଇସି ପ୍ରବୀଣ କୁମାର ପ୍ରଧାନ, ସୋର ଅବକାରୀ ଥାନା ଅଧିକାରିଣୀ ସ୍ୱାତୀ ପଟ୍ଟନାୟକ, ଭାଷ୍କର ବେହେରା, ଏସ୍କେ କଲିମ୍ ଓ ଅଂଜନ କୁମାର ଜେନା ମିଳିତ ଭାବେ ଏହି ଚଢ଼ାଉରେ ସାମିଲ ଥିଲେ ।