Odisha news

ସୋର ନିକଟ ଜାତୀୟରାଜପଥରେ ଟ୍ରକ୍ ପଛରୁ ପିଲା ର୍ସ୍କପିଓ: ୨ ମୃତ ଜଣେ ଗୁରୁତର

0

ସୋର : ସୋର ୟୁଏନ୍ କଲେଜ ଛକ ନିକଟ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଏକ ଢ଼ାବା ଆଗରେ ଆଜି ଭୋର ସମୟରେ ପଶ୍ଚିମବଙ୍ଗରୁ ରୋଗୀ ନେଇ କଟକ ବଡଡାକ୍ତରଖାନାକୁ ଯାଉଥିବା ଏକ ର୍ସ୍କପିଓ ସାମ୍ନାରେ ଥିବା ଏକ ଟ୍ରକ୍ ପଛରେ ପିଟି ହୋଇଯିବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋିଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି ।

ପଶ୍ଚିମବଙ୍ଗ ମୁକୁନ୍ଦପୁର ଅଂଚଳର ସେକ୍ ମୁର୍ତ୍ତା ଓ ସେକ୍ ଜମାଲ ସାହାର ମତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି । ସୋର ପୁୂଲିସ ଖବର ପାଇ ମାମଲା ରୁଜୁ କରି ସୋର ଡାକ୍ତରଖାନାରେ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଇ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି । ମୃତକଙ୍କ ପରିବାର ଲୋକେ ସୋରରେ ପହଞ୍ଚି ବ୍ୟବଚ୍ଛେଦ ପରେ ୨ ଜଣଙ୍କ ମରଶରୀର ସଂଧ୍ୟାରେ ମୁକୁନ୍ଦପୁରକୁ ନେଇଯାଇଛନ୍ତି ।

 

Leave A Reply