ସୋର : ସୋର ବ୍ଲକ ମହୁମୁହାଣ ଗ୍ରାମର ମେଳାଡିହ ସ୍କୁଲ ପୂର୍ବପାଶ୍ୱର୍ରେ ପାହାଡ଼ରୁ ବୋହି ଆସୁଥବବା ପାଣି ନିଷ୍କାସିତ ହୋଇ ନପାରି ସ୍କୁଲ ଶ୍ରେଣୀ ଗୃହ ଏବଂ ନିକଟସ୍ଥ କେତେକ ଘରେ ପାଣି ପଶିବା ‘ଳରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରକାଶ ଯେ ଏହି ଗ୍ରାମର ଉପରମୁଣ୍ଡରେ ଥିବା ପାହାଡ଼ରୁ ବର୍ଷାପାଣି ବୋହିଆସି ସ୍କୁଲ ଏବଂ ମେଳାଡିହ ପୂର୍ବପଟ ବିଲରୁ ଗୋହିରିବାଟଦେଇ ନିଷ୍କାସିତ ହୋଇଥାଏ । ମେଳାଡିହ ଉତ୍ତରପାଶ୍ୱର୍ରେ ଥିବା ଏକ ପାଣିନାଳକୁ କିଛିଦିନ ହେଲା ପୋତିଦିଆଯାଇଥିବାରୁ ଅପରପାଶ୍ୱର୍ ନାୟକସାହି ବ୍ୟକ୍ତିଗତ ଜାଗାଦେଇ ଗୋହିରିରେ ପଡ଼ୁଥିଲା ।
ମାତ୍ର କିଛିଦିନ ହେଲା ନାୟକସାହିର ଏହି ବ୍ୟକ୍ତିଗତ ଜାଗାକୁ ପୋତି ଘର କରିଦେବା ପରେ ବର୍ଷାପାଣି ବାହାରିଯିବା ପାଇଁ ରାସ୍ତା ନଥିବାରୁ ଏହିପାଣି ସ୍କୁଲ ପରିସରରେ ପଶି ଶ୍ରେଶୀ ଗୃହ ବୁଡ଼ିଯିବା ସହିତ ଏହାପାଖରେ ଥିବା କେଶରୀ ଶିଅଳଙ୍କ ପୁଅ ଶିବ ଶିଅଳଙ୍କ ଘର ଭିତରେ ଆଜି ପାଣି ପଶି ସୁଅଛୁଟୁଛି । ଏ ସମସ୍ୟା ସଂପର୍କରେ ପୂର୍ବରୁ ସରପଞ୍ଚ ଏବଂ ସମିତି ସଭ୍ୟଙ୍କର ଦୃଷ୍ଟି ଆକର୍ଶଣ କରାଯାଇଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ଜଣାପଡ଼ିଛି