Odisha news

କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ଚଢ଼ାଉ, ଦୁଇ ସ୍କୁଟି ସହ ଦେଶୀମଦ ଜବତ, ଦୁଇ ଗିରଫ 

0
ସୋର,୨୧/୨ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, କଟକ, ୟୁନିଟ -୨  ତରଫରୁ ଅନନ୍ତପୁର ବଜାର ଏବଂ ବରଫକଳ ଛକରେ ଚଢ଼ାଉ କରାଯାଇ ଦୁଇ ସ୍କୁଟି ସହ ଦେଶୀମଦ ଜବତ କରିଥିବା ବେଳେ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି କମିଶନର ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦେଶ କ୍ରମେ ଡେପୁଟି ସୁପରିଟେଣ୍ଡେଣ୍ଟ ଅଳକା ସୁନାଙ୍କ ତତ୍ୱାବଧାନରେ  ଆଇଆଇସି ଧିରେନ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଆଜି ସକାଳେ ଅନନ୍ତପୁର ବଜାର  ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ବାଲେଶ୍ୱରରୁ ସୋର ଅଭିମୁଖେ ଆସୁଥିବା ଓଡି ୦୧ ଏକ୍ସ ୪୪୬୫ ନମ୍ବର ବିଶିଷ୍ଟ ସ୍କୁଟିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ସେଥିରେ ୩୫ ଲିଟର ଦେଶୀମଦ ଚାଲାଣ ହେଉଥିବା ଜାଣିପାରି ସ୍କୁଟି ସହ ମଦକୁ ଜବତ କରି ଅନନ୍ତପୁର ଗ୍ରାମର ବାଙ୍କୁଧର ପରିଡାକୁ ଗିରଫ କରିଥିଲେ। ସେହିପରି ବରଫକଳ ଛକରେ ଚଢ଼ାଉ କରି ପୁରୁଣା ବାଲେଶ୍ୱରରୁ ସୋର ଆସୁଥିବା ଓଡି ୦୧ଜେ ୫୬୧୩ ସ୍କୁଟିକୁ ଅଟକାଇ ଯାଞ୍ଚ କରିବା ପରେ ସ୍କୁଟି ସହ ୫୦ ଲିଟର ଦେଶୀମଦ ଜବତ କରି ପୁରୁଣା ବାଲେଶ୍ୱର ଗ୍ରାମର ଟିଟୁ ବେହେରାକୁ ଗିରଫ କରିଥିଲେ। ଅପରାହ୍ଣରେ ସୋର ମେଡ଼ିକାଲରେ ଉଭୟଙ୍କ ଡାକ୍ତରୀ ମାଇନା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଏସଆଇ ଦିବ୍ୟଜ୍ୟୋତି ସତ୍ୟପ୍ରକାଶ, ଏଏସଆଇ ଥବୀର ପଟ୍ଟନାୟକ, କିଶୋର ରାଉତ,  କନେଷ୍ଟବଳ ରାଜେଶ କିଷାନ, ବସନ୍ତ ମଲ୍ଲିକ, ସୁମିତ୍ରା ସାମଲ ଓ ଜଗନ୍ନାଥ ନାୟକ ପ୍ରମୁଖ ସାମିଲ ହୋଇଥିଲେ।
IEC 2 years
Leave A Reply