Odisha news

ସ୍ୱାମୀ ପରିତ୍ୟକ୍ତା ଝିଅକୁ ସମ୍ପତ୍ତି ଭାଗ ଦେବାକୁ ଚାହିଁବାରୁ ବାପାକୁ ମାଡ଼

0

ସୋର-୦୧/୦୧ :  ସୋର ବ୍ଲକ ମାଣିପୁର ପଞ୍ଚାୟତ ରଣପୁର ଗ୍ରାମର ଜଣେ ୮୮ ବର୍ଷୀୟ ବୃଦ୍ଧଙ୍କର ଏକମାତ୍ର ସ୍ୱାମୀ ପରିତ୍ୟକ୍ତା ଝିଅକୁ ପୈତୃକ ସମ୍ପତ୍ତିରୁ କିଛି ଭାଗଦେବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ବଡ଼ପୁଅ ଏହାକୁ ବିରୋଧ କରିବା ସହିତ ବାପା ଏବଂ ଝିଅଙ୍କୁ ମାଡ଼ମାରି ଘରୁ ତଡ଼ିଦେଇଥିବା ବାପା ସୋର ଥାନାରେ ଅଭିଯୋଗ କରିଛନ୍ତି । ଏହି ଗ୍ରାମର ଗୈରାଙ୍ଗ ଦାସ(୮୮)ଙ୍କର ଦୁଇ ପୁଅ ମଧ୍ୟରୁ ବାପା ବଡ଼ପୁଅ ରତ୍ନାକର ଦାସଙ୍କ ପାଖରେ ରହୁଥିବା ବେଳେ ମା ସାନ ପୁଅପାଖରେ ରୁହନ୍ତି । ତାଙ୍କର ଏକମାତ୍ର ଝିଅ ବାସନ୍ତୀର ବିବାହ ବିଚ୍ଛେଦ ଘଟିବା ପରେ ସ୍ୱାମୀ ପରିତ୍ୟକ୍ତା ହୋଇ କଲକତାରେ ବାବୁ ବାଡ଼ିରେ କାମ କରୁଛନ୍ତି । ତାଙ୍କୁ ନିଜ ଜନ୍ମସ୍ଥାନରେ ଥଇଥାନ କରିବା ପାଇଁ ବାପା ଗୌରାଙ୍ଗ ନିଜ ସମ୍ପତ୍ତିରୁ କିଛି ଅଂଶ ଦେବା ପାଇଁ ଇଚ୍ଛା କରିବାରୁ ବଡ଼ ପୁଅ ରତ୍ନାକର ଏହାକୁ ବିରୋଧ କରିବା ସହିତ ଉଭୟ ବାପାଝିଅଙ୍କୁ ଅଶ୍ଳୀଳ ଗାଳିମନ୍ଦ କରି ମାଡ଼ମାରି ଘରୁ ତଡ଼ିଦେବା ପରେ ବାପା ସୋର ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗ ମୂଳେ ଏକ ମକଦମା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି

Leave A Reply