ସୋର-୦୧/୦୧ : ଗଳ୍ପ କେବେ କଳ୍ପନାରୁ ନୁହେଁ ନିଜ ଚାରିପାଖରେ ଘଟଣାରୁ ସୃଷ୍ଟି ହୋଇଥାଏ ବୋଲି ସୁରେନ୍ଦ୍ର ନାଥ ବାରିକଙ୍କ ତୃତୀୟ ଗଳ୍ପ ପୁସ୍ତକ ଗଳ୍ପ ସୁମନ ଲୋକାର୍ପଣ ଉତ୍ସବରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ । ସୋର ଉତ୍ତରେଶ୍ୱର ବରଫକଳ ଛକ ନିକଟସ୍ଥ ନିଜସ୍ୱ ବାସଭବନରେ ବିଶିଷ୍ଟ ସାହିତ୍ୟିକ ଡ. ରମାକାନ୍ତ ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ପୁସ୍ତକ ଲୋକାର୍ପଣ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ସାହିତି୍ୟକା ଯୁଗଶ୍ରୀ ଯୁଗନାରୀର ସଂପାଦକା ମମତା ମହାପାତ୍ର ଯୋଗଦେଇ କହିଲେ ଯେ ଭାବବ୍ୟକ୍ତ ଅନ୍ତରର ଉଚ୍ଛ୍ୱସ୍ୱଳ ପ୍ରବୃତ୍ତି, ଭାବରୁ ହିଁ ସୃଜନଶୀ ସାହିତ୍ୟର ସୃଷ୍ଟି ହୁଏ । ଗଳ୍ପ ସୁମନର ପ୍ରତିଟି ଗପରେ ଗଦଗଦ ଭାବର ନିଚ୍ଛକ ଚିତ୍ର ରହିଛି । ମୁଖ୍ୟବକ୍ତା ଭାବେ ସୁନାମଧନ୍ୟ ନାଟ୍ୟକାର, ସ୍ତମ୍ଭକାର ବିଜୟ କୁମାର ଦାସ ଯୋଗଦେଇ କହିଲେ ଯେ ଭାଷା ସାହତ୍ୟରେ ପ୍ରମୁଖ ସୃଜନ ଗଳ୍ପ ନିଚ୍ଛକ ଘଟଣାବଳୀର ସୂକ୍ଷ୍ମ ଚତ୍ରପଟ୍ଟ, ଯେଉଁ ଗଳ୍ପ ପାଠକଙ୍କୁ ରୁଦ୍ଧିମନ୍ତ କରିନପାରେ ତାହା ଯେତେ ବର୍ଣ୍ଣାଢ୍ୟ ଭାଷା ବର୍ଣ୍ଣିତ ହେଉପଛେ ତାହା ମନରେ ଚିତସ୍ଥୟୀ ହୋଇ ପାରେନା, ଯାହା ଗାଳ୍ପିକ ଶ୍ରୀ ବାରିକଙ୍କ ଗଳ୍ପରେ ନିଆରାପଣିଆ ସ୍ପଷ୍ଟ ପରିଲକ୍ଷିତ ହୋଇଥାଏ । ଉତ୍ସବରେ ସମ୍ମାନିତ ଅତିଥି ଭାବେ କବି ନିତ୍ୟାନନ୍ଦ ପାଣିଗ୍ରାହୀ ଯୋଗଦେଇ ଲୋକାର୍ପିତ ପୁସ୍ତକର କେତୋଟି ଗଳ୍ପର ମାର୍ମିକ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଅନନ୍ତପୁର ସାରସ୍ୱତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଡମ୍ବରୁଧର ଭୋଳ ପାଠକୀୟ ଅଭିମତ ପ୍ରଦାନ କରିଥିବା ବେଳେ ଗାଁ ମଜଲିସ୍ ସାହିତ୍ୟ ସଂସଦର ସଂପାଦକ ଦେବେନ୍ଦ୍ର କୁମାର ପ୍ରଧାନ ମଞ୍ଚ ଆହ୍ୱାନ ଏବଂ ଅ÷ତିଥି ପରିଚୟ ପ୍ରଦାନ କରିଥିଲେ । କବି ଲମ୍ବୋଦର ମିଶ୍ର ଏବଂ କୁନିକୁନି ପିଲାମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ଐତିହାସିକ ପ୍ରାଧ୍ୟାପକ ଡ.ସୁରେନ୍ଦ୍ର କୁମାର ବିଶ୍ୱାଳ ଏବଂ ମେଧା ଡାକ୍ତରୀ ଛାତ୍ର ସତ୍ୟଜିତ୍ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀ ବାରିକଙ୍କ ପୁତ୍ର ଗୋପୀନାଥ ବାରିକ ଓ ରାଜକିଶୋର ବାରିକ ଜାମାତା କରୁଣାକର ପତ୍ରୀ, ଉତ୍ତମ କୁମାର ଓ ସମ୍ମାଦିକ ରାଜାରାମ ଦାସ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ । ଶେଷରେ ଚନ୍ଦ୍ରମୋହନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ