Odisha news

ସୋର ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ବିଜ୍ଞାନ ମେଳା

0

ସୋର-୧୨/୦୮ : ସୋର କୃଷ୍ଣଚନ୍ଦ୍ର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର କୁମାର ମହାନ୍ତିଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଯାଇଛି । ଅଧ୍ୟାପକ ମନୀନ୍ଦ୍ର ଦିକ୍ଷୀତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଳାକୁ ଉଦ୍ଘାଟନ କରି ପ୍ରଚୀନ ଭାରତ ବର୍ଷର ବୈଜ୍ଞାନିକ ପ୍ରାମାଣିକତା ସାରା ସମାଜକୁ ଦିଗ୍ଦର୍ଶନ ଦେଇଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ ।ଏହି ଅବସରରେ ବିଜ୍ଞାନ ଓ ଗଣିତ ପ୍ରକଳ୍ପ, ପ୍ରଶ୍ନମଂଚ, ପ୍ରୟୋଗ ପତ୍ରବାଚନ ସହ ସଂସ୍କୃତି ଜ୍ଞାନ ବିଷୟରେ ବାଲ୍ ଓ କିଶୋର ବର୍ଗରେ ପ୍ରତିଯୋଗିତା ହୋଇଥିଲା । ପ୍ରଧାନ ଶିକ୍ଷକ କମଳଲୋଚନ ତ୍ରିପାଠୀ, ପ୍ରଣବ କୁମାର ପାଣିଗ୍ରାହୀ, ଉମେଶ ଚନ୍ଦ୍ର ପଣ୍ଡା, ସୁର କଂକୁଳ ପ୍ରମୁଖ ହରିଶ୍ଚନ୍ଦ୍ର ଜେନା, ପ୍ରଦୀପ କୁମାର ବିଶ୍ୱାଳ, ପ୍ରଭାତ କୁମାର ଲେଙ୍କା, ମାନସ ଚନ୍ଦ୍ର ଶଂଖୁଆ, ଆଚାର୍ଯ୍ୟା ନମ୍ରତା ମହାନ୍ତି ପ୍ରମୁଖ ବିଚାରକ ଭାବେ ଯୋଗ ଦେଇ ପ୍ରକଳ୍ପ ମୂଲ୍ୟାୟନ କରିଥିଲେ । ଆଚାର୍ଯ୍ୟ ଜଗଦୀଶ୍ ଚନ୍ଦ୍ର ବାରିକ ଅତିଥି ପରିଚୟ ରଖିଥିବା ବେଳେ ଆଚାର୍ଯ୍ୟା ସଂଯୁକ୍ତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ/ ଆଚାର୍ଯ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply