Odisha news

ସୋରରେ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ

0

ସୋର-୧୨/୦୮ : ବ୍ୱ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ସୋର ଶାଖା ପକ୍ଷରୁ ସୋର ସବ୍ ଜେଲ ସହ ବିଭିନ୍ନ ଅନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟରେ ସପ୍ତାହବ୍ୟାପୀ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ରହ୍ମାକୁମାରୀ ସୁନିତା, ବ୍ରହ୍ମାକୁମାର ଅନନ୍ତ ଓ କରୁଣାକର ଏହି ରକ୍ଷା ବନ୍ଧନର ଆଧ୍ୟାତ୍ମିକ ଦିଗ ଓ ପରମାତ୍ମାଙ୍କର ସତ୍ୟ ପରିଚୟ ନେଇ ଲୋକଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ବାଗୁଡି ଜବାହର ନବୋଦୟ ବିଦ୍ୟାଳୟ , ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ସହ ଔପଦା, ବିଦୁ, ଥାଳା, ଖରିଦା, ସାଉଡ୍, ଦୁର୍ଗାପୁର, ଅରଡା, ଶ୍ୟାମପୁର ଓ ଶଂଖସାହି ଆଦି ସ୍ଥାନରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । ବ୍ରହ୍ମାକୁମାରୀ ମିଲି ଓ ତନୁଜା, ସରସ୍ୱତୀ, ମାମାଲିଙ୍କ ସହ ବ୍ରହ୍ମାକୁମାର ସୁଧାକର, ମୁକ୍ତିକାନ୍ତ, ରମାକାନ୍ତ, ଉମାକାନ୍ତ , ପରମାନନ୍ଦ, ସୁରେନ୍ଦ୍ର, ହେମନ୍ତ, ପ୍ରଭାକର ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply