ସୋର : ସୋର ଥାନା ଅନ୍ତର୍ଗତ ତଳନଗର ପଞ୍ଚାୟତ ଜେନା ସାହି ଗ୍ରାମର ମାଳତି ଜେନାଙ୍କର ଘରେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଅଗ୍ନିକାଣ୍ଡରେ ଦୁଇ ବଖରା ଭସ୍ମୀଭୁତ ହେବା ସହ ୧୨ଟି ଛେଳି ଜିବନ୍ତ ଦଗ୍ଧ ହୋଇଛନ୍ତି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଘରୋଇ ସମ୍ପତ୍ତି ଜଳି ଯାଇଥିବା ବେଳେ ଜିବନ୍ତ ଦଗ୍ଧ ହୋଇଥିବା ୧୨ଟି ଛେଳି ମଧ୍ୟରୁ ଦୁଇଟି ଛେଳି ଗର୍ଭିଣୀ ଥିବା ଅଗ୍ନିବିପନ୍ନ ପରିବାର ପକ୍ଷରୁ ଜଣାଇଛନ୍ତି । ରାସ୍ତା ଖରାପ ପାଇଁ ସୋର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାରିନଥିଲା ।
