ସୋର-୨୭/୦୬ : ଆଜି ଅପରାହ୍ନରେ ଜାତୀୟ କଂଗ୍ରେସ ପକ୍ଷରୁ ଜନ ସଂପର୍କ ଅଭିଯାନରେ ଇଞ୍ଚୁଡି ଅଭିମୁଖେ ଯାଉଥିବା ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସୋର କଂଗ୍ରେସ ପକ୍ଷରୁ ଅନନ୍ତପୁର ଠାରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରାକ୍ତନ ଭଦ୍ରକ ସାଂସଦ ଅନନ୍ତ ପ୍ରସାଦ ସେଠୀଙ୍କ ସହ ପ୍ରାକ୍ତନ ବିଧାୟକ ସୁରେନ୍ଦ୍ର ପ୍ରସାଦ ପ୍ରମାଣିକଙ୍କ ତତ୍ୱାବଧାନ ଓ ବ୍ଲକ କଂଗ୍ରେସ ସଭାପତି ଶ୍ରୀକାନ୍ତ ଜେନା, ସୋର ନଗର ସଭାପତି ରୋଜେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଶ୍ରୀ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯିବା ଅବସରରେ ସ୍ଥାନୀୟ ସାଂଗଠନିକ ସ୍ଥିତି ନେଇ ମଧ୍ୟ ଆଲୋଚନା ହୋଇଥିଲା । ୨୦୨୪ ଆଗାମୀ ସାଧାରଣ ନିର୍ବାଚନରେ ଦଳର ମିଶନ ୯୦ ପୂରଣ ପାଇଁ ତୃଣମୂଳସ୍ତରରେ କେନ୍ଦ୍ରର ମୋଦୀ ଓ ରାଜ୍ୟରେ ନବୀନ ସରକାରଙ୍କ ବିଫଳତା ନେଇ ଲୋକଙ୍କୁ ଅବଗତ କରାଇବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ଯୁବ କଂଗ୍ରେସ ସଭାପତି ଉଦୟନାଥ ପ୍ରଧାନ, ରାଜେଶ ମହାପାତ୍ର, ଯୋଗେନ୍ଦ୍ର ଜେନା, ଅଜୟ କୁମାର ଦ୍ୱିବେଦୀ, ଅଜିତ୍ କୁମାର ନାୟକ ସନ୍ଦୀପ ସେଠୀ, ପାରିଷଦ ଜିତରଂଜନ ମହାପାତ୍ର ଓ ନିଶାକର ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ